ଫେସବୁକ ଆଣୁଛି ବଡ଼ ଅପଡେଟ, ଏବେ ସର୍ଚ୍ଚ ରେଜଲ୍ଟରେ ମିଳିବ ଉଇକିପିଡ଼ିଆ ଲିଙ୍କ

ଫେସବୁକ ନିଜର ପ୍ଲାଟଫର୍ମରେ ଉଇକିପିଡ଼ିଆକୁ ସପୋର୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି । ସାଧାରଣତଃ ଯେତେବେଳେ ଆମେ ଫେସବୁକରେ କିଛି ସର୍ଚ୍ଚ କରିଥାଉ ସେତେବେଳେ ଆମେ ଫ୍ରେଣ୍ଡ, ପ୍ରୋଫାଇଲ୍, ପୋଷ୍ଟ, ଭିଡିଓ ପରି ଫଳାଫଳ ପାଇଥାଉ, କିନ୍ତୁ ବର୍ତ୍ତମାନ ଏଠି ଉଇକିପିଡ଼ିଆ ପେଜର ଲିଙ୍କ୍ ମଧ୍ୟ ମିଳିବ‌ । ନୂଆ ଅପଡେଟ୍ ପରେ ଫେସବୁକରେ ଯେକୌଣସି ବ୍ୟକ୍ତି, ଚଳଚ୍ଚିତ୍ର କିମ୍ବା ଟିଭି ଶୋ ବିଷୟରେ ସର୍ଚ୍ଚ କଲେ ଗୁଗୁଲ ପରି ଏଠାରେ ବି ଉଇକିପିଡ଼ିଆର ରେଜଲ୍ଟ ମିଳିବ‌ ।

ଏହି ନୂତନ ଅପଡେଟ୍ ବିଷୟରେ ଫେସବୁକ୍ ବି ନିଶ୍ଚିତ କରିଛି । ଏହି ଫିଚରର ନାମ “ପାଇଲଟ୍ ପ୍ରୋଗ୍ରାମ୍” ହେବ ଯାହା ଡେସ୍କଟପ୍, ମୋବାଇଲ୍ ୱେବ୍ ଏବଂ IOS ପାଇଁ ଉପଲବ୍ଧ ହେବ ଅର୍ଥାତ ଆପଣଙ୍କୁ ମୋବାଇଲ୍ ଆପରେ ଏହି ଫିଚର ମିଳିବ ନାହିଁ‌ ।

facebook search wikipedia

ଫେସବୁକର ପାଇଲଟ୍ ପ୍ରୋଗ୍ରାମ୍ କିପରି କାମ କରିବ?

ସର୍ବପ୍ରଥମେ ଆମେ ଆପଣଙ୍କୁ ଏଠାରେ କହି ରଖିବୁ ଯେ ଫେସବୁକ ନୂଆ ସର୍ଚ୍ଚ ପାଇଁ କୌଣସି ଅଲଗା ସର୍ଚ୍ଚ ବାର୍ ଜାରି କରୁନାହିଁ‌ । ସେଠାରେ ରହିଥିବା ସର୍ଚ୍ଚ ବାରରେ ହିଁ ଆପଣଙ୍କୁ ସର୍ଚ୍ଚ କରିବାକୁ ପଡିବ‌ । ଉଦାହରଣ ସ୍ୱରୂପ, ଯଦି ଆପଣ ନରେନ୍ଦ୍ର ମୋଦୀଙ୍କ ବିଷୟରେ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କ ସାମ୍ନାରେ ଏକ ନଲେଜ ବକ୍ସ ଖୋଲିବ ଯେଉଁଥିରେ ଉଇକିପିଡ଼ିଆର ଏକ ଲିଙ୍କ ରହିବ‌ । ଏହା ଠିକ ସେହିପରି ରହିବ ଯେଉଁପରି ଭାବେ ଗୁଗଲରେ ସର୍ଚ୍ଚ କରିବା ଦ୍ୱାରା ମିଳିଥାଏ‌ ।

ଫେସବୁକ୍ ଯଦିଓ ବର୍ତ୍ତମାନ ସର୍ଚ୍ଚ ବାର୍ ଟେଷ୍ଟିଙ୍ଗ କରୁଛି କିନ୍ତୁ ଏହାର କିଛି ସୀମା ମଧ୍ୟ ଅଛି‌ । ଉଦାହରଣ ସ୍ୱରୂପ, ଫେସବୁକର ନଲେଜ ବାକ୍ସ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ବିଷୟରେ ସୂଚନା ତ ଦେବ କିନ୍ତୁ ଅନେକ ଚଳଚ୍ଚିତ୍ର ଏବଂ ଶୋ ବିଷୟରେ ସୂଚନା ଦେଇପାରିବ ନାହିଁ‌ । ଚିନ୍ତା କରିବାର ବିଷୟ ହେଉଛି ଫେସବୁକର ନଲେଜ୍ ବକ୍ସ ଓସ୍କାର ବିଜେତା ଜୋକରଙ୍କ ବିଷୟରେ କୌଣସି ସୂଚନା ଦେଉନାହିଁ‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.