ଆପଣ ଫେସବୁକ୍‌ରେ କରୁଛନ୍ତି କି ଏଭଳି ପୋଷ୍ଟ, ହୋଇଯାଆନ୍ତୁ ସାବଧାନ ନଚେତ୍‌ ଯିବେ ଜେଲ୍‌ !

ଆପଣ ନିଶ୍ଚିତ ଭାବେ ଫେସବୁକ୍‌ ବ୍ୟବହାର କରୁଥିବେ। ଅନେକ ଥର ଆପଣ ନଜର କରିଥିବେ, କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆପଣ ପୋଷ୍ଟ କଲେ ଆପଣଙ୍କ ପୋଷ୍ଟ ଇନଭିଜିବିଲ୍‌ କରିଦିଆଯାଇଥାଏ। ଏହି ପୋଷ୍ଟ ନା ଆପଣଙ୍କୁ ଦେଖିବାକୁ ମିଳିଥାଏ, ନା ଆପଣଙ୍କ ସାଙ୍ଗମାନଙ୍କୁ ଏହା ଦେଖାଯାଏ। ତେବେ ଏହି ପୋଷ୍ଟକୁ କମ୍ପାନୀ ଡିଲିଟ୍‌ କରିଦେଇଥାଏ। କମ୍ପାନୀ ସୁରକ୍ଷା ଦୃଷ୍ଟିରୁ ଏହାକୁ ବିପଦ ବୋଲି ଗ୍ରହଣ କରି, ଏହାକୁ ହଟାଇ ଦିଏ। ତେଣୁ ଏହି ପୋଷ୍ଟ କାହାକୁ ଦେଖାଯାଏ ନାହିଁ।

ଅନେକ ଥର ଏମିତି କିଛି ପୋଷ୍ଟ ଯୋଗୁଁ ଦେଶର ଦଙ୍ଗା ହେବା ଭଳି ସମସ୍ୟା ଦେଖାଦିଏ। ବେଳେ ବେଳେ ୟୁଜର୍ସଙ୍କୁ ପୋଷ୍ଟ ଯୋଗୁଁ ଜୀବନ ମଧ୍ୟ ଦେବାକୁ ପଡିଥାଏ। ଜେଲ ମଧ୍ୟଯିବାକୁ ପଡିଥାଏ। ୟୁଜର୍ସଙ୍କ ସୁରକ୍ଷା ପାଇଁ କମ୍ପାନୀ ଏହି ପୋଷ୍ଟକୁ ଡିଲିଟ୍‌ କରିଦିଏ। ତେବେ ଆପଣ ଯଦି ଫେସବୁକ୍‌ ବ୍ୟବହାର କରୁଛନ୍ତି, ତେବେ କେଉଁ ପୋଷ୍ଟ କରିଲେ ଆପଣ ଜେଲ୍‌ ଯାଇପାରନ୍ତି, ତାହା ଜାଣି ରଖନ୍ତୁ।

ଅଭଦ୍ର ଭାଷାରେ ହୋଇଥିବା ପୋଷ୍ଟ :

ଯଦି ଆପଣଙ୍କ କୌଣସି ପୋଷ୍ଟ ଲେଖିବା ପରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ଅଭଦ୍ର ଭାଷା ବ୍ୟବହାର କରନ୍ତି, ତେବେ ଆପଣଙ୍କ ପୋଷ୍ଟ ଆଇଟି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରେ। ଯେଉଁ ବ୍ୟକ୍ତି ପୋଷ୍ଟ କରିଥିବେ, ତାଙ୍କୁ ଜେଲ ମଧ୍ୟ ହୋଇପାରେ।

ଆପତ୍ତିଜନକ ଫଟୋ :

ଯଦି ଆପଣ ଫେସବୁକ୍‌ ମାଧ୍ୟମରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ସମୁଦାୟର ଆପତ୍ତିଜନକ ଫଟୋ ସେୟାର କରନ୍ତି, ତେବେ ମଧ୍ୟ ଆପଣଙ୍କୁ ଜେଲ ଯିବାକୁ ପଡିପାରେ। ନଚେତ କୋର୍ଟ କଚେରୀ ଚକ୍କର କାଟିବାକୁ ପଡିପାରେ। ଅଧିକାଂଶ ମାମଲାରେ ଫେସବୁକ୍‌ ଏପରି ମାମଲାକୁ ବ୍ଲକ୍‌ କରିଦିଏ। କିନ୍ତୁ ଯଦି ଏପରି କିଛି ହୁଏ, ତେବେ ପୂର୍ବରୁ ଆପଣଙ୍କୁ ସୂଚନା ମିଳିଥାଏ। ଏହି ମାମଲାରେ ଅଭିଯୋଗ ମିଳିବା ପରେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଜାତି ବିରୋଧରେ ଟିପ୍ପଣୀ :

ଯଦି ଆପଣ କୌଣସି ବିଶେଷ ଜାତି କିମ୍ବା ସମୁଦାୟ ବିରୋଧରେ ଟିପ୍ପଣୀ ଦିଅନ୍ତି, ତେବେ ଜାତିସୂଚକ ଶବ୍ଦ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିମ୍ବା ଆପଣ ଜେଲ୍‌ ଯାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.