ଏହି ଟ୍ରିକ୍ରୁ ପତ୍ତା ଲଗାନ୍ତୁ ଅସଲି ଓ ନକଲି Website

ଏପରି ଅନେକ ଠକ Website ରହିଛି ଯାହାକୁ ନଜାଣି ବ୍ୟବହାର କରିବା ଦ୍ୱାରା ଠକାମିର ଶିକାର ହେବାକୁ ପଡ଼େ। ଇଣ୍ଟରନେଟରେ ଦିନକୁ ଦିନ ଠକାମୀ ବଢ଼ିଚାଲିଛି । ଲୋକେ ସାଇବର ଠକଙ୍କ ଶିକାର ହୋଇ ବହୁ ଟଙ୍କା ହରାଉଛନ୍ତି । କେତେବେଳେ ଏହି ସବୁ Website ବିଭିନ୍ନ ପ୍ରକାର ଲୋଭ ଦେଇ ଲୋକଙ୍କୁ ଠକାଇଥାନ୍ତି । ହେଲେ ଏହିସବୁ ନକଲି Websiteକୁ କିପରି ଚିହ୍ନିବେ ଆସନ୍ତୁ ଜାଣିବା ।

ବର୍ତ୍ତମାନ ଅନେକ ବ୍ୟକ୍ତି ନିଜର ସମୟ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ସପିଂ ପ୍ରତି ଆକୃଷ୍ଠ ହେଉଛନ୍ତି । ତେବେ ଅନଲାଇନ୍‌ ରିଟେଲର ଆପ୍‌ ନିଜର ଗ୍ରାହକଙ୍କୁ ନିଜ ସହ ଯୋଡ଼ି ରଖିବା ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ମଧ୍ୟ ଦେଇଥାନ୍ତି । ଏପରିକି ‘ଫ୍ଲାସ୍‌ ସେଲ୍‌’ ନାମରେ ବିଜ୍ଞାପନ ଦେଇ ମାତ୍ର ୨-୩ ଘଣ୍ଟାର ରିହାତି ଅଫର ମଧ୍ୟ ଦେଇଥାନ୍ତି। ଯାହା ପ୍ରତି ଗ୍ରାହାକ ଆକୃଷ୍ଠ ହୋଇ ଦରକାର ନଥିଲେ ମଧ୍ୟ ଅଯଥା ଜିନିଷ କିଣିପକାନ୍ତି । ଏଣୁ ଅନ୍‌ଲାଇନ୍‌ ସପିଂ ସମୟରେ କିଛି ନିର୍ଦ୍ଧିଷ୍ଟ ଦିଗ ରହିଛି ଯାହା ପ୍ରତି ଧ୍ୟାନ ଦେଲେ ଆପଣ ଅନ୍‌ଲାଇନ୍‌ ଠକେଇରୁ ବଞ୍ଚି ପାରିବେ ।

ଏପରି ଅନେକ ଠକ Website ରହିଛି ଯାହାକୁ ନଜାଣି ବ୍ୟବହାର କରିବା ଦ୍ୱାରା ଠକାମିର ଶିକାର ହେବାକୁ ପଡ଼େ। ଇଣ୍ଟରନେଟରେ ଦିନକୁ ଦିନ ଠକାମୀ ବଢ଼ିଚାଲିଛି । ଲୋକେ ସାଇବର ଠକଙ୍କ ଶିକାର ହୋଇ ବହୁ ଟଙ୍କା ହରାଉଛନ୍ତି । କେତେବେଳେ ଏହି ସବୁ Website ବିଭିନ୍ନ ପ୍ରକାର ଲୋଭ ଦେଇ ଲୋକଙ୍କୁ ଠକାଇଥାନ୍ତି । ହେଲେ ଏହିସବୁ ନକଲି Websiteକୁ କିପରି ଚିହ୍ନିବେ ଆସନ୍ତୁ ଜାଣିବା ।

ଏମିତି ଜାଣନ୍ତୁ Website ଅସଲି ନା ନକଲି-

– ଯଦି ଆପଣ କିଛି ଇ-କମର୍ସ Website କୁ ଯାଉଛନ୍ତି, ତେବେ ଜିନିଷର ରିଭ୍ୟୁ, ତାହାର ରିଟର୍ଣ୍ଣ ପଲିସି,କଷ୍ଟମର ସପୋର୍ଟ, କଣ୍ଟାକ୍ଟ ଡିଟେଲ୍ସ, ଅଫିସର ଠିକଣା ଆଦିର ସୂଚନା ହାସଲ କରନ୍ତୁ । ଯଦି ଏହିସବୁ Website ରେ ଉପଲବ୍ଧ ନୁହେଁ, ତେବେ ଏହା ଏକ ନକଲି Website  ।

– ଯଦି କେହି କମ୍ପାନୀ ବା ବ୍ୟକ୍ତିଗତ Website ବନାନ୍ତି, ତେବେ ତାକୁ ୟୁନିକ ଡୋମେନ ନାମ କିଣିବାକୁ ପଡିଥାଏ । ପ୍ରତି Websiteର ଅଲଗା ଅଲଗା ଡୋମେନ ନାମ ହୋଇଥାଏ । ଯଦି କିଛି Website ର ଡୋମେନ ନାମ ଅଲଗା େଓ୍ଵବସାଇଟ ପରି ହୋଇଥାଏ, ତେବେ ଏହି େଓ୍ଵବସାଇଟ ନକଲି ଅଟେ । ନକଲି Website ରେ କମ୍ପାନୀ ସହ ଜଡିତ ସବୁ ସୂଚନା ମିଳିବ ନାହିଁ ।

– କୌଣସି ବି Websiteକୁ ଯିବା ସମୟରେ ତା’ର ପଲିସୀ, କଣ୍ଟେଣ୍ଟ, ଗୁଗୁଲ ଲିଷ୍ଟିଂ ଆଦି ଚେକ୍‌ କରନ୍ତୁ । ଯଦି କୌଣସି Websiteରେ ଏହି ସବୁ ସୂଚନା ନାହିିଁ,ତେବେ ଏହା ନକଲି ।

– ଯଦି କୌଣସି Website ରେ ଆବଶ୍ୟକ ଠାରୁ ଅଧିକ ଡିସକାଉଣ୍ଟ ଅଫର ଦିଆଯାଉଛି, ତେବେ ଏହା ଉପରେ ମଧ୍ୟ ଭରଷା କରନ୍ତୁ ନାହିଁ । ପ୍ରଥମେ ସମସ୍ତ ସୂଚାନ ଜାଣନ୍ତୁ, ପରେ ନିଷ୍ପତ୍ତି ନିଅନ୍ତୁ । ନକଲି Website ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅଧିକ ଲୋଭ ଦେଖାଇ ଥାନ୍ତି ।

ହ୍ୟାକ୍‌ Website ର ପତା କେମିତି ଲଗାଇବେ-

ଯଦି କୌଣସି Website ହ୍ୟାକ୍‌ ହୋଇଯାଇଥାଏ, ଏହି କଥା ସାଧାରଣ ଲୋକେ ଜାଣି ପାରିବେ ନାହିଁ । ଏହି Website ସମ୍ପର୍କରେ ସୂଚନା କମ୍ପାନୀ, ବିଭାଗ କିମ୍ବା ସଂସ୍ଥା ହିଁ ଦେଇପାରିବ । ଯଦି Website ରେ କିଛି ଅଜବ ପୋଷ୍ଟ କରାଯାଏ, ତେବେ ଜାଣିହେବ ଯେ Website ହ୍ୟାକ୍‌ ହୋଇଛି । ନଚେତ ଏହା ଜାଣିବା ସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.