ଆଜିଠୁ ୧୭ ଏପ୍ରିଲ ଯାଏ ରହିଛି Flipkart ସମର ସେଲ, ଆଇଫୋନରେ ଭାରି ଡିସକାଉଣ୍ଟ

ଫିଳ୍ପକାର୍ଟରେ ଚାଲିଛି ସମର ସେଭର ଡେ । ଏହା ଆଜିଠୁ ଆରମ୍ଭ ହୋଇ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ସ୍ମାର୍ଟଫୋନ ଉପରେ ଆପଣଙ୍କୁ ଭାରି ଡିସକାଉଣ୍ଟ ମିଳିବାକୁ ଯାଉଛି । ମାତ୍ର ୨୩ ହଜାର ୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ 12 ମିନି । AXIS BANK କାର୍ଡରେ କ୍ୟାସବେକ୍‌ କୁପନ ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ): ମୋବାଇଲ ଫୋନ କେବଳ ଆମ ଜୀବନର ଅଂଶ ନୁହେଁ, ଏଥିପାଇଁ ଦୂରରେ ରହିଥିଲେ ବି ଆମେ ଆମ ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗଯୋଗରେ ରହିପାରୁଛୁ । ଦୂରରେ ଥିଲେ ବି ପାଖରେ ଥିବାର ଅନୁଭବ ପାଇ ପାରୁଛୁ । ମୋବାଇଲ ଟେକ୍ଟ ମେସେଜ ଓ କଲରେ ସୀମିତ ନରହି ୟାଠୁ ଗୋଟିଏ ପାଦ ଆଗକୁ ଯାଇ ପାରିଛି । ବେଜେଟ ଠୁ ଷ୍ଟେଟ ଅଫ ଆର୍ଟ ସ୍ମାର୍ଟଫୋନ, ଏହାସହ ଗ୍ଲୋବାଲ ବିଗ୍‌ ବ୍ରାଣ୍ଡର ଫୋନ ଫ୍ଲିପକାର୍ଟରେ ଆପଣଙ୍କ ଅପେକ୍ଷାରେ । ଡିସପ୍ଲେଠୁ ବଡ଼ି, କ୍ୟାମେରାଠୁ ବ୍ୟାଟେରୀ ବ୍ୟାକଅପ । ଏହାସହ ଭଲ ପ୍ରୋସେସିଙ୍ଗ ଫିଚରଠୁ ଷ୍ଟୋରେଜ କାପାସିଟି ଥିବା ସ୍ମାର୍ଟ ଫୋନ ଆପଣଙ୍କୁ କମ୍‌ ଦାମରେ ମିଳିବାକୁ ଯାଉଛି ।

ଫିଳ୍ପକାର୍ଟରେ ଚାଲିଛି ସମର ସେଭର ଡେ । ଏହା ଆଜିଠୁ ଆରମ୍ଭ ହୋଇ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଆଉ ଏହାର ଟ୍ୟାଗ ଲାଇନ ଦିଆଯାଇଛି ଇଣ୍ଡିଆ କା ସ୍ମାର୍ଟଫୋନ ଡେସଟିନେସନ । ଯେଉଁଠି ସ୍ମାର୍ଟଫୋନ ଉପରେ ଆପଣଙ୍କୁ ଭାରି ଡିସକାଉଣ୍ଟ ମିଳିବାକୁ ଯାଉଛି । ଏହି ସେଲରେ ଆପଣ କମ୍ପ୍ଲିଟ ମୋବାଇଲ ପ୍ରୋଟେକ୍ଟସନ, ନୋ କୋଷ୍ଟ ଇଏମଆଇ ସୁବିଧା ସହ ଏକ୍ସଚେଞ୍ଜ ଅଫରର ଫାଇଦା ଉଠାଇ ପାରିବେ । AXIS BANK କ୍ରେଡିଟ କାର୍ଡରେ ଆପଣଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଡ ଡିସକାଉଣ୍ଟ ମିଳିବ । ସେହିପରି paytm ଓ୍ଵାଲେଟରେ ଫ୍ଲାଟ ୧୦୦ ପ୍ରତିଶତ କ୍ୟାସବେକ୍‌ ମିଳିବାର ସୁବିଧା ରହିଛି । ଯଦି ଆପଣ ଏକ ଆଇଫୋନ କିଣିବାକୁ ଇଚ୍ଛା ରଖିଛନ୍ତି । କିନ୍ତୁ ବଜେଟ ସମସ୍ୟା ପାଇଁ ଆପଣ କିଣିପାରୁ ନାହିଁନ୍ତି । ଏହା ହେଉଛି ଆପଣପାଇଁ ଏକ ଭଲ ଅଫର ଯେଉଁଠି ଆପଣ ଖୁବ କମ୍‌ ଦାମରେ ଏକ ଆଇଫୋନ କିଣି ପାରିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଅଫର । ଆପଲ ଆଇଫୋନ 12ରେ ଫ୍ଲିଟକାର୍ଟ ପକ୍ଷରୁ ଏହି ସେଲରେ ଅଫର ଜାରି କରାଯାଇଛି ।

ଆଇଫୋନ 12 ମିନି ଡିସକାଉଣ୍ଟ

ଆଇଫୋନ 12 ମିନିର 64 ଜିବି ଭାରିଆଣ୍ଟର ମୂଲ ଦାମ ରହିଛି ୫୯ ହଜାର ୯୦୦ । ଇ-କମର୍ସ ପ୍ଲାଟଫର୍ମ ପକ୍ଷରୁ କିନ୍ତୁ ଏଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି । ମାତ୍ର ୨୩ ହଜାର ୯୯୯ ଟଙ୍କାରେ ଆପଣ ଏହି ଫୋନକୁ କିଣି ପାରିବେ । ଫ୍ଲିପକାର୍ଟ ପକ୍ଷରୁ ଏଥିରେ ଫ୍ଲାଟ ୮ ହଜାର ୯୦୧ ଟଙ୍କାର ଡିସକାଉଣ୍ଟ ପ୍ରଦାନ କରୁଛି । ଏହାପରେ ଏହାର ଦାମ ୫୦ ହଜାର ୯୯୯କୁ ଖସି ଆସିଛି । ଏହାସହ ଏଥିରେ ଏକ୍ସଚେଞ୍ଜ ଓ ବ୍ୟାଙ୍କ ଅଫର ରହିଛି ।

ଏକ୍ସଚେଞ୍ଜ ଅଫରରେ ଆପଣଙ୍କୁ ସର୍ବାଧିକ ୨୭ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରିବ । ଏହି ଅଫର ବଳରେ ଆପଣ ଆପଣଙ୍କ ପୁରୁଣା ସ୍ମାର୍ଟଫୋନ ଦେଇ ଏହି ଅଫରର ଫାଇଦା ଉଠାଇ ପାରିବେ । ଏହାକିନ୍ତୁ ଆପଣଙ୍କ ଫୋନର ଅବସ୍ଥା ଓ ମଡେଲ ଉପରେ ନିର୍ଭର କରେ । ଏହାସହ ଆପଣଙ୍କ ଲୋକେସନ ମଧ୍ୟ ଏଥିପାଇଁ ଦାୟୀ ରହିବ । ଫଳରେ ଏହି ସ୍ମାର୍ଟଫୋନକୁ ଆପଣ ମାତ୍ର ୨୩ ହଜାର ୯୯୯ ଟଙ୍କାରେ କିଣି ପାରିବେ । ଯଦି ଆପଣଙ୍କ ପାଖରେ AXIS BANK କାର୍ଡ ରହିଛି ଏଥିରେ ଆପଣଙ୍କୁ କ୍ୟାସବେକ୍‌ କୁପନ ମିଳିବ । ଯାହାର ଭାଲିଡିଟି ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି । ଏହାସହ ଆପଣ ନୋ – କଷ୍ଟ ଇଏମଆଇ ଅପସନର ଫାଇଦା ନେଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.