Jioର ଦମଦାର ପ୍ଲାନ: ୫୦୦ ଟଙ୍କାରୁ କମରେ ମିିଳିବ ୮୪ ଜିବି ଡାଟା ସହ ଅଧିକ ଅଫର

ଟେଲିକମ୍ କମ୍ପାନୀ ଜିଓ ଏହାର ୟୁଜର୍ସଙ୍କୁ ସବୁବେଳେ ଶସ୍ତା ଏବଂ ଆକର୍ଷଣୀୟ ପ୍ଲାନ ଦେଇଥାଏ । ଆଜି ଆମେ ଜିଓର ସବୁଠାରୁ ସୁଲଭ ପ୍ରିପେଡ୍ ପ୍ଲାନ ବିଷୟରେ କହୁଛୁ, ଯାହାର ବୈଧତା ୫୬ ଦିନ ପାଇଁ ରହିଥାଏ । ଏହି ପ୍ରିପେଡ ପ୍ଲାନ ହେଉଛି ଯାହା ୫୦୦ ଟଙ୍କାରୁ କମରେ ବଢ଼ିଆ ବେନିଫିଟ୍ ଦେଉଛି । ଆଜିର ଦିନରେ ଦେଶରେ ସମୁଦାୟ ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ ଅଛି ଯାହାର ନାମ ଜିଓ , ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ । ଏଥିମଧ୍ୟରୁ ଦେଶର ଏକ ନମ୍ବର କମ୍ପାନୀ ହେଉଛି ଜିଓ ।

ଜିଓ ୫୬ ଦିନର ବୈଧତା ସହିତ ଅନେକ ଯୋଜନା ପ୍ରଦାନ କରେ । ଏହି ପ୍ଳାନ ବିଷୟରେ କହିବାକୁ ଗଲେ ତାହାର ଦାମ୍ ୪୭୯ ଟଙ୍କା ରହିଛି । ଏହା ୫୬ ଦିନର ଭାଲଡିଟି ସହ ରହିଛି । ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ଅର୍ଥାତ୍ ୫୬ ଦିନ ପାଇଁ ୮୪ ଜିବି ଡାଟା ମିଳିବ । ଏହାସହ ଏହି ପ୍ଲାନରେ ଆପଣଙ୍କୁ କୌଣସି ନେଟୱର୍କକୁ ଅନଲିମିଟେଡ କଲ କରିବାକୁ ଅପ୍ସନ ମିଳିବ । ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ । ଏହା ଜିଓ କ୍ଲାଉଡ୍, ଜିଓ ସିନେମା ଏବଂ ଜିଓ ଟିଭି ଭଳି ଜିଓ ସବସ୍କ୍ରିପ୍ସନ ମିଳିବ ।

ଜିଓର ଅନ୍ୟ ୫୬ ଦିନ ଭାଲିଡିଟି ପ୍ଲାନ ହେଉଛି ୫୩୩ ଟଙ୍କା ପ୍ଲାନ, ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା, ଅନଲମିଟେଡ କଲ୍, ପ୍ରତିଦିନ ୧୦୦ ଏସଏମଏସ ସହ ସମସ୍ତ ଜିଓ ସର୍ଭିସ ମଳିଥାଏ । ଏହି ଯୋଜନାରେ ଆପଣଙ୍କୁ ସମସ୍ତ ଜିଓ ଆପ୍ ର ସବସ୍କ୍ରିପସନ୍ ମଧ୍ୟ ଦିଆଯାଇଛି ।

ସେହିପରି ଜିଓର ତୃତୀୟ ୫୬ ଦିନର ବୈଧତା ପ୍ଲାନରେ, କମ୍ପାନୀ ଗ୍ରାହକଙ୍କୁ ପ୍ରତିଦିନ 2GB ଇଣ୍ଟରନେଟ୍, ପ୍ରତିଦିନ ୧୦୦ SMS ଏବଂ ଯେକୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲିଂର ସୁବିଧା ଦେଇଥାଏ ।ଏହି ଯୋଜନାରେ ଡିଜନି + ହଟଷ୍ଟାର ସବସ୍କ୍ରିପସନ୍ ମଧ୍ୟ ଦିଆଯାଇଛି । ଏହି ଯୋଜନାର ମୂଲ୍ୟ ୭୯୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.