ଏବେ Gmail ବି ଦେବ Blue Tick
ଟ୍ୱିଟର ଓ ଇନଷ୍ଟାଗ୍ରାମ ପରେ ଏବେ Gmail ବି ଦେବ Blue Tick ମାର୍କ, ଜାଣନ୍ତୁ କିଏ ଉଠାଇବେ ଲାଭ
ଟ୍ୱିଟର ହେଉ ଅବା ଫେସବୁକ ବ୍ଲୁ ଟିକ୍ ସବୁଠାରେ ପାଇବା ପାଇଁ ଏବେ ରେସ ଚାଲିଛି । ଟ୍ୱିଟରର ବ୍ଲୁ ଟିକ୍ ଆଲୋଚନାର ବିଷୟ ହେବା ପରେ ମେଟା ବ୍ଲୁ ଟିକ୍ ର ସବିଶେଷ ତଥ୍ୟ ସାମ୍ନାକୁ ଆସିଲା। ତେବେ ଭେରିଫିକେସନ୍ ଟିକ ମାର୍କ କେବଳ ଟ୍ୱିଟର କିମ୍ବା ମେଟାର ଗୋଟିଏ ପ୍ଲାଟ୍ଫଡ଼ମ ନୁହେଁ ବରଂ ୟୁଟ୍ୟୁବ୍, ପିନ ଇଣ୍ଟରେଷ୍ଟ, ଟିକଟକ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ରେ ମଧ୍ୟ ଯାଞ୍ଚ କରି ଟିକ୍ ପ୍ରଦାନ କରିଥାଏ ।
ଏପରିକି Linekdin ନିକଟରେ ଆକାଉଣ୍ଟ ଯାଞ୍ଚ ପାଇଁ ବ୍ୟାଜ୍ ଉପସ୍ଥାପନ କରିଛି । ବର୍ତ୍ତମାନ ସୂଚନା ମିଳୁଛି ଯେ ଗୁଗୁଲ ମଧ୍ୟ ବ୍ଲୁ ଟିକ ଆରମ୍ଭ କରିବାକୁ ଯାଉଛି। ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଗୁଗୁଲ ଏହାର Gmail ସେବାରେ କିଛି ମନୋନୀତ ୟୁଜର୍ସଙ୍କ ନାମ ସାମ୍ନାରେ ବ୍ଲୁ ଟିକ ମାର୍କ ଦେବ। ବ୍ଲୁ ଟିକ ମାର୍କ ଦ୍ୱାରା ଆମେ ଏହା ବୁଝିଥାଉ ଯେ ଏହା ବ୍ରାଣ୍ଡଟି ଅରିଜିନାଲ ।
କମ୍ପାନୀ ଗତ ବୁଧବାର ଦିନ ଘୋଷଣା କରିଛି ଯେ ଗୁଗୁଲ ୟୁଜର୍ସଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ Gmail ରେ ଟିକ ମାର୍କ ଦେଖାଇବାକୁ ଯାଉଛି। ମେସେଜ୍ ଆଇଡେଣ୍ଟିଫିକେସନ୍ ବା BIMI ପାଇଁ Gmail ର ବର୍ତ୍ତମାନ ବ୍ରାଣ୍ଡ ଇଣ୍ଡିକେଟର୍ ଗ୍ରହଣ କରିଥିବା କମ୍ପାନୀର ନାମ ପାଖରେ ନୂଆ ବ୍ଲୁ ଟିକ ମାର୍କ ସ୍ୱୟଂଚାଳିତ ଭାବରେ ଦେଖାଯିବ ।
ସୂଚନାମୁତାବକ ୨୦୨୧ ରେ BIMI ବୈଶିଷ୍ଟ୍ୟ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଯଦି ଆପଣ ଏକ ବ୍ରାଣ୍ଡର ନାମ ପାଖରେ ଏକ ବ୍ଲୁ ଟିକ ମାର୍କ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ବ୍ରାଣ୍ଡ BIMI ବୈଶିଷ୍ଟ୍ୟ ଅନ୍ତର୍ଗତ କରିଛି । ଏହା ଅରିଜିନାଲ ବ୍ରାଣ୍ଡ। ଗୁଗୁଲ୍ କହିଛି ଯେ ଏହି ଅପଡେଟ୍ ଉପଭୋକ୍ତାମାନଙ୍କୁ ବ୍ରାଣ୍ଡ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଏହିପରି ଆପଣ ନିଜେ କମ୍ପାନୀ ଦ୍ୱାରା ପଠାଯିବାକୁ ଥିବା ଏକ ବ୍ଲୁ ଟିକ ମାର୍କ ସହିତ ମେଲ୍ ଉପରେ ମଧ୍ୟ ବିଶ୍ୱାସ କରିପାରିବେ ।