ଲଞ୍ଚ ହେବ ଗୁଗଲର ପ୍ରଥମ ଫୋଲଡେବଲ୍‌ ସ୍ମାର୍ଟଫୋନ

ମେ ୧୦ରେ ଲଞ୍ଚ ହେବ ଗୁଗଲର ପ୍ରଥମ ଫୋଲଡେବଲ ସ୍ମାର୍ଟଫୋନ Pixel Fold, ଜାଣନ୍ତୁ କେତେ ରହିବ ଦାମ

ଟେକନିକ ଦିଗଜ୍ଜ କମ୍ପାନୀ ଗୁଗଲ ଆସନ୍ତା ମେ ୧୦ରେ ନିଜ ର I/O 2023 ଇଭେଣ୍ଟରେ ନିଜର ପ୍ରଥମ ଫୋଲଡେବଲ ସ୍ମାର୍ଟଫୋନ Pixel Fold କୁ ବଜାରରେ ପ୍ରବେଶ କରାଇବାକୁ ଯାଉଛି। ସୂଚନା ଅନୁସାରେ ଗୁଗଲ ଏହାକୁ ଅଫିସିଆଲ ଭାବେ ଟିଜରକୁ ରିଲିଜ କରିଛି। ଆଗାମୀ ଦିନରେ ଗୁଗଲର ବାର୍ଷିକ ସମ୍ମିଳନୀରେ ନିଜର ପ୍ରଥମ ଫୋଲଡେବଲ ସ୍ମାର୍ଟଫୋନକୁ ଅଧିକାରିକ ରୂପେ ଲଞ୍ଚ କରିବ।

ଗୁଗଲର ଏହି ଫୋଲଡେବଲ ମଡେଲକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଥିବା ବେଳେ ଏବେ ଏହାକୁ ନେଇ ଅଫିସିଆଲ ଟିଜର ରିଲିଜ ହୋଇଛି। ଖୁବ କମ ଦିନ ମଧ୍ୟରେ କମ୍ପାନୀ ଏହି ମଡେଲକୁ ଲଞ୍ଚ କରିବ। ପିକ୍ସଲ ଫୋଲ୍ଡରେ ହିଞ୍ଜ ମେକାନିଜିମ, ଡିଜାଇନ , ଇନର ଡିସପ୍ଲେ ଓ ସଫ୍ଟେଓ୍ଵୟାର କୁ ଦେଖାଯାଇଛି। ଗୁଗଲର କହିବା ଅନୁସାରେ ଡିଭାଇସର ଘୋଷଣା ୧୦ ମେ କୁ କରାଯିବ। ଯାହାକି ଗୁଗଲର ବାର୍ଷିକ ସମ୍ମିଳନୀର ପ୍ରଥମ ଦିନ ହେବ।

ଦାମ କଥା ଧ୍ୟାନକୁ ନେଲେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ବି ପିକ୍ସଲ ଫୋଲ୍ଡ ମଡେଲର ଦାମ $1,400 ରୁ ଅଧିକ ରହିବ ବୋଲି ଆଶା ରହିଛି। ଯାହାକି ମୋଟ ଉପରେ ୧,୧୪,୩୦୦ ଟଙ୍କା ହେବ। ତେଣୁ ଏପରି ଦେଖିଲେ ଏହାର ଲଞ୍ଚ ଭାରତରେ ହେବା ଖୁବ କମ ଆଶା କରାଯାଉଛି।

ପିକ୍ସଲ ଫୋଲ୍ଡ ବ୍ୟତିତ ଗୁଗଲ ଆଗାମୀ ଇଭେଣ୍ଟରେ ପିକ୍ସଲ ଟାବଲେଟ ମଧ୍ୟ ଲଞ୍ଚ କରିବ। ଏହାମଧ୍ୟରେ ମିଡ଼ିଆ ରିପୋର୍ଟ ଅନୁସାରେ ଯାହାକୁ ଫେଲିକ୍ସ କୋଡ ନେମରେ ଜଣାଯାଏ, ଆଗାମୀ ଦିନରେ ପିକ୍ସଲ ଫୋଲ୍ଡର ଫୋଲଡେବଲ ଫୋନ ର ସବୁଠୁ ଭଲ ମଡେଲ ହେବ। Google Pixel Foldର ଦାମ $1,700 ରୁ ଅଧିକ ହେବାର ସମ୍ଭାବନା ରହିଛି। ଏହା ସାମସଙ୍ଗର $1,799 Galaxy Z Fold 4 କୁ ଟକ୍କର ଦେବ ।

Google Pixel 7a ଆଗାମୀ ୧୧ ମେ ରେ ଭାରତରେ ଲଞ୍ଚ ହେବ ବୋଲି ସୁଚନା ମିଳିଛି। ଏହାର ଗୋଟିଏ ଦିନ ପୂର୍ବରୁ ଗୁଗଲ I/O ବାର୍ଷିକ ସମ୍ମିଳନୀରେ ଏହାର ଲଞ୍ଚ ହେବ।Google Pixel 7a ମଡେଲ ତିନୋଟି କଲର ଅପସନ କାର୍ବନ, ଆର୍କଟିକ ବ୍ଳୁ ଓ କାଣ୍ଟନ ଅପସନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.