ପାତାଳଗଙ୍ଗା ତୀର୍ଥରେ ଚାଲିଛି ପବିତ୍ର ବୈଶାଖୀ ମେଳା

ନୂଆପଡାର ପ୍ରସିଦ୍ଧ ପାତାଳଗଙ୍ଗା ତୀର୍ଥରେ ଅନୁଷ୍ଠିତ ହୋଇଛି ପଵିତ୍ର ବୈଶାଖୀ ମେଳା ଉତ୍ସବ, ଦେଖିବାକୁ ଆସୁଛନ୍ତି ଅନେକ ଲୋକ

ପଶ୍ଚିମ ଓଡିଶାର ବିଭିନ୍ନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରେ ନୂଆପଡା ଜିଲ୍ଲାର ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ର ହେଉଛି ଅନ୍ୟତମ । ପାତାଳଗଙ୍ଗାର ପ୍ରାକୃତିକ ମନୋରମ ଘଂଚ ଜଙ୍ଗଲ ଓ ସୁଉଚ୍ଚ ଗିରୀଶୃଙ୍ଗ ସାଙ୍ଗକୁ କୁଳୁକୁଳୁ ନାଦରେ ପ୍ରବାହିତ ହେଉଥିବା ଚିରସ୍ରୋତା ପବିତ୍ର ଜଳ ହଜାର ହଜାର ର୍ପ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାତାଳଗଂଗା ତୀର୍ଥ କ୍ଷେତ୍ରରେ ତନିଦିନଧରି ବୈଶାଖ ମେଳା ଆୟୋଜନ କର।ଯାଇଛି । ନୂଆପଡା ଜିଲା ସମେତ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକମାନେ ଆସି ପବିତ୍ର ପାତାଳଗଙ୍ଗା ଜଳରେ ବୁଡ ପକାଇ ମୋକ୍ଷ୍ରାପ୍ତି ହେବା ସହ ମେଳାର ବେଶ ଆନନ୍ଦ ନେଉଛନ୍ତି ।

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଠାରୁ ମାତ୍ର ୬କି.ମି ଦୂରତାରେ ରହିଛି ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ର । ପାତାଳଗଙ୍ଗାର ଚତୁଃାଶ୍ୱର୍ରେ ପ୍ରାକୃତିକ ମନୋରମ ଘଂଚ ଜଙ୍ଗଲ ସହ ସୁଉଚ୍ଚ ଗିରୀଶୃଙ୍ଗ ରହିଛି । ଏଠାରେ ଚଳିତବର୍ଷ ମେ ୪,୫ ଓ ୬ ତିନିଦିନଧରି ବୈଶାଖ ମେଳା ଆୟୋଜନ ହେଉଛି । ପାତାଳଗଂଗା ତୀର୍ଥ କ୍ଷେତ୍ରର ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉଭୋଗ କରିବା ସହ ବୈଶାଖ ମେଳାର ମଜାନେବା ପାଇଁ ନୂଆପଡା ଜିଲା ସମେତ ପଡୋଶି ଜିଲ୍ଲା କଳାହାଣ୍ଡି,ବଲାଂଗିର,ବରଗଡ,ନବରଂଗୁର ଓ ଛତିଶଗଡ ଅଂଚଳର ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ପାତାଳଗଙ୍ଗା ତୀର୍ଥକ୍ଷେତ୍ରର ବିଶେଷତ୍ୱ ରହିଛି ଯେ ଏହି କୁଣ୍ଡ ଜଳରେ ବୁଡ ପକାଇଲେ ପାପ କ୍ଷୟ ହେବା ସହ ମୋକ୍ଷପ୍ରାପ୍ତି ହୋଇଥାଏ । ଏହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ଅଗାଢ ବିଶ୍ୱାସ ରହିଛି । ସେହିଭଳି ୈାରାଣିକ ମତ ଅନୁସାରେ ତ୍ରୈତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର , ଦେବୀ ସୀତା ଓ ଭ୍ରାତା ଲକ୍ଷ୍ମଣ ପାତାଳଗଙ୍ଗାକୁ ଲାଗିରହିଥିବା ଗୁରୁଡୋଙ୍ଗର ପାହାଡକୁ ବନବାସ ସମୟରେ ଆସି କିଛିଦିନ ଆଶ୍ରୟ ନେଇଥିଲେ । ଏହି ବନବାସ ସମୟରେ ଦେବୀ ସୀତାଙ୍କୁ ପ୍ରବଳ ଶୋଷ ହୋଇଥିଲା । ତାଙ୍କ ତୃଷ୍ନା ମେଂଟାଇବା ପାଇଁ ପ୍ରଭୂ ରାମଚନ୍ଦ୍ରଙ୍କ ଆଦେଶକ୍ରମେ ଭ୍ରାତା ଲକ୍ଷ୍ମଣ ପାତାଳକୁ ଶରବିଦ୍ଧ କରି ଦେବୀ ମାଁ ଗଂଗାକୁ ପ୍ରକଟ କରିଥିଲେ । ପରେ ଦେବୀ ସୀତା ଗଂଗାଜଳରେ ନିଜର ତୃଷ୍ନା ମେଂଟାଇଥିଲେ । ପରେ ଏହି ତୀର୍ଥକ୍ଷେତ୍ରର ନାମ ପାତାଳଗଂଗାରେ ନାମିତ ହୋଇଛି । ସେହିଦିନଠାରୁ ପାତାଳରୁ ସ୍ୱତଃ ଭାବେ ଗଂଗାଜଳ ବାହାରି ଚୀରସ୍ରୋତା ଭାବେ ଜଳ ୍ବପ୍ର ବା ହିତ ହେଉଛି । ଏବେବି ଏଠାରେ ପ୍ରଭୁ ରାମଚନ୍ଦ୍ର , ଦେବୀ ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କ ପାଦ ଚିହ୍ନ ରହିଥିବା ଦେଖିବାକୁ ମିଳେ । ବିଶେଷକରି ପାତାଳଗଂଗାଠାରେ ବୈଶାଖମେଳା ସମୟରେ ଶ୍ରଦ୍ଧାଳୁଙ୍କ ବେଶଭିଡ ଜମିଥାଏ । ପାତାଳଗଙ୍ଗାର ପବିତ୍ର ଜଳରେ ବୁଡ ପକାଇଲେ ପା କ୍ଷୟ ହେବା ସହ ସେଠାରେଥିବା ବହୁ ଦେବାଦେବୀଙ୍କ ମନ୍ଦିରରେ ପୂଜା ଅର୍ଚନା କଲେ ସବୁ ପ୍ରକାରର ମନସ୍କାମନା ପୂର୍ଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି ।

ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ର୍ପ୍ୟଟକ ଆସିଥାନ୍ତି । ଏଠାକୁ ଆସୁଥିବା ର୍ପ୍ୟକଟମାନେ ପାତାଳଗଂଗାର ପବିତ୍ର ଜଳରେ ବୁଡ ପକେଇବା ସମେତ ସେଠାରେଥିବା ମହାମୃତ୍ୟୁଂଜୟ ଶିବ ମନ୍ଦିର,ରାଧାକୃଷ୍ନ ମନ୍ଦିର,ଜଗନ୍ନାଥ ମନ୍ଦିର,ଗାୟତ୍ରି ମନ୍ଦିର,ଦୁର୍ଗା ମନ୍ଦିର,ଅଲେଖ ବାବା ମଠ ଓ ମାଁ ଦ୍ୱାରଶନୀ ଦେବୀଙ୍କ ଦର୍ଶନ କରି ବେଶ ଆନନ୍ଦିତ ହୋଇଥାନ୍ତି । ବିଶେଷକରି ଶ୍ରାବଣମାସରେ ପାତାଳଗଙ୍ଗାର ମୁଖ୍ୟକୁଣ୍ଡ, ସୀତାକୁଣ୍ଡ ଓ ଲକ୍ଷ୍ମଣଦ୍ୱାରର ଚତୁଃାଶ୍ୱର୍ରେ ହଜାର ହଜାର ଭକ୍ତଙ୍କ୍ ଭିଡ ଜମିଥାଏ । ବୋଲବମ୍ ଭକ୍ତମାନେ ମୁଖ୍ୟକୁଣ୍ଡରୁ ପାଣି ନେଇ ବିରାଟ ବଟବୃକ୍ଷ ତଳେଥିବା ପ୍ରଭୁଶିବଙ୍କ ଲିଙ୍ଗରେ ଜଳାଭିଷେକ କରି ପୂଜାଅର୍ଚ୍ଚନା କରିଥାନ୍ତି । ସେହିଭଳି ପ୍ରତିଦିନ ପାତାଳଗଙ୍ଗା ପୀଠରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିସରରେ ଆୟୋଜିତ ହେଉଥିବା ସାଧୁସନ୍ଥମାନଙ୍କ ଭଜନ କୀର୍ତନ ଓ ଆଧ୍ୟାତ୍ମିକ ପ୍ରବଚନ କ୍ରା୍ୟକ୍ରମରେ ଶହ ଶହ ଭକ୍ତମାନେ ସାମିଲ ହୋଇ ଧାର୍ମିକ ଚେତନା ପାଇବାର ସୁୋଗ ପାଇଥାନ୍ତି ।

ଏପରିକି ଶିବ ମନ୍ଦିରରେ ବିବାହ ଓ ରୁଦ୍ରାଭିଷେକ କ୍ରା୍ୟକ୍ରମ ସଂପନ୍ନ ହୋଇଥାଏ । ବୈଶାଖ ମେଳାରେ ପାତାଳଗଙ୍ଗା ତୀର୍ଥକ୍ଷେତ୍ରକୁ ନୂଆପଡା ଜିଲ୍ଲା ସମେତ ପଶ୍ଚିମ ଓଡିଶାର କଲାହାଣ୍ଡି, ବଲାଙ୍ଗିର, ବରଗଡ ଓ ପଡୋଶୀ ଛତିଶଗଡ ଅଂଚଳରୁ ହଜାର ହଜାର ପନ୍ନ ହୋଇଥାଏ । ବୈଶାଖ ମେଳାରେ ପାତାଳଗଙ୍ଗା ତୀର୍ଥକ୍ଷେତ୍ରକୁ ନୂଆପଡା ଜିଲ୍ଲା ସମେତ ପଶ୍ଚିମ ଓଡିଶାର କଲାହାଣ୍ଡି, ବଲାଙ୍ଗିର, ବରଗଡ ଓ ପଡୋଶୀ ଛତିଶଗଡ ଅଂଚଳରୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଚଳିତବର୍ଷ ଏଠାରେ ତିନିଦିନଧରି ଚାଳିଥିବା ବୈଶାଖମେଳାରେ ହଜାର ହଜାର ଶ୍ରଦ୍ଧାଳୁମାନେ ପାତାଳଗଂଗାର ପବିତ୍ରଜଳରେ ବୁଡ ପକାଇ ମୋକ୍ଷପ୍ରାପ୍ତି କରୁଛନ୍ତି । ଏଥିସହ ପର୍ଯ୍ୟଟକମାନେ ମେଳାରେ ଲାଗିଥିବା ବିଭିନ୍ନ ଦୋକାନ ବଜାରରେ କିଣାବିକା କରିବା ସହିତ ସୁସ୍ୱାଦିଷ୍ଟ ଖାଦ୍ୟଖାଇ ମେଳାର ବେଶ ମଜାନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.