୭୦୦ ମିଲିୟନ ଲୋକ ମଧୁମେୟରେ ଆକ୍ରାନ୍ତ ହେବେ, ଗ୍ଲିସେମିକ ଇଣ୍ଡେକ୍ସ କମ ଥିବା ଖାଦ୍ୟ ଏଥିରେ ଆଣିବ ନିୟନ୍ତ୍ରଣ

୧୯୮୦ରେ ୧୦୮ ମିଲିୟନ ରହିଥିବା ବେଳେ ୨୦୧୪ରେ ୪୨୨ ମିଲିୟନରେ ପହଁଚିଛି ମଧୁମେୟ ରୋଗୀଙ୍କ ସଂଖ୍ୟା । ୨୦୪୦ ବେଳକୁ ୭୦୦ ମିଲିୟନ ଲୋକେ ମଧୁମେୟରେ ଆକ୍ରାନ୍ତ ହେବେ । ଏପରି କିଛି ଖାଦ୍ୟପଦାର୍ଥ ରହିଛି ଯାହା ମଧୁମେୟକୁ ଆୟତ୍ତ କରିବାରେ ସହାୟକ ହୋଇଥାଏ ।

କେନ୍ୟୁଜ୍‌(ବ୍ୟୁରୋ): ମଧୁମେୟ ଏକ ଦ୍ରୁତ ଭାବେ ବଢୁଥିବା ଗ୍ଲୋବାଲ ରୋଗରେ ପରିଣତ ହୋଇସାରିଛି । ଏହି ରୋଗୀଙ୍କ ସଂଖ୍ୟା ୧୯୮୦ରେ ୧୦୮ ମିଲିୟନ ରହିଥିବା ବେଳେ ୨୦୧୪ରେ ୪୨୨ ମିଲିୟନରେ ପହଁଚିଛି । ଏହାସହ ଏହା ଆଖି ଖରାପ ହେବା, କିଡନୀ ଫେଲ ହେବା, ହୃଦରୋଗ ଓ ଗୋଡ଼ ବିନ୍ଧା ଭଳି ସମସ୍ୟାର କାରଣ ସାଜୁଛି । ଆଜିକା ଦିନର ବ୍ୟସ୍ତ ବହୁଳ ଜୀବନରେ ଅନ ହେଲଦି, ସୁଗାରି ଓ ପ୍ରୋସେସ ଖାଦ୍ୟ ଖାଇବା ଏହି ସମସ୍ୟାକୁ ବଢାଉଛି । ଗବେଷଣାରେ କୁହାଯାଇଛି ୨୦୪୦ ବେଳକୁ ୭୦୦ ମିଲିୟନ ଲୋକେ ମଧୁମେୟରେ ଆକ୍ରାନ୍ତ ହେବେ । ଏହାର ଯେତେଶୀଘ୍ର ହେବ ପ୍ରତିକାର କରିବାକୁ ହେବ । ମଧୁମେୟକୁ କମାଇବା ପାଇଁ ଶରୀରର ବ୍ଲଡ ସୁଗର ଲେବେଲକୁ କମାଇବା ପ୍ରଥମ ପଦକ୍ଷେପ ହେବ । ଯଦି ଆମେ ଖାଦ୍ୟ ଖାଇବାର ଅଭ୍ୟାସକୁ ସଠିକ ପରିଚାଳନା କରିବା ତେବେ ମଧୁମେୟକୁ ଆୟତ କରାଯାଇ ପାରିବ । ଏଠାରେ ଆମେ କିଛି ଖାଦ୍ୟପଦାର୍ଥ ବାବଦରେ କହିବୁ ଯାହା ମଧୁମେୟକୁ ଆୟତ୍ତ କରିବାରେ ସହାୟକ ହୋଇଥାଏ ।

ସବୁଜ ପନିପରିବା:
ସବୁଜ ପନିପରିବାରେ କ୍ୟାଲୋରୀ କମ ପରିମାଣରେ ରହିବା ସହ କାର୍ବୋଡାଇଡ୍ରେଟ ମଧ୍ୟ କମ ପରିମାଣରେ ରହିଥାଏ । ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଏହାସହ ଏହା ସୁଗରକୁ ଶୋଷିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ମଧୁମେୟରେ ଆକ୍ରାନ୍ତ ସେମାନେ ଶାଗ ଖାଇବା ସହ ସବୁଜ ପରିବା ଖାଇବା ଉଚିତ । ଏହିସବୁ ଖାଦ୍ୟ ପଦାର୍ଥରେ ପ୍ରଚୁର ପରିମାଣରେ ଆସ୍କୋରବିକ୍‌ ଏସିଡ୍‌ ରହିଥାଏ । ଯାହା ଇନସୁଲିନ କ୍ଷରଣକୁ ତ୍ୱାରାନ୍ଵିତ କରିଥାଏ ଫଳରେ ସୁଗର ଲେବେଲ କମିଥାଏ ।

ହୋଲ ଗ୍ରେନ:
ରିଫାଇଣ୍ଡ ଗ୍ରେନ ବଦଳରେ ହୋଲ ଗ୍ରେନକୁ ଖାଦ୍ୟ ଭାବେ ଗ୍ରହଣ କଲେ ଏହା ଡାଇବେଟିସ କମାଇ ପାରିବ । ହୋଲ ଗ୍ରେନରେ ଅଧିକ ପରିମାଣର ଫାଇବର ଓ ନ୍ୟୁଟ୍ରେଣ୍ଟ ରହିଥାଏ । ହୋଲ ଗ୍ରେନର ଗ୍ଲିସେମିକ ଇଣ୍ଡେକ୍ସ କମ ଥାଏ । ଫଳରେ ଏହା ବ୍ଲଡ ସୁଗର ଲେବଲ ଉପରେ କମ ପ୍ରଭାବ ପକାଇଥାଏ । ଯେପରିକି ବ୍ରାଉନ ରାଇସ, ରାଗିକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିପାରିବା ।

ବେରି:
ବେରି ଯେପରିକି ଷ୍ଟ୍ରବେରି, ବ୍ଲୁବେରି,ରାସ୍ପବେରି ଓ ବ୍ଲାକବେରି ବହୁ ପରିମାଣରେ ଡାଇବେଟିସ କମାଇବାରେ ସହାୟକ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ଅକ୍ସିଡେଟିବ ଟ୍ରେସକୁ କମ କରିଥାଏ । ଏହାସହ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ – ସି ରହିଥାଏ । ଯାହା ବ୍ଲଡ ସୁଗର ଲେବେଲକୁ ବାଲାନ୍ସ କରିଥାଏ ।

ବିନ୍ସ:
ବିନ୍ସର ଗ୍ଲିସେମିକ ଇଣ୍ଡେକ୍ସ ଖୁବ କମ ରହିଥାଏ । ତେଣୁ ଏହା ବ୍ଲଡ ସୁଗର ଲେବେଲକୁ କମ କରିଥାଏ । ସୋୟାବିନର ଗ୍ଲିସେମିକ ଇଣ୍ଡେକ୍ସ ରହିଛି ୧୫, ସେହିପରି କିଡନୀ ବିନ୍ସର ଇଣ୍ଡେକ୍ସ ରହିଛି ୨୮ । ଏହାସହ ବିନ୍ସ ଖାଇବା ଦ୍ୱାରା ଓଜନକୁ ମଧ୍ୟ କମାଯାଇ ପାରିବ । ଫଳରେ ବ୍ଲଡ ସୁଗର ଓ କୋଲେଷ୍ଟ୍ରୋଲର ମାତ୍ରାକୁ କମାଯାଇ ପାରିବ ।

ସାଇଟ୍ରସ ଜାତୀୟ ଫଳ:
କମଳା, ଲେମ୍ବୁ ପରି ଫଳରେ ଆଣ୍ଟିଡାଇବେଟିକ କ୍ଷମତା ରହିଥାଏ । ଏହାସହ ଏଥିରେ ପ୍ରଚୁର ପରିମାଣର ଭିଟାମିନ ଓ ମିନେରାଲ ରହିଥାଏ । ସେହିପରି ଏଥିରେ ଭିଟାମିନ–ସି ର ପରିମାଣ ମଧ୍ୟ ଅଧିକ ରହିଥାଏ ।

ମଧୁମେୟ ରୋଗୀଙ୍କୁ ସୁଗର ଥିବା ଖାଦ୍ୟ ଖାଇବାଠୁ ଦୂରେଇ ରହିବା ଉଚିତ । ଏହାସହ ଯେଉଁ ଖାଦ୍ୟରେ ଗ୍ଲିକାମିକ ଏସିଡ ରହିଛି ସେହି ଖାଦ୍ୟ ଗ୍ରହଣ କରିବା ଅନୁଚିତ ହେବ । ଏପରି ଖାଦ୍ୟ ଅଭ୍ୟାସ ଦ୍ୱାରା ମଧୁମେୟକୁ ନିୟନ୍ତ୍ରଣ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.