ହ୍ବାଟସଆପ୍, ଫେସବୁକ, ଇନଷ୍ଟାଗ୍ରାମ ପରେ Gmail ସର୍ଭିସ ହେଲା ଡାଉନ, ଅନେକ ସମସ୍ଯାର ସାମ୍ନା କରୁଛନ୍ତି ୟୁଜର୍ସ

ଆଜିକାଲି ସୋସିଆଲ ମିଡିଆ ଡାଉନ ହେବା ଖବର ଅନେକ ସମୟରେ ଶୁଣିବାକୁ ମିଳୁଛି। ନିକଟରେ ଫେସବୁକ, ହ୍ବାଟସଆପ୍, ଇନଷ୍ଟାଗ୍ରାମ ଦୁଇ ଦୁଇ ଥର ଡାଉନ ହୋଇଥିଲା। ଏବେ ଗତକାଲି ରାତିରେ ଅର୍ଥାତ୍ ୧୨ ଅକ୍ଟୋବରକୁ ଗୁଗୁଲର ମାଗଣା ଇମେଲ ସର୍ଭିସ Gmail ମଧ୍ୟ ଡାଉନ ହୋଇଯାଇଛି। ଫଳରେ ଲୋକେ ସେମାନଙ୍କ ମେଲ ପଠାଇବା ଓ ପାଇବାରେ ହଟହଟା ହେଉଛନ୍ତି।

ଡାଉନ ଡିଟେକ୍ଟର ଅନୁସାରେ ରିୟଲ ଟାଇମ ଆଉଟେଜ୍‌ ଟ୍ରାକ କରୁଥିବା ୱେବସାଇଟରୁ ମିଳୁଥିବା ତଥ୍ୟରେ ଏବେ ୬୮ ପ୍ରତିଶତ ୟୁଜର କିଛି ସମସ୍ୟାର ସମ୍ମୁଖୀନ ହେଉଥିବାର ସୂଚିତ କରୁଥିବା ବେଳେ ୧୮ ପ୍ରତିଶତ ସର୍ଭର କନେକ୍ସନର ସୂଚନା ଦେଉଛନ୍ତି। ୧୪ ପ୍ରତିଶତ ଲୋକେ ଲଗିନ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାଇଛନ୍ତି।

ତେବେ କେବଳ ଭାରତ ନୁହେଁ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଲୋକେ ଜିମେଲ ଯୋଗୁ ଉପୁଜିଥିବା ସମସ୍ୟା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚିତ କରିଛନ୍ତି। ତେବେ ବାବଦରେ ଗୁଗଲ ଅଥବା ଜିମେଲ ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ କରିନାହାନ୍ତି କି ୟୁଜରଙ୍କୁ ମଧ୍ୟ କୌଣସି ସୂଚନା ଦେଉ ନାହାନ୍ତି। ତେବେ କିଛି ସମୟ ପୂର୍ବରୁ ବିଶ୍ୱର ସର୍ବ ବୃହତ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ହ୍ୱାଟସ୍‌ ଆପ ୟୁଜର ଅଚାନକ ବନ୍ଦ ହୋଇଯାଇଥିଲା। ଫଳରେ ସୋସିଆଲ ମିଡିଆ ୟୁଜର କିଛି ସମୟ ଲାଗି ସ୍ତବ୍ଦ ହୋଇଯାଇଥିଲେ।

ହେଲେ ପରେ ଫେସବୁକ୍ ଓ ହ୍ୱାଟସ୍‌ ଆପ ସଠିକ କାମ କରୁଥିବା ବେଳେ ମଙ୍ଗଳବାର ଅଚାନକ ଜିମେଲ ଅଚଳ ହୋଇଯାଇଛି। ଫଳରେ ଲୋକେ ମେଲ କରିପାରୁନଥିବା ବେଳେ ଅପେକ୍ଷାରେ ଥିବା ଲୋକେ ମେଲ ଖୋଲିପାରୁନଥିବାରୁ ଚିନ୍ତିତ ହୋଇପଡିଥିଲେ। Gmail ଡାଉନ ହେବାନେଇ ୟୁଜର୍ସ ସୋସିଆଲ ମିଡିଆରେ ଅଭିଯୋଗ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଏବେ ସର୍ଭିସ ସ୍ବାଭାବିକ ହୋଇଥିବା ଖବର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.