ନୂଆ ଫିଚର ନେଇ ସାମନାକୁ ଆସିଛି ଗୁଗୁଲ, ଇମେଜରୁ ଟେକ୍ସଟକୁ ହେବ କନର୍ଭଟ

ୟୁଜର ଗୁଗୁଲ ଟୁଲସକୁ ବ୍ୟବହାର କରି ଅନେକ କାମକୁ ଅତି ସହଜରେ କରି ପାରୁଛନ୍ତି । କାଗଜରେ ଲେଖା ଯାଇଥିବା ଅକ୍ଷରକୁ ଫଟୋ ଉଠାଇ ଏହାକୁ ପୁଣି ଡିଜିଟାଲ ଲେଖାରେ ପରିଣତ କରାଯାଇ ପାରୁଛି । ଗୁଗୁଲ ଟ୍ରାନ୍ସଲେଟର ଓ୍ବେବ ଭର୍ଜନରେ ଇମେଜରୁ ଟେକ୍ସଟକୁ କନର୍ଭଟ କରାଯାଇ ପାରିବ । ଗୁଗୁଲ ଲେନ୍ସରେ ବ୍ୟବହାର ହୋଇଥିବା AR Translate toolର ଟେକ୍ନୋଲୋଜିକୁ ଏଥିରେ ବ୍ୟବହାର କରାଯାଇଛି । ଏହି ଟାବକୁ ଯାଇ ଫଟୋ ଅପଲୋଡ କରିବା ପରେ ବା ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନର ସ୍କ୍ରିନସଟକୁ ଅପଲୋଡ କଲାପରେ ଏକ ଟ୍ରାନ୍ସଲେସନ ଦେଖାଦେବ ।

ସବୁବେଳେ ନୂଆ ନୂଆ ଫିଚର ଟେକ୍ନୋଲୋଜି ନେଇ ସାମନାକୁ ଆସିଥାଏ ଗୁଗୁଲ । ଏବେ ଗୁଗୁଲ ଟୁଲସ ପାଇଁ ଅନେକ କାମ ଅତି ସହଜ ହୋଇ ଯାଉଛି । ୟୁଜର ଗୁଗୁଲ ଟୁଲସକୁ ବ୍ୟବହାର କରି ଅନେକ କାମକୁ ଅତି ସହଜରେ କରି ପାରୁଛନ୍ତି । ଆପଣ କେବେ ଶୁଣିନଥିବେ କାଗଜରେ ଲେଖା ଯାଇଥିବା ଅକ୍ଷରକୁ ଫଟୋ ଉଠାଇ ଏହାକୁ ପୁଣି ଡିଜିଟାଲ ଲେଖାରେ ପରିଣତ କରାଯାଇ ପାରୁଛି । ଏହା ଏବେ ସମ୍ଭବ ହୋଇ ପାରିଛି ଗୁଗୁଲ ଏପରି ଏକ ଟୁଲସକୁ ସାମନାକୁ ନେଇ ଆସିଛି ।

ଗୁଗୁଲ ଟ୍ରାନ୍ସଲେଟରେ ଏପରି ଏକ ଫିଚର ଏବେ ଯୋଡ଼ି ହୋଇଛି । ଗୁଗୁଲ ଟ୍ରାନ୍ସଲେଟର ଓ୍ବେବ ଭର୍ଜନରେ ଇମେଜରୁ ଟେକ୍ସଟକୁ କନର୍ଭଟ କରାଯାଇ ପାରିବ । ଗୁଗୁଲ ଲେନ୍ସରେ ବ୍ୟବହାର ହୋଇଥିବା AR Translate toolର ଟେକ୍ନୋଲୋଜିକୁ ଏଥିରେ ବ୍ୟବହାର କରାଯାଇଛି । ଯାହା ସ୍ମାର୍ଟଫୋନରେ ରିଏଲ ଟାଇମ ଟ୍ରାନ୍ସଲେସନ କରିବାରେ ସହଯୋଗ ହେଉଥିଲା ।

ଗୁଗୁଲ ଟ୍ରାନ୍ସଲେଟର ଓ୍ବେବସାଇଟରେ ଏହି ଅପସନକୁ ଆପଣ ପାଇ ପାରିବେ । ଏହାର ପେଜର ଉପର ଭାଗରେ ଆପଣ ଏକ ନୂଆ ଇମେଜ ଟାବକୁ ଦେଖିବାକୁ ପାଇବେ । ଏହି ଟାବକୁ ଯାଇ ଫଟୋ ଅପଲୋଡ କରିବା ପରେ ବା ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନର ସ୍କ୍ରିନସଟକୁ ଅପଲୋଡ କଲାପରେ ଏକ ଟ୍ରାନ୍ସଲେସନ ଦେଖାଦେବ । ଓ୍ବେବ ଇଣ୍ଟରଫେସରେ ଏହି ଟେକ୍ସଟକୁ କପି କରାଯାଇ ପାରିବ । ଆପଣ ଯଦି ଚାହିଁବେ ଏହି ଟ୍ରାନ୍ସଲେଟ ଭର୍ଜନକୁ ଇମେଜ ରୂପରେ ଡାଉନଲୋଡ କରିପାରବେ ନ ହେଲେ ଡିଲିଟ ବି କରିପାରିବେ । ଏହିଥିରେ ୧୧୩ ଟି ଭାଷା ଉପଲବ୍ଧ ରହିଛି । ଏହାସହ ୧୩୩ ଟି ଡେସଟିନେସନ ଭାଷା ରହିଛି ।

ବର୍ଷ ବର୍ଷ ଧରି ମୋବାଇଲ ଫୋନରେ ଗୁୁଗୁଲ ଲେନ୍ସ ଜରିଆରେ ଏହି ଫିଚର ଉପଲବ୍ଧ ହୋଇ ଆସିଥିଲା । ଏବେ ଏହି ଫିଚର ଓ୍ବେବରେ ଉପଲବ୍ଧ ହୋଇ ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.