BSF ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ; ଘୋଷଣା କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ବିଏସ୍ଏଫ୍ ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟ ମାର୍ଚ୍ଚ ୬ରେ ଏକ ଅଧିସୂଚନା ମାଧ୍ୟମରେ ଏହା ଘୋଷଣା କରିଛି।

କେନ୍ଦ୍ର ସରକାର ବିଏସ୍ଏଫ୍ ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହିତ ଅଗ୍ନିବୀରମାନଙ୍କ ବୟସ ସୀମାରେ ମଧ୍ୟ ରିହାତି ଦିଆଯିବ। ଗୃହ ମନ୍ତ୍ରଣାଳୟ ମାର୍ଚ୍ଚ ୬ରେ ଏକ ଅଧିସୂଚନା ମାଧ୍ୟମରେ ଏହା ଘୋଷଣା କରିଛି।

ଏଥିପାଇଁ ଗୃହ ମନ୍ତ୍ରଣାଳୟ ବର୍ଡ଼ର ସିକ୍ୟୁରିଟି ଫୋର୍ସ, ଜେନେରାଲ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ ୨୦୧୫ରେ ସଂଶୋଧନ କରିଛି, ଯାହା ମାର୍ଚ୍ଚ ୯ ଗୁରୁବାରଠାରୁ ଲାଗୁ ହୋଇଛି।

ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ମୁତାବକ, କନଷ୍ଟେବଳ ପଦ ପାଇଁ ପୂର୍ବତନ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ଆଶାୟୀମାନଙ୍କୁ ବୟସ ସୀମାରେ ୫ ବର୍ଷର ରିହାତି ମିଳିବ। ଯେତେବେଳେ କି, ପୂର୍ବତନ ଅଗ୍ନିବୀରଙ୍କ ପରବର୍ତ୍ତୀ ସମସ୍ତ ବ୍ୟାଚଗୁଡ଼ିକୁ ୩ ବର୍ଷର ରିହାତି ଦିଆଯିବ। ଏହା ସହିତ ଅନ୍ୟ ଏକ ସଂଶୋଧନ କରାଯାଇଛି, ଯେଉଁଥିରେ ପୂର୍ବତନ ଅଗ୍ନିବୀରମାନଙ୍କୁ ଶାରୀରିକ ପରୀକ୍ଷଣରୁ ଛାଡ଼ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.