ଆହୁରି ଅଧିକ ଶକ୍ତିଶାଳୀ ହେଲେ ସି ଜିନ୍‌ପିଙ୍ଗ, ରେକର୍ଡ ତୃତୀୟ ଥର ହେବାକୁ ଯାଉଛନ୍ତି ଚୀନ୍‌ର ରାଷ୍ଟ୍ରପତି

ପୁଣି କ୍ଷମତାରେ ଜିନ୍‌ପିଙ୍ଗ। ଚୀନ୍‌ର ରାଷ୍ଟ୍ରପତି ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ତୃତୀୟ ଥର ପାଇଁ ସେ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ତାଙ୍କ ବିରୋଧରେ କେହି ପ୍ରାର୍ଥୀ ହୋଇ ନ ଥିଲେ। ଏହା ସହିତ ସେ ତୃତୀୟ ଥର ଲାଗି ଚାଇନା ସେଣ୍ଟ୍ରାଲ ମିଲିଟାରୀ କମିଶନ୍‌ର ଚେୟାରମ୍ୟାନ୍‌ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି।

ସି ଜିନପିଙ୍ଗ ପୁଣିଥରେ ଚୀନର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଯଦିଓ ଏହା ପୂର୍ବରୁ ହିଁ ସ୍ଥିର ଥିଲା ଯେ ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଭାବରେ ଆଉ ଏକ କାର୍ଯ୍ୟକାଳ ମିଳିପାରେ। କାହିଁକି ନା, ତାଙ୍କ ବିରୋଧରେ କେହି ପ୍ରାର୍ଥୀ ନ ଥିଲେ।

ସି ଜିନପିଙ୍ଗ ମାଓସ୍ତେ ତୁଙ୍ଗଙ୍କ ପରେ ଦେଶର ସବୁଠାରୁ ଶକ୍ତିଶାଳୀ ନେତା ଭାବରେ ନିଜର ସ୍ଥିତିକୁ ମଜଭୁତ କରି ନେଇଛନ୍ତି। ନ୍ୟାସନାଲ ପିପୁଲସ କଂଗ୍ରେସ (ଏନପିସି)ର ୧୪ତମ ବୈଠକରେ ସି ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବା ଉପରେ ମୋହର ଲାଗିଛି।

ଚୀନର ସାଂସଦ ତଥା ଏନପିସିର ପାଖାପାଖି ୩୦୦୦ ସଦସ୍ୟ ଗ୍ରେଟ ହଲ ଅଫ ଦ ପିପୁଲରେ ସି ଜିନପିଙ୍ଗଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି। ମାର୍ଚ୍ଚ ୫ରୁ ଦଳର ବାର୍ଷିକ ବୈଠକ ଜାରି ଥିଲା। ବୈଠକରେ ହିଁ ଏହାର ଘୋଷଣା କରାଯାଇଛି।

ସି ଜିନପିଙ୍ଗ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛନ୍ତି। ତାଙ୍କୁ ସାମରିକ ଆୟୋଗର ଚେୟାରମ୍ୟାନ୍ ମଧ୍ୟ କରାଯାଇଛି। ଏଥିପାଇଁ ଭୋଟିଂ ମଧ୍ୟ କରାଯାଇଥିଲା, ଯେଉଁଥିରେ ତାଙ୍କୁ ଭାରୀ ବହୁମତ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.