ରେଲୱେ ଷ୍ଟେସନରେ ଫ୍ରି ଓ୍ଵାଇ-ଫାଇ ପ୍ରୋଗ୍ରାମ ବନ୍ଦ କରିବ ଗୁଗଲ

ପ୍ରତି ରେଲେଓ୍ଵ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ ସର୍ଭିସ ଗୁଗଲ ଦେଉଥିଲା। ଯାହାକୁ ଏବେ ଖୁବଶୀଘ୍ର ବନ୍ଦ କରିଦେବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ଗୁଗଲ କହିଛି କି, ଗତ ପାଞ୍ଚ ବର୍ଷ ମଧ୍ୟରେ ଇଣ୍ଟରନେଟ ଏବଂ ଅନଲାଇନ୍‌ ସେବା ଆଗ ଅପେକ୍ଷା ଅଧିକ ସହଜ ଏବଂ ଶସ୍ତା ହୋଇଗଲାଣି। ଏଥିପାଇଁ ସହଜରେ ଇଣ୍ଟରନେଟ ସୁବିଧା ଯୋଗାଉଥିବା ସାଇଟ୍‌କୁ ହଟାଇବା ପାଇଁ ନିଜର ପାଟର୍ନର ସହିତ କାମ କରୁଛି ଗୁଗଲ।

google

ଗୁଗଲ ୨୦୧୫ରୁ ଭାରତୀୟ ରେଲ ଏବଂ ରେଲଟେଲ ସହିତ ମିଶି ଷ୍ଟେସନ ପ୍ରୋଗ୍ରାମ ଆରମ୍ଭ କରିଥିଲା। ୨୦୨୦ ପର୍ଯ୍ୟନ୍ତ ଦେଶରେ ୪୦୦ ରେଲେଓ୍ଵ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏହି ଲକ୍ଷ୍ୟକୁ ୨୦୧୮ ସୁଦ୍ଧା ପୂରଣ କରାଯାଇଥିଲା। ସମଗ୍ର ବିଶ୍ୱ ଅପେକ୍ଷା ଭାରତରେ ସବୁଠାରୁ ଶସ୍ତା ଡାଟା ମିଳୁଥିବାରୁ ୨୦୨୦ ମଧ୍ୟକୁ ଧିରେ ଧିରେ କରି ଷ୍ଟେସନରେ ମିଳୁଥିବା ମାଗଣା ଓ୍ଵାଇଫାଇ ସେବାକୁ ବନ୍ଦ କରିଦେବାକୁ ଗୁଗଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.