Below header

ଆପଣଙ୍କ ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖିଛି Google, ଜାଣନ୍ତୁ ଏହାକୁ ବ୍ଲକ୍‌ କରିବାର ଷ୍ଟେପ୍‌-ବାଏ-ଷ୍ଟେପ୍‌ ପ୍ରୋସେସ୍‌

Google ସର୍ଚ୍ଚ ଇଞ୍ଜିନ୍‌କୁ ବ୍ୟବହାର କରିବା ସହଜ ଓ ସରଳ ହୋଇଥିବାରୁ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ପ୍ରତିଟି କାର୍ଯ୍ୟ ଉପରେ ଗୁଗଲ ନଜର ରଖୁଛି! ଆପଣ କୁଆଡ଼େ ଯାଉଛନ୍ତି, କ’ଣ ସର୍ଚ୍ଚ କରୁଛନ୍ତି, ସବୁ ଉପରେ ଗୁଗଲ କଡ଼ା ନଜର ରଖୁଛି। Google ନିଜ ଲୋକେସନ୍‌ ଫିଚର ବ୍ୟବହାର କରି ଆପଣଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖୁଛି। କିନ୍ତୁ ଯଦି ଆପଣ ଚାହୁଁନାହାନ୍ତି ଯେ ଗୁଗଲ ଆପଣଙ୍କ ଲୋକେସନ୍‌ ଟ୍ରାକ୍‌ କରୁ, ତେବେ କେତେକ ସହଜ ଉପାୟ ଆପଣଇ ଏହାକୁ ବ୍ଲକ୍‌ ମଧ୍ୟ କରିପାରିବେ।

ଆସନ୍ତୁ ଜାଣିବା ଲୋକେସନ୍‌ ଟ୍ରାକିଂକୁ କେମିତି କରିବେ ବନ୍ଦ:

ଲୋକେସନ୍‌ ଟ୍ରାକ୍‌ ବନ୍ଦ କରିବାର ଦୁଇଟି ଉପାୟ ରହିଛି। ପ୍ରଥମଟି ହେଉଛି ଅପସନ୍‌ରେ ଆପଣ ଡିଭାଇସ୍‌ରେ ଥିବା ସମସ୍ତ ଆପ୍‌ର ଲୋକେସନ୍‌ ଡାଟା ପରମିଶନକୁ ବ୍ଲକ୍‌ କରିପାରିବେ। ଏଥିପାଇଁ ପ୍ରଥମେ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ର ସେଟିଂକୁ ଯାଆନ୍ତୁ। ଏହା ପରେ ଲୋକେସନ୍‌ ଡାଟା ଉପରେ କ୍ଳିକ୍‌ କରନ୍ତୁ। ଏବେ ଲୋକେସନ୍‌ ପରମିଶନର ବାମକୁ ସ୍ୱାଇପ୍‌ କରି ଟର୍ଣ୍ଣ ଅଫ୍‌ କରିଦିଅନ୍ତୁ। ଲୋକେସନ୍‌ ଟ୍ରାକିଂ ବନ୍ଦ ହୋଇଯିବ।

Google

ଟ୍ରାକିଂ ବନ୍ଦ କରିବାର ଦ୍ୱିତୀୟ ଉପାୟଟି ହେଉଛି ଆପଣ ଗୁଗଲ ଆକାଉଣ୍ଟର ହିଷ୍ଟ୍ରି ଫିଚରକୁ ଅଫ୍‌ କରିଦିଅନ୍ତୁ। ଏହା ଦ୍ୱାରା ମଧ୍ୟ ଲୋକେସନ୍‌ ଟ୍ରାକିଂକୁ ଟର୍ଣ୍ଣ ଅଫ୍‌ କରିପାରିବେ। ଏଥିପାଇଁ ଗୁଗଲ ଆକାଉଣ୍ଟର ସେଟିଂ ଅପସନ୍‌କୁ କ୍ଲିକ୍‌ କରନ୍ତୁ। ଏହା ପରେ Manage your Google Account ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ଗୁଗଲ୍‌ ଆକାଉଣ୍ଟର Privacy & Personalization ଉପରେ କ୍ଲିକ୍‌ କରନ୍ତୁ। ଆକ୍ଟିଭିଟି କଣ୍ଟ୍ରୋଲ ସେକ୍ସନ୍‌ର Location History ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ବାମ ପଟକୁ ସ୍ୱାଇପ୍‌ କରି ଲୋକେସନ୍‌ ହିଷ୍ଟ୍ରିକୁ ଟର୍ଣ୍ଣ ଅଫ୍‌ କରନ୍ତୁ।

ଏହା ବ୍ୟତୀତ ଆପଣ ଚାହିଁଲେ ଲୋକେସନ୍‌କୁ ଯାଇ ମଧ୍ୟ ଯେଉଁ ସବୁ ଆପ୍‌ର ଲୋକେସନ୍‌କୁ ବନ୍ଦ କରିବାକୁ ଚାହୁଁଛନ୍ତି ତାହାକୁ ଅଫ୍‌ କରିପାରିବେ। ଏହା ଫଳରେ ଆପଣଙ୍କ ଗତିବିଧି ଉପରେ ଗୁଗଲ ଆଉ ନଜର ରଖିପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.