ଦେଶରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା, ଗତ ୨୪ ଘଣ୍ଟା ଭିତରେ ୪୩ ହଜାର ୦୮୨ ନୂଆ ଆକ୍ରାନ୍ତ

ଦେଶରେ କରୋନା ମାମଲା ପୁଣି ଥରେ ମୁଣ୍ଡ ଟେକିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୩ ହଜାର ୦୮୨ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ସଂକ୍ରମିତ ସଂଖ୍ୟା ୯୩.୦୯ ଲକ୍ଷ ଛୁଇଁଥିବା ନେଇ ଜଣାଯାଇଛି ଏହା ମଧ୍ୟରୁ ୮୭ ଲକ୍ଷ ୧୮ ହଜାର ୫୧୭ ଜଣ ସଂକ୍ରମଣ ମୁକ୍ତ ହୋଇ ସୁସ୍ଥତା ଲାଭ କରିଛନ୍ତି ଏହାକୁ ମିଶାଇ ଦେଶରେ ସୁସ୍ଥତା ହାର ୯୩.୬୪ପ୍ରତିଶତ ଛୁଇଁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଆଜି ପୂର୍ବାହ୍ନରେ ଆସିଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୪୯୨ଟି ଜୀବନ ନେଇଛି ମାରାତ୍ମକ କରୋନା ଯାହାକୁ ମିଶାଇ ଦେଶରେ ମୃତକ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୨୫ ରେ ପହଁଚିଥିବା ନେଇ ରିପୋର୍ଟ ଆସିଛି ଆଉ ଏକ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସମୟରେ ଦେଶରେ ୪ ଲକ୍ଷ ୫୫ ହଜାର ୫୫୫ ଜଣଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି

ଭାରତୀୟ ଆୟୁର୍ବିଜ୍ଞାନ ପରିଷଦ ବା ଆଇସିଏମଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ନଭେମ୍ବର ୨୬ ତାରିଖ ସୁଦ୍ଧା ୧୩ କୋଟି ୭୦ ଲକ୍ଷ ୬୨ ହଜାର ୭୪୯ଟି ନମୁନା ପରୀକ୍ଷଣ ସରିଥିବା ବେଳେ ଗୁରୁବାର ଗୋଟିଏ ଦିନରେ ୧୧ ଲକ୍ଷ ୩୧ ହଜାର ୨୦୪ ଟି ନମୁନା ପରୀକ୍ଷଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.