“ଜୁମ” କୁ ଗୁଗଲର ବଡ ଝଟକା, “ଗୁଗଲ ମିଟ”ରେ ଏବେ ସମସ୍ତେ ମାଗଣାରେ କରିବେ ଭିଡିଓ କନ୍ଫରେନସିଂ

ଭିଡିଓ କନଫରେନ୍ସିଂ ଆପ୍ “ଜୁମ” କୁ ଏକ ବଡ଼ ଝଟକା ଦେବା ସହ ଗୁଗୁଲ୍ ମିଟକୁ ସମସ୍ତଙ୍କ ପାଇଁ ଫ୍ରି କରିଦେଇଛି ଗୁଗଲ । ଗୁଗୁଲ୍ ମିଟ୍ ଆପରେ ବର୍ତ୍ତମାନ ସମସ୍ତେ ମାଗଣାରେ ଭିଡିଓ କଲିଂ କିମ୍ବା କନ୍ଫରେନ୍ସିଂ କରିପାରିବେ । ସୂଚନା ଅନୁଯାୟୀ ଏହା ପୂର୍ବରୁ ଗୁଗୁଲ୍ ମିଟ୍ କେବଳ ଜି ସୁଟ୍ (G Suite) ବ୍ୟବହାରକାରୀଙ୍କ ପାଇଁ ଥିଲା । ଜି ସୁଟ୍ ଉପାଧ୍ୟକ୍ଷ ଜାଭିୟର୍ ସୋଲାରୋ କହିଛନ୍ତି ଯେ ଆମେ ଗୁଗୁଲ୍ ମେଟକୁ ଫ୍ରି କରିବା ପାଇଁ ଘୋଷଣା କରୁଛୁ ଏବଂ କରୋନା ମହାମାରୀ ସମୟରେ ଆମେ ଉପଭୋକ୍ତାମାନଙ୍କୁ ନିଜ ପାଖରେ ରଖିବା ପାଇଁ ଏହି ନିଷ୍ପତ୍ତି ନେଇଛୁ ।

ଲକଡାଉନରେ ଭିଡିଓ କନଫରେନ୍ସିଂର ଯଥେଷ୍ଟ ବୃଦ୍ଧି ଘଟିଛି । ସାରା ବିଶ୍ଵରେ ସ୍କୁଲ, କଲେଜ ବର୍ତ୍ତମାନ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଲୁଛି । ଅଧିକାଂଶ ଲୋକ ଘରୁ ଦୂରରେ ଅଛନ୍ତି । ଏପରି ପରିସ୍ଥିତିରେ, ଲକଡାଉନ୍ ସମୟରେ ଭିଡିଓ କଲିଂ ହେଉଛି ସମସ୍ତଙ୍କର ସାହାରା । କରୋନା ପାଇଁ ହୋଇଥିବା ଲକଡାଉନରେ Zoom ଭିଡିଓ କଲିଂ ଆପର ସବୁଠାରୁ ଅଧିକ ଲାଭ ହୋଇଛି । କମ୍ପାନୀ ନିଜେ ମଧ୍ୟ ଏହା ଜାଣି ନଥିଲା ଯେ ଏତେ ସଂଖ୍ୟରେ ଲୋକ ଜୁମ୍ ବ୍ୟବହାର କରିବେ । ଯଦିଓ ପାଞ୍ଚ ଲକ୍ଷ ଆକାଉଣ୍ଟ ହ୍ୟାକ୍ ହେବା ପରେ ଜୁମ୍ ର ପ୍ରାଇଭେସି ଉପରେ ପ୍ରଶ୍ନ ଉଠିଛି । ଜୁମ୍ ଆପ୍ ବ୍ୟବହାରକୁ ନେଇ ଭାରତ ସରକାର ମଧ୍ୟ ଚେତାବନୀ ଦେଇଛନ୍ତି ।

ଗୁଗୁଲ ଏହାର ବ୍ଲଗରେ କହିଛି ଯେ ଭିଡିଓ କନଫରେନ୍ସିଂକୁ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ କରିବା ପାଇଁ ଆମେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରୁଛୁ । ଗୁଗୁଲ୍ ମିଟ୍ ବିଶ୍ଵର ସମସ୍ତ ସ୍କୁଲ, କଲେଜ, ସରକାର ଏବଂ କମ୍ପାନୀ ଦ୍ୱାରା ପ୍ରଶଂସିତ ହୋଇଛି । ଏହାସହିତ ଗୁଗୁଲ କହିଛି ଯେ ଆସନ୍ତା ସପ୍ତାହ ସୁଦ୍ଧା ସମସ୍ତଙ୍କ ପାଇଁ ଗୁଗୁଲ ମିଟର ଫ୍ରି ଆକ୍ସେସ ଜାରି କରାଯିବ । ଗୁଗୁଲ୍ ମିଟ୍ ମାଗଣା ହେବା ପରେ ଗୁଗୁଲ ସିଧାସଳଖ ଫେସବୁକର ମେସେଞ୍ଜର ରୁମ୍ ଏବଂ ଜୁମ୍ ଆପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଗୁଗୁଲ୍ ମିଟ୍ ରେ ଏକ ସମୟରେ 250 ଜଣ ଲୋକ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.