ଗୁଗଲ ସର୍ଚ୍ଚ ଚେକ କରିବ ଆପଣଙ୍କ ଗ୍ରାମାର, ଜାଣନ୍ତୁ କିପରି ହେବ ଆକ୍ଟିଭ

ଗୁଗଲ କହିଛି ଯେ ଏହାର ଗ୍ରାମାର ଚେକର “ ଗୋଟିଏ ଫ୍ରେଜ ବା ସେଣ୍ଟେସ ଗ୍ରାମାଟିକାଲି ଭାବରେ ସଠିକ୍ ଭାବରେ ଲେଖା ହୋଇଛି କି ନାହିଁ କିମ୍ବା ଏହାକୁ କିପରି ସଂଶୋଧନ କରାଯିବ” ତାହା ଦେଖି ପାରିବ । କିନ୍ତୁ ବର୍ତ୍ତମାନ ଏହି ଫିଚର କେବଳ ଇଂରାଜୀରେ ଉପଲବ୍ଧ ।

ସହଜ ଏବଂ ସରଳଭାବେ କାର୍ଯ୍ୟ କରିବା ପାଇଁ କିଏ ବା ନଚାହେଁ । ଏଭଳି ସୁବିଧା ବର୍ତ୍ତମାନ ଗୁଗଲ ଦେଉଛି । ଗୁଗଲ ଆପଣଙ୍କ ସମସ୍ତ ଜରୁରୀ କାମ କରିବାରେ ସାହଯ୍ୟ କରିଥାଏ । ତେବେ ଆପଣ ଯଦି ଇଂରାଜୀରେ ସେଟେନ୍ସ ଲେଖିବା ବେଳେ ସନ୍ଦେହରେ ପଡ଼ୁଛନ୍ତି ଆପଣଙ୍କ ଏଭଳି ସମସ୍ୟାକୁ ଦୂର ହେବ । ଗୁଗଲ ସର୍ଚ୍ଚରେ ଆପଣଙ୍କ ସେଟେନ୍ସ ଠିକ ହୋଇପାରିବ । ଗୁଗଲ ସର୍ଚ୍ଚରେ ଡିକ୍ସିନାରିରୁ ମେଟ୍ରୋନୋମ ଏବଂ ମଲ୍ଟି ସାଇଡ୍ ଡାଏ ପର୍ଯ୍ୟନ୍ତ ଅନେକ ବିଲ୍ଟ-ଇନ୍ ଟୁଲ୍ ରହିଛି, ବର୍ତ୍ତମାନର ଆଡିସନ ଆପଣଙ୍କୁ ମୋବାଇଲ ଏବଂ ଡେସ୍କଟପରେ ଗ୍ରାମାର ଚେକ କରିବାକୁ ସୁବିଧା ଦେଇଥାଏ । ଗୁଗଲ କହିଛି ଯେ ଏହାର ଗ୍ରାମାର ଚେକର “ ଗୋଟିଏ ଫ୍ରେଜ ବା ସେଣ୍ଟେସ ଗ୍ରାମାଟିକାଲି ଭାବରେ ସଠିକ୍ ଭାବରେ ଲେଖା ହୋଇଛି କି ନାହିଁ କିମ୍ବା ଏହାକୁ କିପରି ସଂଶୋଧନ କରାଯିବ” ତାହା ଦେଖି ପାରିବ । କିନ୍ତୁ ବର୍ତ୍ତମାନ ଏହି ଫିଚର କେବଳ ଇଂରାଜୀରେ ଉପଲବ୍ଧ ।

“ଗ୍ରାମାର ଚେକ”, “ଚେକ ଗ୍ରାମାର” କିମ୍ବା “ଗ୍ରାମାର ଚେକର ” ଦ୍ୱାରା ସର୍ଚ୍ଚ ଅପ୍ସନରେ ଗୋଟିଏ ସେଟେନ୍ସ କିମ୍ବା ଫ୍ରେଜକୁ ଏଣ୍ଟର କରିପାରିବେ । ଆପଣଙ୍କୁ ସବୁବେଳେ ଆପଣଙ୍କ ଜାଣିବାର ଇଚ୍ଛାକୁ ଶେଷରେ ଯୋଡ଼ିବାକୁ ପଡ଼ିବ ନାହିଁ, ଯାହା ଅଧିକ ସିମଲେସ ଏକ୍ସପେରିଏନ୍ସ ତିଆରି କରେ । କିନ୍ତୁ ଏହା ଗ୍ୟାରେଣ୍ଟି ଦେଇଥାଏ ଯେ ଗୁଗଲ ପ୍ରତ୍ୟେକ ସମୟରେ ଟୁଲକୁ ଆକ୍ଟିଭେଟ କରାଏ ।

ଯଦି କୌଣସି ସମସ୍ୟା ନଥାଏ, ଗ୍ରାମାର ଚେକ ସେକ୍ସନ ବା କାର୍ଡ ଗ୍ରୀନ ଚେକ ମାର୍କର ଫଳାଫଳ ପ୍ରଥମେ ଦେଖାଇବ । ନଚେତ ଗୁଗଲ ସେଟେନ୍ସକୁ ଆଉଥରେ ଲେଖିବ କିମ୍ବା କଣ ଚେଞ୍ଜ ହୋଇଛି ସେଥିରେ ଅଣ୍ଡରଲାଇନ କରିବ । ଏହି ଟୁଲ କୌଣସି ପ୍ରକାର ସ୍ପେଲିଙ୍ଗ ମିସଟେକକୁ ଠିକ କରିପାରିବ । ଫିକ୍ସଡ ଭର୍ସନରେ ଏହା କପି ବଟନକୁ ପ୍ରକାଶ କରିଥାଏ ।

ତେବେ ଗୁଗଲ ଲାଙ୍ଗୁଏଜ, ସେଟେନ୍ସ ଚେକ କରିବା ପାଇଁ AI ସିଷ୍ଟମକୁ ବ୍ୟବହାର କରୁଛି । କମ୍ପାନୀ ଚେତାବନୀ ଦେଇଛି ଯେ ଗ୍ରାମାର ଚେକ “୧୦୦% ଠିକ ହୋଇନପାରେ, ବିଶେଷ କରି ଅଧା ସେଟେନ୍ସରେ ହୋଇନଥାଏ । ତେଣୁ ଫ୍ରେଜ ଠାରୁ ଦୂରେଇ ରହିବା ଭଲ । Gmail ଏବଂ ଗୁଗଲ ଡକ୍ସ ଅନେକ ବର୍ଷ ଧରି ସ୍ପେଲିଙ୍ଗ ଏବଂ ଗ୍ରାମର ଚେକ ଅପ୍ସନ ଦେଇଛନ୍ତି ।

ଯଦି ଆପଣ କୌଣସି ପ୍ରକାର ସମସ୍ୟା ଅନୁଭବ କରନ୍ତି, ଆପଣ ଫିଡବ୍ୟାକ ଅପ୍ସନ ଉପରେ କ୍ଲିକ କରିପାରିବେ ଯାହା ତଳ ଡାହାଣ କୋଣରେ ରହିଛି । ଏହା ବହୁତ ସାହାଯ୍ୟକାରୀ ହୋଇଥାଏ । ଆପଣ କମେଣ୍ଟ ବା ସଜେସନରେ ଏଣ୍ଟର କରିପାରିବେ ।

ଗ୍ରାମର ଚେକ ସେତେବେଳେ କାମ କରେ ନାହିଁ ଯେତେବେଳେ କଣ୍ଟେଟ ଗୁଗୁଲ ସର୍ଚ୍ଚର ସମସ୍ତ ପଲିସି କିମ୍ବା ସର୍ଚ୍ଚ ଫିଚର ପଲିସି ବିରୁଦ୍ଧରେ ଯାଇଥାଏ । ବିପଜ୍ଜନକ କିମ୍ବା ଅଶ୍ଳୀଳ ଭାଷା ଏବଂ ଅପମାନଜନକ ଶବ୍ଦ” ଥିଲେ ଏହା କାମ କରେ ନାହିଁ । ଏହି ଫିଚର ପାଇଁ ଏକ ସପୋର୍ଟ ଡକ୍ୟୁମେଣ୍ଟ୍ ପ୍ରଥମେ ଗତ ମାସ ଶେଷରେ ଲାଇଭ୍ ହୋଇଥିଲା । ଏହା ଅନ୍ୟାନ୍ୟ ବିଲ୍ଟ-ଇନ୍ ଗୁଗୁଲ୍ ସର୍ଚ୍ଚ ୟୁଟିଲିଟି ସହିତ ସ୍ପିଡ୍ ଟେଷ୍ଟ, କଲର ପିକର, ମେଡିଟେଟ, କାଲକୁଲେଟର ଏବଂ ମେଟ୍ରୋନୋମକୁ ଯୋଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.