Windows, Apple ଓ Android ବ୍ୟବହାରକାରୀଙ୍କୁ ସତର୍କ କରାଇଲେ ସରକାର, ହ୍ୟାକ୍ ରୁ ରକ୍ଷା ପାଇବା ପାଇଁ କରନ୍ତୁ ଏପରି କାମ

ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ ସଫ୍ଟୱେର ଇକୋସିଷ୍ଟମ, ୱିଣ୍ଡେ ଓଏସ ଓ ଗୁଗୁଲ ଆଣ୍ଡ୍ରଏଡ୍ ମୋବାଇଲ ଅପରେଟିଂ ସିଷ୍ଟମକୁ ନେଇ CERT ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି । ଏହି କମ୍ପାନୀଗୁଡ଼ିକର ଅପରେଟିଂ ସିଷ୍ଟମଗୁଡ଼ିକୁ ବ୍ୟବହାର କରି ସାଇବର ଅପରାଧୀମାନେ ଯେ କୌଣସି ଡିଭାଇସରୁ ହ୍ୟାକ୍ କରିପାରୁଛନ୍ତି । ତେଣୁ ଆପଲ, ଆଣ୍ଡ୍ରଏଡ୍ ଓ ୱିଣ୍ଡୋ ବ୍ୟବହାରକାରୀମାନେ ସେମାନଙ୍କର ଡିଭାଇସକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି

CERT ପକ୍ଷରୁ କୁହାଯାଇଛି ଯେ, ଆଣ୍ଡ୍ରଏଡର ସିଗନାଲ ଆପିଲିକେସନରେ କିଛିଟା ତ୍ରୁଟି ରହିଥିବାରୁ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଅନିୟମିତ ଭାବେ ଚିତ୍ର ପଠାଯାଇ ପାରିବ । ତେଣୁ ବ୍ୟବହାରକାରୀମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଆଣ୍ଡ୍ରଏଡର ୫.୧୭.୩ ସିଗନାଲ ଭର୍ସନକୁ ଡାଉନଲୋଡ୍ କରିବାକୁ CERT ପକ୍ଷରୁ କୁହାଯାଇଛି । ୱିଣ୍ଡୋ ଓଏସକୁ ଟାର୍ଗେଟ୍ କରି ସ୍ଥାନୀୟ ଅପରାଧୀମାନେ ପାସୱାର୍ଡ ହ୍ୟାକ୍ କରି ଅନେକ କିଛି କରିପାରନ୍ତି । ତେବେ ଅପରାଧୀମାନେ ଏହାର କୌଣସି କ୍ଷତି କରିପାରିବେ ନାହିଁ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ସେହିପରି iOS ଓ iPadOSକୁ ମଧ୍ୟ ସ୍ଥାନୀୟ ହ୍ୟାକରମାନେ ଟାର୍ଗେଟ୍ କରି କ୍ଷତି ଘଟାଇ ପାରନ୍ତି । ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଲ ପକ୍ଷରୁ ନିକଟରେ ସେକ୍ୟୁରିଟି ଅପଡେଟ୍ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.