ସ୍ମାର୍ଟଓ୍ଵାଚ୍‌ ଡିମାଣ୍ଡ କାହିଁରେ କ’ଣ…! Realme Watch 3 Pro କିଣିବାର ବଢ଼ିଆ ମଉକା, ଆପଣଙ୍କୁ ମିଳିବ ଜବରଦସ୍ତ ଡିସ୍‌କାଉଣ୍ଟ

ଚାଇନିଜ୍‌ ଟେକ୍ କମ୍ପାନୀ ‘ରିୟଲମୀ’ ନିକଟରେ Realme Watch 3 Pro ଲଞ୍ଚ କରିଛି ଏବଂ ଏହାକୁ କମ୍ ମୂଲ୍ୟରେ କିଣିବାର ସୁଯୋଗ ଗ୍ରାହକମାନଙ୍କୁ ପ୍ରଦାନ କରିଛି। କମ୍ପାନୀର ଅଫିସିଆଲ୍ ସାଇଟ୍ ବ୍ୟତୀତ ଫ୍ଲିପକାର୍ଟରେ ସେପ୍ଟେମ୍ବର ୯ ଶୁକ୍ରବାରଠାରୁ ନୂଆ ରିୟଲମୀ ସ୍ମାର୍ଟଓ୍ଵାଚ୍‌ ବିକ୍ରି ଆରମ୍ଭ ହୋଇଛି। ୫୦୦୦ ଟଙ୍କାରୁ କମ୍‌ ମୂଲ୍ୟରେ ଏହି ସ୍ମାର୍ଟଓ୍ଵାଚ୍‌ ବଢ଼ିଆ ଫିଚର୍ସ ଅଫର୍‌ କରୁଛି।

Realme Watch 3 Proରେ 1.78 ଇଞ୍ଚର ବଡ଼ AMOLED ଡିସପ୍ଲେ ଦିଆଯାଇଛି ଏବଂ ଏହା ମଲ୍ଟି ସିଷ୍ଟମ୍ ଷ୍ଟାଣ୍ଡ୍‌ଅଲୋନ୍‌ ଜିପିଏସ୍ ସହିତ ଆସୁଛି। ଏଥିରେ ବ୍ଲୁଟୁଥ୍ କଲିଂ ଫିଚର AI ଏନ୍‌ଭାଇରନ୍‌ମେଣ୍ଟ ନଏଜ୍‌ ରିଡକ୍ସନ ଆଲଗୋରିଦମ ସହିତ ଦିଆଯାଇଛି। 345mAh ବ୍ୟାଟେରୀ ଯୁକ୍ତ ଏହି ସ୍ମାର୍ଟୱାଚ୍ ଥରେ ଚାର୍ଜରେ ୧୦ ଦିନ ପର୍ଯ୍ୟନ୍ତ ବ୍ୟାକଅପ୍ ପ୍ରଦାନ କରିଥାଏ। ଏଥିରେ ୧୦୦ରୁ ଅଧିକ ସ୍ପୋର୍ଟସ୍‌ ମୋଡ୍‌ ବ୍ୟତୀତ ହାର୍ଟ ରେଟ୍‌ ମନିଟରିଂ ଏବଂ SpO2 ମନିଟରିଂ ଫିଚର ଦିଆଯାଇଛି।

Realme Watch 3 Proର ଦାମ୍‌ ଭାରତୀୟ ବଜାରରେ ୪,୯୯୯ ଟଙ୍କା ରଖାଯାଇଛି ଏବଂ ଏହାର ବିକ୍ରି ଅନଲାଇନ୍ ପ୍ଲାଟଫର୍ମରେ ଆରମ୍ଭ ହୋଇ ଯାଇଛି। ଯଦି ଆପଣ ଏହି ଘଣ୍ଟାକୁ କମ୍ ମୂଲ୍ୟରେ କିଣିବାକୁ ଚାହୁଁଛନ୍ତି, ତା’ ହେଲେ ସ୍ପେଶାଲ ଲଞ୍ଚ ଅଫରର ଲାଭ ଉଠାଇ ପାରିବେ। ଏହି ଅଫର ସହିତ ଫ୍ଲିପକାର୍ଟ କିମ୍ବା କମ୍ପାନୀର ୱେବସାଇଟରୁ ସ୍ମାର୍ଟ ଓ୍ଵିୟରେବଲ୍‌ କିଣିବା ଉପରେ ୫୦୦ ଟଙ୍କାର ଫ୍ଲାଟ୍‌ ଡିସ୍‌କାଉଣ୍ଟ ମିଳୁଛି। ଏହା ଏକ ଲିମିଟେଡ୍‌ ଟାଇମ୍‌ ଅଫର୍‌, ଅର୍ଥାତ୍‌ ଏହାର ଫାଇଦା ଆପଣଙ୍କୁ ଖୁବ୍‌ ଶୀଘ୍ର ଉଠାଇବାକୁ ହେବ।

ସ୍ପେସିଫିକେସନ

ନୂଆ ସ୍ମାର୍ଟଓ୍ଵାଚ୍‌ରେ କମ୍ପାନୀ ବଡ଼ କର୍ଭଡ ଡିସ୍‌ପ୍ଲେ ବ୍ୟତୀତ ପତଳା ବଡି ଏବଂ ବେଜଲ୍ସ ସହିତ ଅଧିକ ଭ୍ୟୁ ଏରିଆ ଦେଇଛି। ମଲ୍ଟି ସିଷ୍ଟମ୍ ଷ୍ଟାଣ୍ଡ୍‌ଅଲୋନ୍‌ ଜିପିଏସ୍ ସହିତ ଆକ୍ଟିଭିଟି ଟ୍ରାକ୍‌ କରିବା ପାଇଁ ୟୁଜରମାନଙ୍କୁ ଫୋନ୍ ଦରକାର ହେବ ନାହିଁ ଏବଂ ଲଗାତାର GPS ବ୍ୟବହାର କଲେ ମଧ୍ୟ ଏଥିରେ ୨୦ ଘଣ୍ଟାରୁ ଅଧିକ ବ୍ୟାକଅପ୍ ମିଳି ପାରିବ। କମ୍ପାନୀ ବ୍ଲୁଟୁଥ୍ କଲିଂ ପାଇଁ ଏଥିରେ ବିଲ୍ଟ-ଇନ୍ ପାୱାର୍ ଏମ୍ପ୍ଲିଫାୟର୍ ଦେଇଛି ଏବଂ ଏହା ସହିତ ଉନ୍ନତ ସାଉଣ୍ଡ କ୍ୱାଲିଟି ମଧ୍ୟ ଉପଲବ୍ଧ କରାଇଛି।

ଫିଚର୍ସ

ଯଦି ଆପଣ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ଧ୍ୟାନରେ ରଖି ସ୍ମାର୍ଟୱାଚ୍ ବ୍ୟବହାର କରୁଛନ୍ତି, ତା’ ହେଲେ Realme Watch 3 Proରେ ମିଳୁଥିବା ୧୧୦ରୁ ଅଧିକ ସ୍ପୋର୍ଟସ୍‌ ମୋଡ୍‌ ଆପଣଙ୍କ କାମରେ ଆସି ପାରିବ। IP68 ରେଟିଂ ସହିତ ଆସୁଥିବା ଏହି ଘଣ୍ଟା ହେଉଛି ଜଳ ଓ ଧୂଳି ପ୍ରତିରୋଧୀ ଅର୍ଥାତ୍‌ ଏହା ସହିତ ଦୌଡ଼ିବା ଏବଂ ବ୍ୟାୟାମ କରିବାରେ କୌଣସି ଅସୁବିଧା ହେବ ନାହିଁ। SpO2 ମନିଟରିଂ ବ୍ୟତୀତ ଏହି ଘଣ୍ଟା ସାହାଯ୍ୟରେ ଆପଣ ହାର୍ଟ ରେଟ୍‌, ଷ୍ଟ୍ରସ୍‌ ଲେବଲ ଏବଂ ସ୍ଲିପ୍‌ କ୍ୱାଲିଟିର ମଧ୍ୟ ପତ୍ତା ଲଗାଇ ପାରିବେ। ତେବେ ଯଦି ଆପଣ ବି ଏହି ସ୍ମାର୍ଟଓ୍ଵାଚ୍‌ କିଣି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି, ତା’ ହେଲେ ଆଉ ଡେରି ନ କରି ଫଟାଫଟ୍‌ ଅଫର୍‌ର ଲାଭ ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.