ଟ୍ରାଫିକର ଏହି ନିୟମ ଜାଣିଛନ୍ତି ତ, କଣ ଚପଲ ଏବଂ ସର୍ଟ୍ସ ପିନ୍ଧି ବାଇକ ଚଲାଇଲେ ଭରିବେ ଜରମାନା ?

ରାସ୍ତାରେ ବାଇକ କିମ୍ବା ସ୍କୁଟର ଚଲାଇବା ସମୟରେ ଆମକୁ ବିଭିନ୍ନ ପ୍ରକାର ଟ୍ରାଫିକ ନିୟମୀ ପାଳନ କରିବାକୁ ପଡିଥାଏ। ଏଥିରୁ କିଛି ନିୟମ ଗାଡି ଚଲାଇବାକୁ ନେଇ ରହିଛି ତ ଆଉ କିଛି ନିୟମ ଡକ୍ୟୁମେଣ୍ଟସକୁ ନେଇକି। କିନ୍ତୁ ବହୁତ କମ୍‌ ଲୋକଙ୍କୁ ବୋଧହୁଏ ଡ୍ରେସ କୋଡକୁ ନେଇ ଥିବା ଟ୍ରାଫିକ ନିୟମ ବିଷୟରେ ଜଣାନଥିବ। ଆପଣ ପ୍ରାୟତଃ ଲୋକଙ୍କୁ ସର୍ଟସ ଏବଂ ଚପଲ ପିନ୍ଧି ଟୁ-ହ୍ଵିଲର ଚଲାଉଥିବାର ଦେଖିଥିବେ। କିଛି ଲୋକଙ୍କୁ ଏମିତି କରିବା ଭୁଲ ଲାଗିଥାଏ। ସେହିପରି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ସଠିକ ନିୟମର ଧାରଣା ହିଁ ନାହିଁ। ତେଣୁ ଆପଣ ଯେମିତି ହଇରାଣରେ ନ ପଡନ୍ତି ସେଥିପାଇଁ ଆମେ ଆଣିଛୁ ଆପଣଙ୍କ ପାଇଁ। ଯାହା ପରେ ଟ୍ରାଫିକ ନିୟମ ସହ ଜଡିତ ସମସ୍ତ କନଫ୍ୟୁଜନ ଆପଣଙ୍କର ଦୂରେଇ ଯିବ। ତାହେଲେ ଆସନ୍ତୁ ଜାଣିବା କଣ ସେହି ନିୟମ।

ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଆପଣଙ୍କୁ ଭାରତରେ ରାଇଡ କରିବାରେ କିମ୍ବା ବାହନ ଚଲାଇବା ସମୟରେ ସଠିକ ଡ୍ରେସ୍‌ ପରିଧାନ କରିଥିବା ଉଚିତ। ନିୟମ ଅନୁଯାୟୀ ଦୁଇ ଚକିଆ ଗାଡିରେ ଯାତ୍ରା କରୁଥିବା ସମୟରେ ଆପଣ ସମ୍ପୂର୍ଣ୍ଣ ଭାବେ କଭରଅପ୍‌ ହୋଇଥିବା ବାଧ୍ୟତାମୂଳକ। ଆଉ ଯଦି ଆପଣ ଏହି ନିୟମର ପାଳନ ନକରନ୍ତି ତାହେଲେ ଆଇନର ନିୟମକୁ ଉଲଙ୍ଘନ କରିବା କାରଣରୁ ଆପଣଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲାଗିପାରେ।

ଏହିପରି ଭାବେ ଗାଡି ଚଲାଇବା ସମୟରେ, ରାଇଡରଙ୍କୁ ଫୁଲ୍‌ ପ୍ୟାଣ୍ଟ/ କିମ୍ବା ଲମ୍ବା ଟ୍ରାଉଜର ସହିତ ସାର୍ଟର୍ କିମ୍ବା ଟି-ସାର୍ଟ ପିନ୍ଧିବା ଉଚିତ। ଯେଉଁ ଲୋକ ସର୍ଟସ ପିନ୍ଧି ବାଇକ/ସ୍କୁଟର ଚଲାଇ ନିୟମ ଭାଙ୍ଗନ୍ତି ସେମାନଙ୍କ ଉପରେ ଆଇନ ଉଲଙ୍ଘନ କରିବା କାରଣରୁ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ ଆପଣ ମୋଟରସାଇକେଲରେ ଯାତ୍ରା କରନ୍ତି, ସେତେବେଳେ ଆପଣଙ୍କ ପାଦ ଏକ୍ସହଷ୍ଟ ପାଇପ ଏବଂ ଇଞ୍ଜିନର ସାଇଡରେ ରହିଥାଏ। ଶଟର୍ସ ପିନ୍ଧିବା କାରଣରୁ ଆପଣଙ୍କ ପାଦ ମୋଟରସାଇକେଲର ଇଞ୍ଜିନ ଏବଂ ରିଡ୍ୟୁସର ପାଇପର ସଂସ୍ପର୍ଶରେ ଆସିଥାଏ। ଏପରି ହେବା ଦ୍ୱାରା ଆପଣଙ୍କ ପାଦ ଅଳ୍ପ ବହୁତ ଜଳି ବି ଯାଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.