ସମଗ୍ର ବିଶ୍ୱରେ ଅନେକ ଲୋକ ଜିମେଲ୍ର ବ୍ୟବହାର କରୁଛନ୍ତି। ଜିମେଲ୍ ସେବା ଗୁଗଲ୍ ଦେଇଥାଏ। ଜିମେଲ୍ର ବ୍ୟବହାର ପର୍ସନାଲ ଏବଂ ପ୍ରଫେସନାଲ କାମ କରନ୍ତି। କେତେକ ଲୋକ ଅଫିସିଆଲ ମେଲ ପଠାବା ଆଗରୁ ନିଜର ଜିମେଲ ଆକାଉଣ୍ଟର ବ୍ୟବହାର କରନ୍ତି। ଗୁଗଲ ନିଜ ସର୍ଭିସ ପାଇଁ ୧୫ ଜିବି ମାଗଣା କ୍ଲାଉଡ ଷ୍ଟୋରେଜ ସ୍ପେସ୍ ଦେଇଥାଏ। ଯଦି ଆପଣଙ୍କର ଷ୍ଟୋରେଜ ଫୁଲ୍ ହୋଇଥାଏ, ତେବେ ଏହାକୁ ଆପଣ ଖାଲି କରିପାରିବେ।
ଗୁଗଲ୍ ନିକଟରେ ଜିମେଲ ଷ୍ଟୋରେଜ ମ୍ୟାନେଜମେଣ୍ଟ ଟୁଲ୍ ଫିଚର ଯୋଡିଛି। ଏହା କୌଣସି ନୂଆ ଫିଚର ନୁହେଁ ବରଂ ୟୁଜର ଏହାକୁ ବ୍ୟବହାର କରିବା ସେଟିଂ ସେକ୍ସନକୁ ଯାଇ ଆକ୍ସେସ କରିବା ଦ୍ୱାରା ସହଜ କରିଦେଇଥାଏ।
ଜିମେଲ ଷ୍ଟୋରେଜ କେମିତି ଖାଲି କରିବେ ?
– ନିଜ ସ୍ମାର୍ଟଫୋନରେ ଜିମେଲ୍ ଓପନ କରନ୍ତୁ ।
– ଓପନ ପ୍ରୋଫାଇଲ ଆଇକନରେ ଟାପ୍ କରନ୍ତୁ, ସ୍କ୍ରିନର ଡାହାଣ ପଟେ ଉପରେ ଥିବା ଆଇକନକୁ କ୍ଲିକ କରନ୍ତୁ।
– ଏବେ ଏଥିରେ କ୍ଲାଉଡ ଆଇକନ ଦେଖିବାକୁ ମିଳିବ, ଏହା ସହିତ ଡିଟେଲ ଦେଖିବାକୁ ମିଳିବ ଆପଣଙ୍କ ଜିମେଲ ଷ୍ଟୋରେଜରେ କେତେ ଷ୍ଟୋରେଜ ସ୍ପେସ ବ୍ୟବହାର କରୁଛି।
– ଏହାପରେ ଆପଣ ଷ୍ଟୋରେଜ ମ୍ୟାନେଜର ଟୁଲକୁ ଆକ୍ସେସ କରି ‘କ୍ଲିନ ଅପ୍ ସ୍ପେସ୍’ ବଟନ ଉପରେ କ୍ଲିକ୍ କରନ୍ତୁ।
– ଏଠାରେ ଆପଣଙ୍କୁ ଲାର୍ଜ ଆଇଟମ ସେକ୍ସନ ଦେଖିବାକୁ ମିଳିବ। ଆପଣଙ୍କୁ ଗୋଟେ ଥରରେ ବହୁତ ଷ୍ଟୋରେଜ ସ୍ପେସ୍କୁ ଖାଲି କରିବା ପାଇଁ ବଡ ଫାଇଲକୁ ଦେଖିବା ଏବଂ ହଟାଇବା ପାଇଁ ବିକଳ୍ପ ମିଳିବ।
– ଆପଣ ଲାର୍ଜ ଆଇଟମ ସେକ୍ସନକୁ ଯାଇ କୌଣସି ଏକ ବକ୍ସ ଉପରେ ଟାପ୍ କରନ୍ତୁ।
– ଏବେ ଗୁଗଲ ଆପଣଙ୍କୁ ସବୁ ବଡ ଫାଇଲ ଦେଖାଇବ। ଆପଣ ଲିଷ୍ଟରେ ଦେଖି କାହାକୁ ରଖିବେ ଆଉ କାହାକୁ ଡିଲିଟ କରିବେ ତାହା ଯାଞ୍ଚ କରନ୍ତୁ।
– ଏହା ପରେ ପରି ଆପଣ ଫାଇଲକୁ ଯାଇ ସିଲେକ୍ଟ କରି ଡିଲିଟ୍ କରିପାରିବେ।
ଅନ୍ୟ ଏକ ଉପାୟ :
ଜିମେଲରେ ଇମେଲ ପାଇଁ କିଛି ଷ୍ଟୋରେଜ ସ୍ପେସକୁ କ୍ଲିନ୍ କରିବା ପାଇଁ ଆପଣ ଗୁଗଲ ଡ୍ରାଇଭ ଆପ୍ କିମ୍ବା ଗୁଗଲ ଫଟୋ ଆପ୍କୁ ଯାଆନ୍ତୁ। ଏଠାକୁ ଯାଇ ଡକ୍ୟୁମେଣ୍ଟସ କିମ୍ବା ଫଟୋକୁ ମାନୁଆଲ ଭାବେ ହଟାଇଦିଅନ୍ତୁ। ଏହା ସହିତ କିଛି ଭିଡିଓ ମଧ୍ୟ ଆପଣ ଡିଲିଟ୍ କରିପାରିବେ। ଏବେ ଆପଣଙ୍କ ଆକାଉଣ୍ଟରେ ସହଜରେ ସ୍ପେସ ମିଳିଯିବ।