ଆପଣଙ୍କ ଟିଭିରେ ବି ହୋଇପାରେ ଭାଇରସ୍ ଆଟାକ୍, ଏପରି ରଖନ୍ତୁ ସୁରକ୍ଷିତ

ସ୍ମାର୍ଟ ଫୋନରେ ଭାଇରସ୍ ଆସିବା କଥା ସମସ୍ତେ ଜାଣିଥିବେ। କିନ୍ତୁ ସ୍ମାର୍ଟ ଫୋନ୍ କୁ ଛାଡ଼ି ଆଜିକାଲି ସ୍ମାର୍ଟ ଟିଭିରେ ମଧ୍ୟ ଭାଇରସ୍ ଆଟାକ୍ ହେବା ଯଥେଷ୍ଟ ସମ୍ଭାବନା ରହୁଛି। କାହିଁକି ନା ଏହି ଟିଭି ଇଣ୍ଟରନେଟ୍ ସହ ସଂଯୋଗ ରହୁଛି। ଏହି କାରଣରୁ ନିକଟରେ ସାମସଙ୍ଗ ତା’ର ୟୁଜରମାନଙ୍କୁ ଟିଭି ସ୍କାନ୍ କରିବାକୁ ପରାମର୍ଶ ଦେଇଥିଲା। ତେବେ ଆସନ୍ତୁ ଜାଣିବା ଆପଣ ଆପଣଙ୍କ ଟିଭିକୁ କିପରି ସୁରକ୍ଷିତ ରଖିବେ।
ସାମସଙ୍ଗ ସ୍ମାର୍ଟ ଟିଭି ପାଇଁ କେତେକ ଜରୁରୀ ଟିପ୍ସ
– ପ୍ରଥମେ ଟିଭି ଅନ୍ କରନ୍ତୁ ଏବଂ ସେଟିଙ୍ଗ୍ ଅପସନକୁ ଯାଆନ୍ତୁ।
– ଏହାପରେ ଜେନେରାଲ ସେଟିଙ୍ଗ୍ ସେକ୍ସନକୁ ଯାଇ ସିଷ୍ଟମ୍ ମ୍ୟାନେଜର ଉପରେ କ୍ଲିକ୍ କରନ୍ତୁ।
– ବର୍ତ୍ତମାନ ଆପଣ ସ୍ମାର୍ଟ ସିକ୍ୟୁରିଟି ଅପସନ ଉପରେ କ୍ଲିକ୍ କରି ସ୍କାନ୍ ବଟନ୍ ଉପରେ ଟ୍ୟାପ୍ କରନ୍ତୁ।
– ଏହାପରେ ଟିଭି ସ୍କାନ୍ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ।

VIRUS
ଆଣ୍ଡରଏଡ୍‌ ଅପରେଟିଙ୍ଗ୍ ସିଷ୍ଟମରେ କାମ କରୁଥିବା ଟିଭିର କିପରି କରିବେ ସ୍କାନ୍ ?
ଅଧିକରୁ ଅଧିକ ସ୍ମାର୍ଟ ଟିଭି ଗୁଗଲର ଅଫିସିଆଲ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆଣ୍ଡରଏଡ୍‌ ଉପରେ କାମ କରିଥାଏ। ଏ ପର୍ଯ୍ୟନ୍ତ କୌଣସି ବି ଆପ୍ ଏଭଳି ଡିଜାଇନ୍‌ ହୋଇନି, ଯିଏକି ସ୍ମାର୍ଟ ଟିଭି ଉପରେ କାମ କରିପାରିବ। ଏଥିପାଇଁ ୟୁରଜମାନଙ୍କୁ ଆଣ୍ଟିଭାଇରସ୍ ଆପ୍ ଏପିକେ ଫାଇଲ୍ ଡାଉନଲୋଡ୍ କରି ଇନଷ୍ଟଲ୍ କରିବାକୁ ପଡ଼ିବ। କିନ୍ତୁ ସବୁବେଳେ ମନେ ରଖିଥିବେ, ଏହି ଆଣ୍ଟିଭାଇରସ୍ ଡାଉନଲୋଡ୍ କେବଳ ଏକ ବିଶ୍ବାସଯୋଗ୍ୟ ବା ଭରସାଯୋଗ୍ୟ ମାଧ୍ୟମରୁ ହେବା ଦରକାର।
– ବର୍ତ୍ତମାନ ଏହାକୁ ଥମ୍ପ୍ ଡ୍ରାଇଭ୍ ଦ୍ବାରା ଟିଭିକୁ ଟ୍ରାନ୍ସଫର କରି ଇନଷ୍ଟଲ କରନ୍ତୁ।

SMART TV-2

– ଇନଷ୍ଟଲ ହେବା ପରେ ଆପକୁ ରନ୍ କରନ୍ତୁ ଏବଂ ଟିଭିକୁ ସ୍କାନ୍ କରନ୍ତୁ।
ଭାଇରସରୁ ବର୍ତ୍ତିବା ପାଇଁ ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ
ଆଗକୁ ଭାଇରସ୍ ବା ମାଲୱେରରୁ ବର୍ତ୍ତିବା ପାଇଁ ଏହିସବୁ ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ। ଭାଇରସର ସବୁଠୁ ବଡ଼ କାରଣ ହେଉଛି ବ୍ରାଉଜର ଏବଂ ଡାଉନଲୋଡ୍। ଦ୍ବିତୀୟରେ ସ୍କାନ୍ ହୋଇ ନ ଥିବା ପେନ୍ ଡ୍ରାଇଭ୍ ବ୍ୟବହାର କରିବା। ଏ ସବୁ ଛଡ଼ା ଆପଣ ଯଦି ନିଜ ଟିଭିର ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହେବେ, ତେବେ ଭାଇରସ୍ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ।

 

 

Leave A Reply

Your email address will not be published.