ସ୍କ୍ରିନସଟ୍ ନେବା ଦରକାର ନାହିଁ, ଏମିତି ଡାଉନଲୋଡ୍ କରନ୍ତୁ ସାଙ୍ଗ ମାନଙ୍କ WhatsApp Status

ହ୍ୱାଟସଆପ୍ ରେ ଷ୍ଟାଟସ୍ ଫିଚର୍ କିଛି ବର୍ଷ ତଳେ ହିଁ ଲଞ୍ଚ କରିଥିଲା । ହ୍ୱାଟସଆପ୍ ଷ୍ଟାଟସ୍ ରେ ୟୁଜର୍ସ ମାନେ ଫଟୋ, ଭିଡିଓ ଏବଂ ଟେଷ୍ଟ୍ ସେୟାର୍ କରିପାରୁଛନ୍ତି । ଏହା ୨୪ ଘଣ୍ଟା ପରେ ଡିଲିଟ୍ ହୋଇଯାଇଥାଏ । ଏହି ଫିଚର୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଷ୍ଟୋରୀକୁ ଆସିଛି । କିନ୍ତୁ ଲୋକପ୍ରିୟତାରେ ହ୍ୱାଟସଆପ୍ ଷ୍ଟାଟସ୍ ସବୁଠାରୁ ଆଗରେ ରହିଛି ।

ତେବେ ଅନେକ ସମୟରେ ଏମିତି ହୁଏ ଯେ, ସାଙ୍ଗ ମାନେ ସେମାନଙ୍କ ହ୍ୱାଟସଆପ୍ ଷ୍ଟାଟସ୍ ରେ କିଛି ଭିଡିଓ ଓ ଫଟୋ ସେୟାର୍ କରନ୍ତି । ଯାହା ଆମକୁ ଖୁବ୍ ଭଲ ଲାଗେ ଆଉ ଆମେ ବି ତାକୁ ଡାଉନଲୋଡ୍ କରିବାକୁ ଚେଷ୍ଟା କରୁ ନଚେତ୍ ସାଙ୍ଗ ମାନଙ୍କୁ ସେହି ଫଟୋ କିମ୍ବା ଭିଡିଓକୁ ମାଗିଥାଉ । କିନ୍ତୁ ଏବେ ଆଉ ସେମିତି କରିବାକୁ ପଡ଼ିବନି । କାରଣ ଏବେ ଏମିତି ଏକ ଫିଚର୍ ଆସିଛି ଯଦ୍ୱାରା ହ୍ୱାଟସଆପ୍ ଷ୍ଟାଟସ୍ ଡାଉନଲୋଡ୍ ହୋଇପାରିବ ଏବଂ ସାଙ୍ଗ ବି ମାଗିବାକୁ ପଡ଼ିବ ନାହିଁ ।

୧. ଏହି ଉପାୟ କେବଳ ଆଣ୍ଡ୍ରଏଡ୍ ୟୁଜର୍ସ ମାନଙ୍କ ପାଇଁ ଉଦ୍ଦିଷ୍ଟ୨. ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋର୍ ରୁ ଗୁଗୁଲ୍ ଫାଇଲ୍ସ ଆପ୍ କୁ ଡାଉନଲୋଡ୍ କରିନିଅନ୍ତୁ
୩. ଆପ୍ ଟିକୁ ଓପେନ୍ କରିବା ପରେ ଟପ୍ ଲେଫ୍ଟ କନର୍ରରେ ମେନୁ ଅପସନ୍ କୁ ପ୍ଲିକ୍ କରନ୍ତୁ ।
୪. ଏବେ ସେଟିଂ ଅପସନ୍ କୁ ଯାଆନ୍ତୁ
୫. ଏବେ ଆପଣ ଫାଇନ୍ ମ୍ୟାନେଜର୍ ଅପସନ୍ କୁ ଯାଇ ଇଣ୍ଟରନାଲ୍ ଷ୍ଟୋରେଜ୍ ଉପରେ କ୍ଲିକ୍ କରନ୍ତୁ
୬. ସେଠାରେ ଦେଇଥିବା ହ୍ୱାଟସଆପ୍ ଫୋଲଡର୍ ଉପରେ କ୍ଲିକ୍ କରନ୍ତୁ, ମିଡିଆ ଓ ଷ୍ଟାଟସ୍ ଫୋଲଡର୍ କୁ ଓପେନ୍ କରନ୍ତୁ । ଏଥିରେ ଥିବା ଆପଣଙ୍କ ସାଙ୍ଗ ମାନଙ୍କ ଷ୍ଟାଟସ୍ ଶୋ କରିବ ।
୭. ସେଠାରୁ ଯାହା ଆପଣ ଯାହା ଡାଉନଲୋଡ୍ କରିବା ପାଇଁ ଚାହୁଁଛନ୍ତି ତାହା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.