ହ୍ଵାଟସଅପର ସାନଦାର ଟ୍ରିକ, ବିନା ଟାଇପରେ ବି ପଠାଇପାରିବେ ମେସେଜ୍‌

ହ୍ଵାସଟଅପ୍ ବିଷୟରେ ଆପଣ ବହୁତ କିଛି ଜାଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ନାହିଁ ଏବେ ହ୍ଵାଟସଅପରେ ଏମିତି ଏକ ଫିଚର ଆସିଛି ଯାହାଦ୍ୱାରା ଆପଣ ବିନା ଟାଇପରେ ବି ଟେକ୍ସଟ ମେସେଜ୍ କରିପାରିବେ। କଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ନା ନା ଆଶ୍ଚର୍ଯ୍ୟ ହୁଅନ୍ତୁନାହିଁ ଏହା ବିଲକୁଲ ସତ। ଆଜି ଆମେ ଆପଣଙ୍କୁ ଏକ ଖାସ୍ ଟ୍ରିକ ଜଣାଇବୁ ଯାହାକୁ ଆପଣାଇ ଆପଣ ହ୍ଵାଟସଅପରେ ବିନା ଟାଇପରେ ବି ମେସେଜ୍ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ହ୍ଵାଟସଅପର ଏହି ଟ୍ରିକ ବିଷୟରେ।

ବିନା ଟାଇପ୍ କରି ଏପରି ପଠାନ୍ତୁ ମେସେଜ୍‌

  • ପ୍ରଥମେ ସେହି ୟୁଜରଙ୍କ ହ୍ଵାଟସଅପ ଚାଟ୍ ବକ୍ସ ଓପନ କରନ୍ତୁ, ଯାହାକୁ ଆପଣ ମେସେଜ୍ ପଠାଇବାକୁ ଚାହୁଁଛନ୍ତି।
  • କି-ବୋର୍ଡ ଓପନ କରନ୍ତୁ। ଏଠାରେ ଆପଣଙ୍କୁ ଉପରେ ଏକ ମାଇକ୍ରୋଫୋନ ଦେଖାଯାଉଥିବ, ତାହା ଉପରେ କ୍ଲିକ କରନ୍ତୁ।
  • ଏତିକି କରିବା ପରେ ମାଇକ୍ ଆକ୍ଟିଭ୍ ହୋଇଯିବ।
  • ଏଠାରେ ଆପଣ ଯେଉଁ ମେସେଜ୍ ପଠାଇବାକୁ ଚାହୁଁଛନ୍ତି ତାହା କହିଦିଅନ୍ତୁ।
  • ଆପଣ କହିଥିବା ମେସେଜ୍ ସେଣ୍ଡ ବକ୍ସରେ ଲେଖି ହୋଇଯିବ।
  • ଏବେ ସେଣ୍ଡ ବଟନ୍ ଦବାଇ ମେସେଜ୍ ପଠାନ୍ତୁ।

ହ୍ଵାଟସଅପର ଖାସ୍ ଫିଚର

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟସଅପ କିଛି ସମୟ ପୂର୍ବରୁ ମ୍ୟୁଟ ଭିଡିଓ ଫିଚର ଲଞ୍ଚ୍ କରିଥିଲା। ଏହି ଫିଚର ମାଧ୍ୟମରେ ୟୁଜର୍ସ ଭିଡିଓ ପଠାଇବା ପୂର୍ବରୁ ଏହାର ଆଓ୍ଵାଜକୁ ମ୍ୟୁଟ କରିପାରିବେ। ଅର୍ଥାତ ଯାହାକୁ ଆପଣ ମେସେଜ୍ କରୁଛନ୍ତି ତାଙ୍କୁ କୌଣସି ଶବ୍ଦ ଶୁଭା ଯାଉନଥିବ। କହିରଖିବାକୁ ଚାହିଁବୁ ଯେ ହ୍ଵାଟସଅପ୍ ଏହି ଫିଚରକୁ ନେଇ ବହୁତ ଦିନ ଧରି କାମ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.