Below header

Landline ନମ୍ବରରେ ଆକ୍ଟିଭେଟ କରନ୍ତୁ ହ୍ବାଟସଅପ୍, ଏଇଠି ରହିଛି ଉପାୟ

ପ୍ରାୟ ସମସ୍ତେ ମେସେଜିଂ ପାଇଁ ହ୍ବାଟସଅପର ବ୍ୟବହାର କରୁଥିବାର ଦେଖିବାକୁ ମିଳିଥାଏ। ଏହି ଆପ୍ ବା ସେବାକୁ ଲୋକମାନେ ମୋବାଇଲରେ ଆକ୍ଟିଭେଟ କରନ୍ତି ଏବଂ ସେହି ନମ୍ବରରେ ୟୁଜ୍ କରିଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଆପଣ ଏହାକୁ ଲ୍ୟାଣ୍ଡଲାଇନରେ ମଧ୍ୟ ଆକ୍ଟିଭେଟ କରିପାରିବେ। ଏହି ସର୍ଭିସକୁ ଗତ ବର୍ଷ ହିଁ ଆକ୍ଟିଭେଟ କରାଯାଇଛି। ଏହି ସର୍ଭିସ ନାକେବଳ ଗୋଟେ ସାଧାରଣ ଆପ୍ ବରଂ ହ୍ବାଟସଅପ୍ ବିଜନେସ ମଧ୍ୟ ଏଥିରେ ରହିଛି। ତେବେ ଆସନ୍ତୁ ଜାଣିବା ଆପଣ କେମତି ଏହାକୁ ଆକ୍ଟିଭେଟ କରିପାରିବେ।

ଷ୍ଟେପ ୧– ସର୍ବପ୍ରଥମେ ଆପଣଙ୍କ ଫୋନରେ ହ୍ବାଟସଅପ୍ କିମ୍ବା ହ୍ବାଟସଅପ୍ ବିଜନେସ ଇନଷ୍ଟୋଲ କରନ୍ତୁ।

whatsappଷ୍ଟେପ ୨– ଏହାପରେ ଆପକୁ ଓପନ କରନ୍ତୁ ଏବଂ ଟର୍ମ ଆଣ୍ଡ କଣ୍ଡିସନକୁ ଆକସେପ୍ଟ କରି ଦେଶର କୋଡ୍ ସିଲେକ୍ଟ କରନ୍ତୁ ଏବଂ ପରେ ନିଜର ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଯାଗାରେ ନିଜର ଲ୍ୟାଣ୍ଡଲାଇନ ନମ୍ବର ଦିଅନ୍ତୁ।

ଷ୍ଟେପ ୩– ଯେତେବେଳେ ଆପଣ ଲ୍ୟାଣ୍ଡଲାଇନ ନମ୍ବର ଦେବେ ତେବେ ଆପଣ ଏହାକୁ କଲ କିମ୍ବା ମେସେଜ୍ କରି ଭେରିଫାଇ କରିବେ। ପ୍ରଥମେ ଆପଣଙ୍କ ନମ୍ବରକୁ ଭେରିଫିକେସନ ନମ୍ବର ପଠାଯିବ କିନ୍ତୁ ଲ୍ୟାଣ୍ଡଲାଇନ ନମ୍ବର ହେବା କାରଣରୁ ଆପଣ ତାହାକୁ ରିସିଭ୍ କରିପାରିବେ ନାହିଁ। ମେସେଜ୍ ପରେ ଆପଣ ‘କଲ ମି’ ଅପସନ ବାଛନ୍ତୁ।

ଏହାସହ ପଢ଼ନ୍ତୁ : କେବଳ ୧୨୦ ସେକେଣ୍ଡରେ ହ୍ୟାକ୍‌ ହୋଇପାରେ ଆପଲ ଆଇଫୋନର ଫେସ୍‌ ଆଇଡି

ଷ୍ଟେପ ୪ – ଏହି ଅପସନକୁ ବାଛିବା ପରେ ଆପଣଙ୍କୁ ହ୍ବାଟସଅପ୍ ତରଫରୁ କଲ ଆସିବ ଯେଉଁଥିରେ ୬ ଅଙ୍କ ବିଶିଷ୍ଟ ଭେରିଫିକେସନ କୋଡ ଜଣାଯିବ ଆପଣଙ୍କୁ ଦିଆଯାଇଥିବା ସ୍ଥାନରେ ଫିଡିଂ କରିବାକୁ ହେବ ଏବଂ ଏହାପରେ ଆପଣଙ୍କ ଆକାଉଣ୍ଟ ଆକ୍ଟିଭେଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.