Hyundai AX1 micro SUVର ବଜାର ପ୍ରବେଶ, ଦାମ ରହିଛି ସବୁଠୁୁ ଶସ୍ତା

ଦକ୍ଷିଣ ଭାରତର ପ୍ରମୁଖ ଗାଡ଼ି କମ୍ପାନୀ ହୁଣ୍ଡାଇ ଭାରତୀୟ ବଜାରରେ ଲମ୍ବା ସମୟ ଧରି ନିଜର ନୂଆ micro SUVର ଟେଷ୍ଟିଂ କରୁଛି । ତେବେ କମ୍ପାନୀର ଏହି ନୂଆ ଗାଡ଼ିର କୋଡ ନାମ AX1 ରଖାଯାଇଛି । ତେବେ ଚାଲନ୍ତୁ ଜାଣିବା ଏହା ସଂପର୍କିତ ଆଉ କିଛି ତଥ୍ୟ ।

98
pc: News18

କିଛିିଦିନ ପୂର୍ବରୁ ଏହାର ଟିଜର ମଧ୍ୟ ଜାରି କରାଯାଇଥିଲା । ଯେଉଁଥିରେ ଏହାର ହେଡଲାଇଟ ଓ ଟେଲଲାଇଟ ଦେଖିବାକୁ ମିଳିଛି । ଏହି ଗାଡ଼ି ହୁଣ୍ଡାଇର କେ୧ ପ୍ଲାଟଫର୍ମରେ ତିଆରି କରାଯାଇଛି । ଏଥିରେ ୨ଟି ଅଲଗା ଅଲଗା ପେଟ୍ରୋଲ ଇଞ୍ଜିନର ବିକଳ୍ପ ଦିଆଯାଇଛି । ପ୍ରଥମରେ ୧.୨ ଲିଟର କ୍ଷମତା ରହିଥିବା ବେଳେ ୨ୟ ରେ ୧.୧ ଲିଟର କ୍ଷମତା ରହିଛି ।

132
pc: Daily Movies Hub

ତେବେ ଏହାର ଦାମ ବିଷୟରେ କୌଣସି ସଠିକ ତଥ୍ୟ ମିଳିନାହିଁ । ମିଡିଆ ରିପୋର୍ଟସ ଅନୁଯାୟୀ ଏହାର ପ୍ରାଥମିକ ଦାମ ୫ଲକ୍ଷ ଟଙ୍କା ରହିପାରେ । ସାଇଜରେ ଛୋଟ ହେଲେ ବି ମାଇକ୍ରୋ ଏସୟୁଭିରେ ଆଡଭାନ୍ସ ଫିଚର୍ସ ରଖାଯାଇଛି , ଯାହା ଲୋକଙ୍କୁ ବେଶ ପସନ୍ଦ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.