ଯାତ୍ରୀଙ୍କ ପାଇଁ ଖୁସି ଖବର, ଟିକେଟ ହଜିଗଲେ ବି ଫ୍ରିରେ କରିପାରିବେ ଯାତ୍ରା

ଯଦି ଆପଣ ବି ଟ୍ରେନ୍‌ ଯାତ୍ରା କରିବାକୁ ଯାଉଛନ୍ତି ଏବଂ ଆପଣଙ୍କର ମଧ୍ୟ ଟିକେଟ ହଜି ଯାଇଛି କିମ୍ବା ଆପଣ ଘରେ ଭୁଲି ଯାଇଛନ୍ତି ତାହେଲେ ଏବେ ଆପଣଙ୍କୁ ବିଲକୁଲ ବି ଚିନ୍ତା କରିବାର ଆବଶ୍ୟକ ନାହିଁ। ରେଲୱେ ପକ୍ଷରୁ ଏହି ଖାସ ନିୟମ କରାଯାଇଛି। ଯାହାଦ୍ୱାରା ଆପଣ ଅତି ସହଜରେ ଯାତ୍ରା କରିପାରିବେ।

ରେଳ ଅଧିକାରୀଙ୍କ କହିବା କଥା ଯେ ଭାରତୀୟ ରେଳ ନିୟମରେ କାଉଣ୍ଟର ଟିକେଟକୁ ସାଥିରେ ନେଇ ଯିବା ଏଥିପାଇଁ ଜରୁରୀ ହୋଇଥାଏ ଯେ କାହିଁକିନା ଟ୍ରେନ୍‌ ଛାଡିବାର ଅଧ ଘଣ୍ଟା ପରେ ବି କ୍ୟାନସଲ କରାଯାଇହେବ।

ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଯାତ୍ରୀଙ୍କୁ କାଉଣ୍ଟର ଟିକେଟକୁ ସବୁବେଳେ ସାଥିରେ ରଖିବା ଉଚିତ। ଯାହାଦ୍ୱାରା ଏଭଳି ପରିସ୍ଥିତିରେ ଯେପରି ସମସ୍ୟାକୁ ସାମ୍ନା କରିବାକୁ ନ ପଡୁ। ଆପଣଙ୍କ IRCTC ଆପରେ କୋଚ୍‌ ଏବଂ ବର୍ଥକୁ ନେଇ ମ୍ୟାସେଜ୍‌ ଥାଏ, ଏହାବ୍ୟତୀତ ଆପଣଙ୍କ ଫୋନ ନମ୍ବର ଏବଂ ମେଲରେ ଏହାର ସୂଚନା ରହିଥାଏ। ଯାହାଦ୍ୱାରା ଆପଣ ଟିଟିଇକୁ ଦେଖାଇ ପାରିବେ।

ବର୍ତ୍ତମାନ ଅଫଲାଇନ ସହିତ ଅନଲାଇନରେ ବି ଯାତ୍ରୀଙ୍କୁ ଟିକେଟ ମିଳୁଛି। ଆପଣ ଅନଲାଇନ ଟିକେଟର ମଧ୍ୟ ଫାଇଦା ନେଇପାରିବେ। ଆପଣଙ୍କୁ ଯଦି ମେଲରେ ବି ଟିକେଟ ମିଳିଯାଉଛି ନା ତାହେଲେ ଏହାକୁ ଦେଖାଇ ବି ଯାତ୍ରା କରିପାରିବେ। ଅନେକ ଥର ଏମିତି ହୋଇଥାଏ ଯେ ଆପଣ ନିଜ ଟିକେଟକୁ ଘରୁ ଭୁଲିଯାନ୍ତି କିମ୍ବା ଆପଣଙ୍କ ଟିକେଟ ହଜିଯାଏ ସେତେବେଳର ପରିସ୍ଥିତିରେ ଆପଣ କଣ କରିବେ? ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଫଲାଇନ୍‌ ଟିକେଟ ବନାଇଛନ୍ତି ତ ଆପଣ ଓ୍ଵିଣ୍ଡୋ ଟିକେଟ ନେଇ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.