Below header

ୟୁଜରମାନଙ୍କ ପାଇଁ ଆସିଲା ନୂଆ ମେସେଜିଂ ପ୍ଲାଟଫର୍ମ, ଆଣ୍ଡ୍ରଏଡ୍‌ ଫୋନରେ କରିପାରିବେ iMessage ଚାଟ୍ସ

Nothing ହେଉଛି ପ୍ରଥମ ଆଣ୍ଡ୍ରଏଡ୍‌ ବ୍ରାଣ୍ଡ , ଯାହା ଆପଲ୍‌ ର iMessage ପରି ଫିଚରକୁ ଆଣ୍ଡ୍ରଏଡ ଫୋନରେ ଆଣିଛି । ସୂଚନା ଥାଉ କି iMessage ର ସୁବିଧା କେବଳ ଆଇଫୋନ୍ ୟୁଜରଙ୍କ ପାଇଁ ଥାଏ । କମ୍ପାନୀ ନୂଆ ମେସେଜିଂ ପ୍ଲାଟଫର୍ମକୁ Nothing Chats ନାଁରେ ଆରମ୍ଭ କରିଛି ।

Nothing ନିଜ ୟୁଜରମାନଙ୍କ ପାଇଁ ନୂଆ ମେସେଜିଂ ପ୍ଲାଟଫର୍ମ ଆଣିଛି । ତେବେ Nothing ହେଉଛି ପ୍ରଥମ ଆଣ୍ଡ୍ରଏଡ୍‌ ବ୍ରାଣ୍ଡ , ଯାହା ଆପଲ୍‌ ର iMessage ପରି ଫିଚରକୁ ଆଣ୍ଡ୍ରଏଡ ଫୋନରେ ଆଣିଛି । ସୂଚନା ଥାଉ କି iMessage ର ସୁବିଧା କେବଳ ଆଇଫୋନ୍ ୟୁଜରଙ୍କ ପାଇଁ ଥାଏ । କମ୍ପାନୀ ନୂଆ ମେସେଜିଂ ପ୍ଲାଟଫର୍ମକୁ Nothing Chats ନାଁରେ ଆରମ୍ଭ କରିଛି । ତେବେ ଏହି ମେସେଜିଂ ପ୍ଲାଟଫର୍ମ କେବଳ Nothing Phone (2) ୟୁଜର୍ସଙ୍କ ପାଇଁ ଉପଲବ୍ଧ ।

Nothing Chats କୁ ଆରମ୍ଭ ପର୍ଯ୍ୟାୟରେ ୟୁଏସ୍‌, ୟୁକେ, ଏବଂ ୟୁରୋପୀୟ ୟୁନିଅନର ୟୁଜର୍ସଙ୍କ ପାଇଁ ଅଣା ଯାଇଛି । ଏହି ମେସେଜିଂ ପ୍ଲାଟଫର୍ମ ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । Nothing Chats କୁ Nothing Phone (1) ୟୁଜର୍ସମାନଙ୍କ ପାଇଁ ଯୋଗାଇ ଦିଆଯିବ କି ନାହିଁ , ଏହାକୁ ନେଇ କମ୍ପାନୀ ତରଫରୁ କୌଣସି ସୂଚନା ପ୍ରକାଶ ନାହିଁ ।

କହି ରଖିବାକୁ ଚାହିଁବୁ କି ୟୁଜରମାନେ ପ୍ଲେ ଷ୍ଟୋରରୁ Nothing Chats କୁ ଡାଉନଲୋଡ୍ କରିପାରିବେ ନାହିଁ । Nothing Chats କୁ ନେଇ ମିଳିଥିବା ସୂଚନା ଅନୁସାରେ, ଏହି ପ୍ଲାଟଫର୍ମକୁ Sunbird Messaging ସହିତ ପାର୍ଟନରସିପରେ ତିଆରି କରାଯାଇଛି । କମ୍ପାନୀ ସୂଚନା ଦେଇଛି ଯେ Nothing Chats ବତ୍ତର୍ମାନ ବିଟା ଟେଷ୍ଟିଂ ଫେଜରେ ରହିଛି । ନୂଆ ଅପଡେଟ୍‌ ସହିତ, କମ୍ପାନୀ ୟୁଜରମାନଙ୍କ ପାଇଁ ଏହି ପ୍ଲାଟଫର୍ମରେ ନୂଆ ଫିଚର୍ସ ଯୋଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.