କାରରେ ଆସି ଚୋରି କରିଲେ ଫୁଲଗଛ, ଭିଡିଓ ହେଲା ଭାଇରାଲ

ଆପଣ କଣ କେବେ ଶୁଣିଛନ୍ତି କାହା ଘରୁ ଫୁଲ ଗଛ ଚୋରି ହେବାର!! ସେ ବି ରାତି ଅଧରେ ଲୁଛି ଛପି ପୁଣି ନିଜ ସିଡାନ କାରରେ ଆସି କାହା ଘରୁ ଫୁଲ ଗଛ ଚୋରି କରି ନେଇଯିବାର... ତେବେ ପଞ୍ଜାବର ମୋହାଲିରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।

ଚୋରି ଖବର ପ୍ରାୟତଃ ହେଡଲାଇନରେ ରହିଥାଏ । ଆପଣ ସବୁବେଳେ ଶୁଣୁଥିବେ ଯେ କାହାର ସୁନା ଗହଣା ଚୋରି ହୋଇଯାଇଛି ତ କାହାର ଗାଡି । ସାଧାରଣତଃ ସବୁବେଳେ ମୂଲ୍ୟବାନ ଜିନିଷ ଚୋରି ହେବାର ଖବର ଆସିଥାଏ । ଚୋରି ଖବର ତ ଆପଣ ପ୍ରତିଦିନ ଦେଖୁଥିବେ ହେଲେ ଯେତେବେଳେ ଜଣେ ମହିଳା ଚୋରି କରନ୍ତି ସେତେବେଳେ ମାମଲା ଅଧିକ ଭାଇରାଲ ହୋଇଯାଏ । କିନ୍ତୁ ଏହି ଚୋରି କୌଣସି ଅଳଙ୍କାର, ଟଙ୍କା କିମ୍ବା ମୂଲ୍ୟବାନ ଜିନିଷର ନୁହେଁ ସାଧାରଣ ଫୁଲ ଗଛର ।

ଆପଣ କଣ କେବେ ଶୁଣିଛନ୍ତି କାହା ଘରୁ ଫୁଲ ଗଛ ଚୋରି ହେବାର! ସେ ବି ରାତି ଅଧରେ ଲୁଛି ଛପି ପୁଣି ନିଜ ସିଡାନ କାରରେ ଆସି କାହା ଘରୁ ଫୁଲ ଗଛ ଚୋରି କରି ନେଇଯିବାର… ତେବେ ପଞ୍ଜାବର ମୋହାଲିରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଯେତେବେଳେ ଆପଣ ଏହି ଚୋରି ବିଷୟରେ ଶୁଣିବେ ଏବଂ ଏହାର ଭାଇରାଲ୍ ଭିଡିଓ ଦେଖିବେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଚୋରି କରିଥିବା ଦୁଇଜଣ ଝିଅ ସେହି ଘରର ସିସିଟିଭି କ୍ୟାମେରାରେ କଏଦ ହୋଇଛନ୍ତି , ଯେଉଁ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ।

ଦୁଇଜଣ ଝିଅ ସିଡାନ କାରରେ ଆସିଛନ୍ତି । ପ୍ରଥମେ ସେ ଚାରିଆଡ଼େ ଦେଖୁଛନ୍ତି ଯେ ସେଠାରେ କେହି ନାହାଁନ୍ତି ତ ଯିଏ ତାଙ୍କର ଏହି ଚୋରି ଦେଖିପାରିବ ! କିନ୍ତୁ ଏହି ଦୁଇଜଣ ଦେଖିଲେ ଯେ ସେଠାରେ ଏପରି କେହି ବି ନାହାଁନ୍ତି ଯିଏ ତାଙ୍କର ଏହି ଚୋରି ଦେଖି ପାରିବେ, ତାପରେ ସେ କାରରୁ ଓହ୍ଲାଇଛନ୍ତି ଏବଂ ଏହି ଆଶ୍ଚର୍ଯ୍ୟଜଣକ ଚୋରି କରୁଛନ୍ତି ।

ଏହା ପରେ ମୌକା ଦେଖି ଏହି ଦୁଇଜଣ ଝିଅ ଘରର ଦୁଇଟି ଫୁଲଗଛ ଚୋରି କରିନେଉଛନ୍ତି । ଏହି ଘଟଣା ପଞ୍ଜାବର ମୋହାଲି ସେକ୍ଟର ୭୮ ରେ ଘଟିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୁଇଜଣ ଝିଅ ଏକ ସେଡାନ କାରରେ ଆସି ଫୁଲ ଗଛ ଚୋରି କରୁଛନ୍ତି । ଏବଂ ଚୋରି କରିବା ପରେ ଉଭୟ ଏହି ଦୁଇ ଫୁଲ କୁଣ୍ଡ ନେଇ ନିଜ କାରରେ ଚାଲିଯାଇଛନ୍ତି । କିନ୍ତୁ ଏହି ଚୋରି କରିବା ସମୟରେ ସେମାନେ ଜାଣି ନଥିବେ ଯେ ସେମାନଙ୍କ ଚୋରି କ୍ୟାମେରାରେ କଏଦ ହେଉଛି ବୋଲି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.