Whatsapp ବ୍ୟବହାର କରୁଥିଲେ ସାବଧାନ! ଲିକ୍‌ ହେଉଛି ଫୋନ୍‌ ନମ୍ବର ସମେତ ଏସବୁ ତଥ୍ୟ

ହ୍ଵାଟ୍ସଆପ୍‌ରେ ବଗ୍‌ ମିଳିବା କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ଏହି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ରେ କେତେକ ସମସ୍ୟା ଦେଖିବାକୁ ମିଳିଛି। ତେବେ ଏଥିରେ ଏବେ ଏକ ସାଂଘାତିକ ସମସ୍ୟା ଦେଖାଯାଇଛି। ରିପୋର୍ଟ ମୁତାବକ ହଜାର ହଜାର ହ୍ଵାଟ୍ସଆପ୍‌ ୟୁଜରଙ୍କ ଫୋନ୍‌ ନମ୍ବର ଲିକ୍‌ ହୋଇଛି। ଅତୁଲ ଜୟରାମ ନାମକ ଜଣେ ଭାରତୀୟ ରିସର୍ଚ୍ଚ ଏହି ସୂଚନା ଦେଇଛନ୍ତି।

India to create its own WhatsApp! Govt proposes its alternative ...

ଅତୁଲଙ୍କ କହିବାନୁସାରେ Whatsapp ପୋର୍ଟାଲରୁ ୨୯୦୦୦ରୁ ୩୦୦୦୦ ହ୍ଵାଟ୍ସଆପ୍‌ ୟୁଜରଙ୍କ ମୋବାଇଲ ନମ୍ବର ଲିକ୍‌ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ନମ୍ବର ହ୍ଵାଟ୍ସଆପ୍‌ ପୋର୍ଟାଲରୁ ପ୍ଲେନ୍‌ ଟେକ୍ସଟ୍‌ରେ ଲିକ୍‌ ହୋଇଛି। ଅର୍ଥାତ୍‌ ଏହାକୁ ଯେକୌଣସି ଇଣ୍ଟରନେଟ୍‌ ୟୁଜର ସହଜରେ ଆକ୍ସେସ୍‌ କରିପାରିବେ।

WhatsApp this week: Voice, video calling gets support for 8 people ...

କ’ଣ ଏହି ବଗ୍‌?

ହ୍ଵାଟ୍ସଆପ୍‌ରେ ଫୋନ୍‌ ନମ୍ବର ସେଭ୍‌ କରିବା ଏବେ ସହଜ ହୋଇଛି। କେବଳ କ୍ୟୁଆର କୋଡ୍‌ ସ୍କାନ୍‌ କରି ଏବେ ଅନ୍ୟଜଣଙ୍କର ନମ୍ବର ଆପଣ ସିଧାସଳଖ ସେଭ୍‌ କରିପାରିବେ। ଏଥିପାଇଁ ଆଉ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ। ସେହିଭଳି ଯଦି ଆପଣ କାହାକୁ ଟ୍ଵିଟରରେ ନମ୍ବର ସେୟାର କରିବେ ତେବେ ତାହା ପୂର୍ବରୁ ୟୁଆରଏଲ୍‌ କୋଡ୍‌ ଦେଖାଇଥାଏ। ଏହାକୁ ଡିକୋଡ୍‌ କରି ଆପଣ ନମ୍ବର ପାଇପାରିବେ। ପ୍ରାଇଭେସିକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ବେଳେ କିଛି ୟୁଜର ଅନ୍ୟ ଲୋକଙ୍କ ନମ୍ବରକୁ ସିଧାସଳଖ ଇଣ୍ଟରନେଟ୍‌ରେ ଛାଡ଼ିଛନ୍ତି। ଫଳରେ ଯେକେହି ବି ସେ ନମ୍ବରକୁ ମନ ଇଚ୍ଛା ମେସେଜ୍‌ କରିପାରିବେ।

wa

ତେବେ ଏହି ବଗ୍‌ ସମ୍ପର୍କରେ ହ୍ଵାଟ୍ସଆପ୍‌ ତରଫରୁ କୁହାଯାଇଛି ଯେ ଲୋକଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ। ତଥାପି ଯଦି କୌଣସି ଅଜଣା ନମ୍ବରରୁ ମେସେଜ୍‌ ଆସୁଛି ତେବେ ୟୁଜର କେବଳ ଗୋଟେ ଟଚ୍‌ରେ ସିଧାସଳଖ ତାହାକୁ ବ୍ଲକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.