Below header

ଲାଭା ଲଞ୍ଚ କଲା ଭାରତର ସବୁଠାରୁ ଶସ୍ତା ୫-ଜି ଫୋନ୍, JioPhone 5G କୁ ଦେବ ବରାବର୍ ଟକ୍କର

କେନ୍ୟୁଜ୍‌ ବ୍ୟୁରୋ: ମାର୍କେଟକୁ ଆସିଗଲା Lava Blaze 5G ର ଶସ୍ତା, ସୁନ୍ଦର ଆକର୍ଷଣୀୟ ୫-ଜି ଫୋନ୍। ଯାହା ମୁକେଶ ଅମ୍ବାନିଙ୍କ JioPhone 5G ର ଟେନ୍‌ସନ ବଢ଼ାଇବ। ଭାରତୀୟ ଫୋନ୍ ନିର୍ମାଣକାରୀ ସଂସ୍ଥା ଲାଭା ଇଣ୍ଡିଆନ ମୋବାଇଲ କଂଗ୍ରେସ ୨୦୨୨ରେ ସବୁଠାରୁ ଶସ୍ତା ସ୍ମାର୍ଟ ଫୋନ ଲଞ୍ଚ କରିଛି।

ସବୁଠାରୁ ବଡ଼ କଥା ହେଉଛି ଏହି ଲାଭା ଫୋନରେ ଏଆଇ ଟ୍ରିପଲ୍‌ ରିୟର କ୍ଯାମେରା ସେଟ୍‌ ଅପ ଏବଂ ମିଡିଆ ଟେକ୍‌ ଡାଇମେନ୍‌ସିଟି ର ସୁବିଧା ଅଛି। ଏହି ଫୋନର ଫ୍ରଣ୍ଟରେ ଓ୍ଵାଟର ଡ୍ରପ୍‌ ଡିସପ୍ଲେ ନଚ୍‌ ମଧ୍ୟ ଅଛି। ଆସନ୍ତୁ ଜାଣିବା ଭାରତରେ ଏହାର ବଜାର ଦର କେତେ ଅଛି ଏବଂ ଆଉ କଣ ସବୁ ଫିଚର ଅଛି।

ଭାରତୀୟ ବଜାରରେ ଲାଭା ବ୍ଲେଜ୍‌ ୫-ଜି’ର ଦର:
ଏହାର ସଠିକ ଦର ନିର୍ଦ୍ଧାରଣ ପୂର୍ବରୁ ଏହା କୁହାଯାଉଛି କି ଏହା ଭାରତର ସବୁଠାରୁ ଶସ୍ତା ୫-ଜି ଫୋନ ଯାହାର ମୂଲ୍ୟ ପାଖା ପାଖି ୧୦,୦୦୦ ଟଙ୍କା । ଏଠାରେ କୁହାଯାଇପାରେ କି ଏହି ସ୍ୱଦେଶୀ ଫୋନ ନିର୍ମାଣକାରୀ ସଂସ୍ଥା ଲାଭା ତାର ଗ୍ରହକମାନଙ୍କ ପାଇଁ ସବୁଠାରୁ ଶସ୍ତାରେ ୫-ଜି ଫୋନ ଲଞ୍ଚ କରିଛି।

ଜାଣନ୍ତୁ ଲାଭା ବ୍ଲେଜ୍‌ ୫-ଜି’ର ବିଶେଷତ୍ୱ

ଡିସପ୍ଲେ ଏବଂ ସଫ୍ଟୱେୟାର:
ଏହି ବଜେଟ୍‌ର ସ୍ମାର୍ଟ ଫୋନରେ ୬.୫୧ ଇଞ୍ଚ୍‌ର ଏଚ୍‌ଡି ଡିସ୍‌ପ୍ଲେ ଦେବା ସହିତ ଏଥିରେ ଆପଣଙ୍କୁ Widevine L1 ସପୋର୍ଟ ମଧ୍ୟ ମିଳୁଛି। ଲାଭାର ଏହି ଲେଟେଷ୍ଟ ବ୍ରାଣ୍ଡ ଆଣ୍ଡରଏଡ୍‌ ୧୨ ରେ କାମ କରେ ।
ପ୍ରୋସେସର:
ଏହି ସ୍ମାର୍ଟ ଫୋନରେ ସ୍ପୀଡ୍‌ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଫୋନରେ 7nm ର ବେଷ୍ଟ 2.2 GHz ମିଡିଆଟେକ୍‌ ଡାଇମନସିଟି 700 ପ୍ରୋସେସର ଦିଆଯାଇଛି।

ଷ୍ଟୋରେଜ୍‌:

ଫୋନରେ ୪-ଜିବି ରାମ୍ ଦିଆଯାଇଛି ,ଏହାକୁ ଆପଣ ୭ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ।,ଏଥିରେ ୩ ଜିବିର ଭର୍ଚୁଆଲ ରାମ୍‌ ସପୋର୍ଟ ମିଳୁଛି ଯାହା ସାହାଯ୍ୟରେ ଆପଣ ରାମ୍‌ ବଢ଼ାଇ ପାରିବେ। ଏହି ଫୋନରେ ୧୨୮ ଜିବିର ଇଣ୍ଟରନାଲ ମେମୋରି ମଧ୍ୟ ଦେଇଛି।

କ୍ଯାମେରା ସେଟଅପ୍‌:

ଲାଭା ବ୍ଲେଜ୍‌ ଫୋନରେ ବ୍ୟାକ୍‌ ପ୍ୟାନେଲରେ ଏଆଇ ଟ୍ରିପଲ୍‌ ରିୟର କେମେରା ସେଟ୍‌ ଅପ ଅଛି ଯାହାର ପ୍ରାଇମେରୀ କ୍ୟାମେରା ୫୦ ମେଗାପିକ୍ସେଲ ଅଛି। ସେଲ୍ଫି ଏବଂ ଭିଡ଼ିଓ କଲିଂ ପାଇଁ ୮ ଏମ୍ପିର କ୍ୟାମେରା ଦିଆଯାଇଛି।

ବ୍ୟାଟେରୀ:
ଏହି ୫-ଜି ମୋବାଇଲ ଫୋନରେ ୫୦୦୦ ଏମ୍‌ଏଚ୍‌ର ବ୍ୟାଟେରୀ ଏହାର ସୁନ୍ଦରତା ବଢ଼ାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.