Instagram ଲଞ୍ଚ କଲା ନୂଆ ଫିଚର, ଏଣିକି ସର୍ଚ୍ଚ କରିବା ହେବ ଖୁବ ସହଜ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫଟୋ ସେୟାରିଂ ଆପ Instagram ନିଜ Keyword search ଫିଚର ଅଫିସିଆଲ ଭାବରେ ୬ଟି ଦେଶରେ ଲଂଚ କରିଛି । ଏହା ଦ୍ୱାରା Instagram ସର୍ଚ୍ଚ ପୂର୍ବ ତୁଳନାରେ ଆହୁରି ଅଧିକ ସହଜ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ସୂଚନା ଦେବା ଯୋଗ୍ୟକି, ନିକଟରେ ହିଁ Instagramର ଅନ୍ୟତମ ଫିଚର “Guides” ଭାରତରେ ଲଞ୍ଚ କରା ଯାଇଥିଲା । କ୍ରିଏଟର୍ସ ମାନଙ୍କୁ ଲମ୍ବା ଲମ୍ବା ଫର୍ମାଟରେ ପୋଷ୍ଟ ତିଆରି କରିବା ପାଇଁ ଏହି ଫିଚର ଅଧିକ ଲାଭଦାୟକ ହେବ । ଏହା ବାଦ ଅନ୍ୟ ସମସ୍ତ ପ୍ରକାର ଫର୍ମାଟର ପୋଷ୍ଟକୁ ସହଜରେ ସେୟାର କରା ଯାଇପାରିବ । ଅନ୍ୟ ଭାଷାରେ ଏହି “Guides” ଫର୍ମାଟ ବ୍ଲଗ ସହିତ ପୂରା ସମାନ ।

ଖାଲି ଲଙ୍ଗ ଫର୍ମାଟ ନୁହେଁ, କ୍ରିଏଟର୍ସ ମାନଙ୍କୁ କଣ୍ଟେଣ୍ଟ ଗଠନ କରିବା ଓ ଶେୟାର କରିବାରେ ବି ଏହି ନୂଆ ଫିଚର ସହାୟକ ହୋଇପାରିବ । କହିରଖିବା ଉଚିତ ହେବଯେ, ଚଳିତ ବର୍ଷ ଆରମ୍ଭରେ ହିଁ ଇନ୍ଷ୍ଟଗ୍ରାମ ନିଜର ଏହି “Guides” ଫିଚର ଲଞ୍ଚ କରିଥିଲା । ୟୁଜର୍ସ ମାନେ ନିଜ ଏହି “Guides” ଫିଚରକୁ ନିଜ ନିଜ Instagram ପ୍ରୋଫାଇଲରେ ସହଜରେ ପାଇ ପାରିବେ । ଆଉ ଜାଣନ୍ତିକି ଏହି ଫିଚର ଜରିଆରେ ନିଜ ଇନ୍ଷ୍ଟଗ୍ରାମ ଷ୍ଟୋରେଜ, ଡିଏମ ସମେତ ବାୟୋ ଲିଙ୍କକୁ ବି ସହଜରେ ସେୟାର କରାଯାଇପାରିବ । ଖାଲି ସେତିକି ନୁହେଁ ୟୁଜର୍ସ ମାନେ ଏହି ଆପ ମାଧ୍ୟମରେ ଚାହୁଁଥିବା ପ୍ରଡକ୍ଟସ ଗୁଡିକୁ ମଧ୍ୟ ସହଜରେ ସର୍ଚ୍ଚ କରିପାରିବେ । ଆଉ ସବୁଠୁ ଜରୁରୀ ହେଉଛି Keyword search ଫିଚରରେ ୟୁଜର୍ସଙ୍କୁ ଏଣିକି କିଛି ସର୍ଚ୍ଚ କରିବା ପାଇଁ ହାସଟ୍ୟାଗ ବ୍ୟବହାର କରିବା ପାଇଁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.