ଜିଓ ଫାଇବରର ବଢ଼ିଆ ଅଫର, ୟୁଜର୍ସଙ୍କୁ ଦେଉଛି ମାଗଣା ନେଟଫ୍ଲିକ୍ସ

ଯଦି ଆପଣ ଜିଓ ଫାଇବର କିଣିବା ଲଗାଇବା ପାଇଁ ଯୋଜନା କରୁଛନ୍ତି କିମ୍ୱା ପୂର୍ବରୁ ଆପଣ ଜିଓ ଫାଇବରର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଆପଣଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସୁବିଧା ଯାହା ଆପଣଙ୍କ ମନୋରଞ୍ଜନ ପାଇଁ ସହଜ ମାଧ୍ୟମ ହେବ । ଜିଓ ଫାଇବରର ବଢ଼ିଆ ଅଫର, ଏବେ ୟୁଜର୍ସଙ୍କୁ ମିଳିବ ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ

ଯଦି ଆପଣ ଜିଓ ଫାଇବର କିଣିବା ଲଗାଇବା ପାଇଁ ଯୋଜନା କରୁଛନ୍ତି କିମ୍ୱା ପୂର୍ବରୁ ଆପଣ ଜିଓ ଫାଇବରର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଆପଣଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସୁବିଧା ଯାହା ଆପଣଙ୍କ ମନୋରଞ୍ଜନ ପାଇଁ ସହଜ ମାଧ୍ୟମ ହେବ । ଯଦି ଆପଣ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ନେଇଛନ୍ତି ତେବେ ତାହା ଆପଣଙ୍କୁ ଆଉ ଅଲଗା ଭାବରେ ନେବାର ଆବଶ୍ୟକତା ନାହିଁ । ଆମେ ଆପଣଙ୍କୁ ଏପରି କିଛି ସୂଚନା ଦେବୁ ଯାହାଦ୍ୱାରା ଆପଣ ଉଭୟ ହାଇସ୍ପିଡ୍ ଇଣ୍ଟରନେଟ୍ ସହ ଓଟିଟି ପ୍ଲାଟଫର୍ମର ମଜା ନେଇପାରିବେ ।

ଜିଓ ଫାଇବରର ଏକ ପ୍ଲାନରେ ଆପଣଙ୍କ ପାଇଁ ରହିଛି ଏକ ଦମଦାର ଅଫର । ମାତ୍ର ୧୪୯୯ ଟଙ୍କାରେ ଆପଣ ପାଇପାରିବେ ୩ ଶହ ଏମବିପିଏସର ଇଣ୍ଟରନେଟ୍ ସ୍ପିଡ୍ । ନେଟଫ୍ଲିକ୍ସ ସମେତ ଆମାଜନ ପ୍ରାଇମ ଭିଡିଓ, ଡିଜନି + ହଟଷ୍ଟାର ଭିଆଇପି , ସୋନିଲିଭ, ଜି- ୫, ସନ୍ ଏନଏକ୍ସଟି, ଭୋଟ ସିଲେକ୍ଟ, ଭୋଟ କିଡ୍ସ, ଭଳି ସେବା। ଏଥି ସହିତ ସହିତ ଅନେକ OTT ପ୍ଲାଟଫର୍ମକୁ ଆପଣ ମାଗଣାରେ ଭିଜିଟ୍ କରିପାରିବେ । ଏକ ମାସର ଭ୍ୟାଲିଡିଟି ସହିତ ଆପଣ ଏସବୁ ଯୋଜନାର ଲାଭ ଉଠାଇପାରିବେ । କେବଳ ସେତିକି ନୁହେଁ ଏକ ବର୍ଷ ପାଇଁ ଆପଣ ଆମାଜନ ପ୍ରାଇମ ଭିଜିଟ କରିପାରିବେ । ମାଗଣା କଲିଂ ସେବା ସହିତ ଏହି ପ୍ଲାନଟି ଉପଲବ୍ଧ ।

ଜିଓ ଫାଇବରର ଅନ୍ୟ ଏକ ସ୍କିମ୍ ରହିଛି ୨୪୯୯ ଟଙ୍କାରେ । ଯେଉଁଥିରେ ଆପଣ ୫ ଶହ ଏମବିପିଏସ ସ୍ପିଡ୍ ରେ ଇଣ୍ଟରନେଟ୍ ବ୍ରାଉଜିଂ ର ମଜା ନେଇପାରିବେ । ଏହି ଯୋଜନାରେ, ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ, ଡିଜନି + ହଟଷ୍ଟାର ଭିଭିଆଇପି, ଭୋଟ ସିଲେକ୍ଟ, ସୋନିଲିଭ, ଜି ୫ , ସନ୍ ଏନଏକ୍ସଟି, ଲାୟନ୍ସ ଗେଟ୍ , ଭୋଟ କିଡ୍ସ, ଭଳି ସେବା ସହିତ ଅନେକ ଓଟିଟି ପ୍ଲାଟଫର୍ମ ସେବା ମାଗଣାରେ ପାଇପାରିବେ। କେବଳ ସେତିକି ନୁହେଁ ସମସ୍ତ ନେଟୱାର୍କ କୁ ଅନଲିମିଟେଡ଼ କଲିଂ ର ସୁବିଧା ତଥା ଲାଭ ମଧ୍ୟ ଆପଣ ଉଠାଇପାରିବେ।

ଜିଓ ଫାଇବରର ୩୪୯୯ ଟଙ୍କା ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ୧ ଜିବିପିଏସ ଇଣ୍ଟରନେଟ୍ ସ୍ପିଡ୍ । ଏହି ଯୋଜନାରେ ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ସହିତ ଅନେକ ଓଟିଟି ପ୍ଲାଟଫର୍ମର ମଜା ମାଗଣାରେ ନେଇପାରିବେ । ଏହି ଯୋଜନାର ସମୟସୀମା ରହିଛି ୩୦ ଦିନ ।

ଜିଓ ଫାଇବରର ଆଉ ଏକ ଜବରଦସ୍ତ ପ୍ଲାନ ହେଉଛି ୮୪୯୯ ଟଙ୍କା । ଏହି ଯୋଜନାରେ ମଧ୍ୟ ଆପଣ ୧ ଜିବିପିଏସ ସ୍ପିଡ୍ ପାଇବେ । ଏଥି ସହିତ ଆହୁରି ମଧ୍ୟ ୬୬୦୦ ଜିବି ଡାଟା ଉପଲବ୍ଧ ହେବ । ମାଗଣା ଅସୀମିତ କଲିଂ ସହିତ, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ସହିତ ଅନେକ OTT ପ୍ଲାଟଫର୍ମର ମଜା ଆପଣ ମାଗଣାରେ ପାଇପାରିବେ । ପୂର୍ବ ପ୍ଲାନ ପରି ଏହାର ବୈଧତା ରହିଛି ୩୦ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.