Below header

ସିଡିରୁ ଖସି କୋରିଆନ ଅଭିନେତ୍ରୀ ପାର୍କ ସୁଙ୍କ ଦେହାନ୍ତ, ଅଙ୍ଗ ଦାନ କରିବେ ପରିବାର ଲୋକ

କୋରିଆନ ଅଭିନେତ୍ରୀ ପାର୍କ ସୁ ରୟୁନଙ୍କ ୨୯ ବର୍ଷରେ ଦେହାନ୍ତ । ୧୧ ଜୁନରେ ଘରର ସିଡିରୁ ଖସିପଡିବାରୁ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ତାଙ୍କ ଅଙ୍ଗ ଦାନ କରାଯିବ ବୋଲି ଅଭିନେତ୍ରୀଙ୍କ ମା’ କହିଛନ୍ତି ।

କୋରିଆନ ଅଭିନେତ୍ରୀ ପାର୍କ ସୁ ରୟୁନଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାର୍କରୁ ଘରକୁ ଯାଉଥିବା ସମୟରେ ସିଡିରୁ ତଳକୁ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ହୋଇଥିଲା ।

ଅଭିନେତ୍ରୀ ଜଣକ ନିକଟରେ ଜେଜୁ ଆଇଲ୍ୟାଣ୍ଡରେ ପରଫରମାନ୍ସ କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର କୋରିଆନ ଇଣ୍ଡଷ୍ଟ୍ରୀ ଶୋକରେ ରହିଛି । ତେବେ ତାଙ୍କ ପରଲୋକରେ ପରିବାର ତରଫରୁ ତାଙ୍କ ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ମୁତାବକ, ତାଙ୍କ ମା’ କହିଛନ୍ତି ‘ତା’ର କେବଳ ମସ୍ତିଷ୍କ ମରିଛି । ହୃଦୟ ଏପର୍ଯ୍ୟନ୍ତ କାମ କରୁଛି । ଦୁନିଆର ଯେକୌଣସି ବ୍ୟକ୍ତିଙ୍କୁ କୌଣସି ଅଙ୍ଗ ଦରକାର, ତାହା ଆମେ ଦାନ କରିବୁ । ତା’ ହୃଦୟ ଆଉ କାହାକୁ ଜୀବନ ଦେବ, ଏହାକୁ ନେଇ ଆମେ ମା’ ବାପା ଗର୍ବିତ।

ପାର୍କ ସୁଙ୍କ ପାର୍ଥିବ ଶରୀର Gyeonggi Provincial Medical Center  ରେ ରଖାଯାଇଛି । ତାଙ୍କ ଅନ୍ତିମ ସଂସ୍କାର ଆଜି କରାଯିବ ।

ସୂଚନାଯୋଗ୍ୟ, ୨୦୧୮ରେ ପାର୍କ ସୁ ଟେନରରେ ଡେବ୍ୟୁ କରିଥିଲେ । ଏହାପରେ ଫାଇଡିଂ ମିଷ୍ଟର ଡେଷ୍ଟନୀ, ଦ ଡେଜ ୱି ଲଭଡ, ସିଦ୍ଧାର୍ଥ ସଙ୍ଗ ଭଳି ଅନ୍ୟ ମୁଜ୍ୟିକାଲରେ ଦେଖିବାକୁ ମିଳିଛନ୍ତି । କୋରିଆନ ଶୋ ସ୍ନୋ ଡ୍ରପରେ ମଧ୍ୟ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.