ରଜରେ ମହକୁଛି ଗାଁ, ଆଜି ସଜବାଜ, ଜମିବ ଦୋଳିଖେଳ ସାଙ୍ଗକୁ ତାସ୍

ଆଜି ସଜବାଜ । ରଜର ମହକରେ ମହକି ଉଠୁଛି ପୁରପଲ୍ଲୀ । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ । ପିଲାଠୁ ବୁଢା, କୁଆଁରୀଠୁ ବୟସ୍କା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଉତ୍ସାହ ଦେଖିବାକୁ ମିଳିଛି ରଜପାଇଁ ।

କେନ୍ୟୁଜ୍(ବ୍ୟୁରୋ): ଆଜି ସଜବାଜ । ରଜର ମହକରେ ମହକି ଉଠୁଛି ପୁରପଲ୍ଲୀ । ରଜପର୍ବ ପାଇଁ ପୁରା ପ୍ରସ୍ତୁତ ଗାଁଠୁ ସହର । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ । ସଜେଇ ହେଉଛନ୍ତି କୁଆଁରୀ ମାନେ । ରଜଖଳା ବି ପୁରା ପ୍ରସ୍ତୁତ । ଅପେକ୍ଷା କରିଛି କେତେବେଳେ ଏଠି ନାଚଗୀତ ସାଙ୍ଗକୁ ଦୋଳିଖେଳ, କବାଡ଼ି, ବାଗୁଡ଼ି ଖେଳରେ ମସଗୁଲ ହେବ ସାରା ଗାଁ । ପିଲାଠୁ ବୁଢା, କୁଆଁରୀଠୁ ବୟସ୍କା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଉତ୍ସାହ ଦେଖିବାକୁ ମିଳିଛି ରଜପାଇଁ ।

 

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ଗୋପପୁର ଗାଁର ଦୃଶ୍ୟ । ରଜଖଳାରେ ସଜବାଜ ପାଇଁ ଏକାଠି ହୋଇଛନ୍ତି କୁମାରୀ ମାନେ । ଛୋଟ ମାନଙ୍କୁ ବଡ଼ମାନେ ସଜ ହେବାରେ ସାହାଯ୍ୟ କରୁଛନ୍ତି । ଏହାସହ ନିଜେବି ସଜ ହେଉଛନ୍ତି । ପାଦରେ ଅଳତା, ମଥାରେ କୁଙ୍କୁମ, ହାତରେ ମେହେନ୍ଦୀ ଲଗାଉଛନ୍ତି । ଏହାସହ ଆଖିରେ କାଜଲ ଲଗାଉଛନ୍ତି । ସେହିପରି ମେକଅପ ଲଗାଇ ନିଜକୁ ସଜେଇ ଦେଉଛନ୍ତି କୁମାରୀ ମାନେ ।

 

ଗାଁରେ ଜମିବ ପିଠାପଣା ସାଙ୍ଗକୁ ଦୋଳିଖେଳର ଆସର । ଗାଁ ଦାଣ୍ଡରେ ଦୋଳି ଲଗା ସରିଛି । ସମସ୍ତଙ୍କ ଘରେ କୁଣିଆ ଆସି ପହଁଚି ଗଲେଣି । ଗାଁ ଝିଅମାନେ ବିଭିନ୍ନ ପ୍ରକାରର ନାଚ ଗୀତର ଅଭ୍ୟାସ କରୁଛନ୍ତି । ଏହାସହ ତାସର ଆସର ଜମିଲାଣି । ଦୋଳିଖେଳ ସାଙ୍ଗକୁ ନାଚଗୀତର ଆସର ଦେଖିବାକୁ ମିଳିବ । ଏହାସହ ମଡେଲିଂଠୁ ଆରମ୍ଭ କରି କେତେକଣ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.