Below header

ଜିଓ ରଖିଲା ପ୍ରତିଶୃତି ଲଞ୍ଚ କଲା ଜିଓଟିଭି କ୍ୟାମେରା

ରିଲାଏନ୍ସ ଜିଓ ଭାରତରେ ଲଞ୍ଚ କଲା ଜିଓଟିଭିକ୍ୟାମେରା(JioTVCamera) । ଜିଓ ଫାଇବରର ଲଂଚିଙ୍ଗ ସମୟରେ ଜିଓ କହିଥିଲା ଯେ ଜିଓ ଫାଇବରର ୟୁଜର୍ସ ଜିଓ ଫାଇବର ସେଟଟପ ବକ୍ସ ଦ୍ୱାରା ଭିଡିଓ କଲିଙ୍ଗ କରିପାରିବେ ।

ଟିଭିରେ କରନ୍ତୁ ଭିଡିଓ କଲିଂ

ଜିଓ ଟିଭି କ୍ୟାମେରା ଏକ ଛୋଟ ଡିଭାଇସ ଅଟେ ଯାହାକୁ ଟିଭି ଦ୍ୱାରା କନେକ୍ଟ କରାଯାଇ ପାରିବ । ଏହାପରେ ଆପଣ ନିଜ ଟିଭିରେ ଭିଡିଓ କଲ କରିପାରିବେ । ଜିଓ ଟିଭି କ୍ୟାମେରାକୁ ଆପଣ ଜିଓର ୱେବସାଇଟରୁ କିଣିପାରିବେ ଯାହାର ଦାମ ରହିବ ୨୯୯୯ ଟଙ୍କା ।

JIOTVCAMERA

ମିଳିବ ଏକ ବର୍ଷର ୱାରେଣ୍ଟି

ଏହାସହିତ କମ୍ପାନୀ ଇଏମଆଇ(EMI) ମଧ୍ୟ ଦେଉଛି ଏବଂ ତିନିଦିନ ମଧ୍ୟରେ ଡେଲିଭରି ଦେବାର ପ୍ରତିଶୃତି ମଧ୍ୟ କରିଛି । କେବଳ ସେତିକି ନୁହେଁ ଏଥିରେ ଏକବର୍ଷର ୱାରେଣ୍ଟି ସହିତ ଯେକୌଣସି ପ୍ରକାର ସମସ୍ୟା ହେଲେ ସାତଦିନ ମଧ୍ୟରେ ରିପ୍ଲେସ କରାଯାଇ ପାରିବ ।

ଓଜନ ମାତ୍ର ୯୩ ଗ୍ରାମ

Image result for jiotvcamera launched"

JioTVCameraକୁ ଟିଭିରେ ଏକ କେବୁଲ ଦ୍ୱାରା କନେକ୍ଟ କରାଯାଇପାରିବ । ତାପରେ ଏହାକୁ ଟିଭିର ଠିକ ଉପରେ ରଖାଯିବ । ଯଦିଓ JioTVCamera କେବଳ ଜିଓ ଫାଇବାରର ଗ୍ରାହକ ମାନଙ୍କ ପାଇଁ ଅଟେ । JioTVCamera ୧୨୦ ଡିଗ୍ରୀ ୱାଇଡ ଆଙ୍ଗେଲ ଅଟେ ତା ବ୍ୟତୀତ ଏହାର ଓଜନ ମାତ୍ର ୯୩ ଗ୍ରାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.