ପୋଲିସ କର୍ମଚାରୀଙ୍କୁ ଭିନ୍ନ ଭାବେ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ୱବାସୀ, ପୃଥିବୀର କୋଣ ଅନୁକୋଣରୁ ପଠାଇଲେ ହଜାର ହଜାର ବ୍ୟାଜ୍‌

ଜଣେ ଦିବଂଗତ ପୋଲିସ ର୍କମଚାରୀଙ୍କୁ ମାନେ ରଖିବା ପାଇଁ ଯେ ବିଶ୍ୱ ବ୍ୟାପି ଲୋକେ ତତ୍ପର ହୋଇପାରନ୍ତି ତାହା ଶୁଣି ହୁଏତ କହେି ବିଶ୍ୱାସ କରି ନପାରନ୍ତି । ଏମିତି ଏକ ଘଟଣା ଘଟିବାର ବି ନଜିର ନାହିଁ । ହଁ ନିକଟରେ ଏମିତି ହିଁ ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଯାହା କାହାର ବି ଆଖିରୁ ଲୁହ ଝରି ଆସିବ । ଥମସେ ଭ୍ୟାଲି ପୋଲିସର ଜଣେ ଦିବଂଗତ ପୋଲିସ କର୍ମଚାରୀ ହାର୍ପରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଶ୍ୱର କୋଣ ଅନୁକୋଣର ଏମର୍ଜେନ୍ସି  ସର୍ଭିସ କର୍ମଚାରୀମାନେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କର୍ମଚାରୀମାନେ ପୋଲିସ ଡିପାର୍ଟମେଣ୍ଟକୁ ଏଯାବତ ପ୍ରାୟ ୧୫୦୦୦ରୁ ବି ଅଧିକ ବ୍ୟାଜ୍‌ ଦେଇ ସାରିଲେଣି ।

batch

ଯାହାକୁ ନେଇ ଏକ ପେଣ୍ଟିଙ୍ଗ ପ୍ରସ୍ତୁତ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ପେଣ୍ଟିଙ୍ଗଟି ପ୍ରସ୍ତୁତ ହୋଇଗଲା ପରେ ତାହାକୁ ନେଇ ମ୍ୟୁଜିୟମରେ ରଖାଯିବ । ଏହି ଅଫିସର ଜଣଙ୍କ ମୃତ୍ୟୁ ପରେ ତାଙ୍କର ଜଣେ ଶୁଭେଚ୍ଛୁ ଷ୍ଟୁଆର୍ଟ ରବର୍ଟ ତାଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ହିଁ ବିଶ୍ୱ ବ୍ୟାପି ଏପରି ଏକ ଅଭିଯାନର ଆରମ୍ଭ କରିଥିଲେ । ଗତ ର୍ବଷ ଅଗଷ୍ଟ ମାସ ୧୫ ତାରିଖରେ ହାର୍ପର ଡ୍ୟୁଟିରେ ଥିବା ସମୟରେ ଜଣେ ଚୋର ତାଙ୍କ ବାଇକ ଚୋରି କରିବା ପାଇଁ ତାଙ୍କୁ ଆଟାକ କରିଥିଲା । ଡ୍ୟୁଟି ସମୟରେ ତାଙ୍କର ଏପରି ଅପମୃତ୍ୟୁକୁ କେହି ଯେମିତି ଗ୍ରହଣ କରି ପାରି ନାହାନ୍ତି ।

batch

ସବୁ ଦିନ ପାଇଁ ହାର୍ପରଙ୍କ ସ୍ମୃତି କୁ ସାଇତିବା ପାଇଁ ର୍ରବଟ ପୃଥିବୀ ବାସୀଙ୍କୁ ଏକ ଆହ୍ୱାନ ଦେଇଥିଲେ । ବିଭିନ୍ନ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଅଫିସରମାନଙ୍କୁ ନିଜ ନିଜ ବ୍ୟାଜ୍‌କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଥିଲା । ଆଉ ସବୁଠୁ ଆଶର୍୍ଚଯ୍ୟର କଥା ଅନୁରୋଧ ରଖି ବିଶ୍ୱର କୋଣ ଅନୁକୋଣର କର୍ମଚାରୀ ନିଜ ନିଜ ବ୍ୟାଜ୍‌କୁ ଦାନ କରି ଦେଇଥିଲେ । ଏମିତିକି ରୁଷରୁ ଆରମ୍ଭ କରି ଆଫ୍ରିକା, ସୁଦାନ, ନ୍ୟୁଜିଲ୍ୟାଣ୍ଡ ର୍ପଯ୍ୟନ୍ତର ଲୋକେ ନିଜ ନିଜ ବ୍ୟାଜ୍‌ ପଠେଇବାକୁ ଲାଗିଲେ । ଏହି କାମରେ ନିୟୋଜିତ ଥିବା ସ୍ଟୁୱାର୍ଟଙ୍କ ଅନୁଯାୟୀ ଡିସମ୍େବର ମାସ ସୁଦ୍ଧା ସମୋନଙ୍କ ପାଖକୁ ଆବଶ୍ୟକୀୟ ସଂଖ୍ୟକ ବ୍ୟାଜ୍‌ ଆସି ଯାଇଥିଲା । କିନ୍ତୁ ତାଙ୍କ ଅନୁଯାୟୀ ଏହି ସମୟ ପରେ ବି ଆସୁଥିବା ବ୍ୟାଜ୍‌ ଗୁଡିକୁ ସାମିଲ କରିବା ନେଇ ବି ଆମେ ଲକ୍ଷ୍ୟ ରଖିଛୁ । ସୂଚନା ଦେବା ଯୋଗ୍ୟ ଯେ ଜାନୁଆରୀ ୨୯ ତାରିଖରେ ହାର୍ପରଙ୍କ ହିଁ ପତ୍ନୀ ଲିସି ହାର୍ପରଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ପୂର୍ବରୁ ଗତ ର୍ବଷ ଅକ୍ଟୋବର ମାସରେ ହିଁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବାଇକ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.