ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଏପରି କରନ୍ତୁ ଆବେଦନ, ସହଜରେ ଘରେ ପହଁଚିଯିବ ଡିଏଲ

ଯଦି ଆପଣଙ୍କ ପାଖରେ ଗାଡି ଅଛି ତେବେ ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ହେବା ଜରୁରୀ। ଡ୍ରାଇଭିଂ ଲାଇସେନ୍ସ ନଥିଲେ ଆପଣଙ୍କୁ ଭାରୀ ଜରିମାନା ଭରିବାକୁ ପଡିବ। ଚାଲାଣ ଏତେ କଟିଯିବ ଯେ ଆପଣ କେବେ କଲ୍ପନା ବି କରିନଥିବେ। ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଏବେ ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଆଦି ସବୁ ଯାଞ୍ଚ କରାଯାଉଛି। ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଲୋକେ ଆରଟିଓ ଅଫିସରେ ଭିଡ ଜମାଉଛନ୍ତି। ଆରଟିଓ ଅଫିସର ଭିଡ ଦେଖି ଲୋକେ ଚିନ୍ତାରେ ପଡିଯାଉଛନ୍ତି ତାଙ୍କ ନମ୍ବର କେତେବେଳେ ଆସିବ? ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ କେମିତି ସହଜ ଉପାୟରେ ଡ୍ରାଇଭିଂ ଲାଇସେନ୍ସ କରିପାରିବେ। ତେବେ ଆଜି ଆମେ ଆପଣଙ୍କୁ ଘରେ ବସି ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାର ସହଜ ଉପାୟ ଜଣାଇବୁ। ତେବେ ଆସନ୍ତୁ ଜାଣିବା କେମିତି ଏହାକୁ ଅନଲାଇନରେ କରିବେ ଆବେଦନ।

sarathiଡ୍ରାଇଭିଂ ଲାଇସେନ୍ସ ପାଇଁ ଜରୁରୀ କାଗଜପତ୍ର

• ରାସନ୍‌ କାର୍ଡ
• ଭୋଟର କାର୍ଡ
• ଆଧାର କାର୍ଡ
• ଇଲେକଟ୍ରିସିଟି ବିଲ୍‌
• ପାନ୍‌ କାର୍ଡ
• ପାଣି ବିଲ୍‌

ଡ୍ରାଇଭିଂ ଲାଇସେନ୍ସ ପାଇଁ ଏପରି କରିବେ ଆବେଦନ

driving• ଡ୍ରାଇଭିଂ ଲାଇନ୍ସେ ପାଇଁ ଆବେଦନ ପରିବାକୁ ହେଲେ ପ୍ରଥମେ ଆପଣଙ୍କୁ ସରକାରଙ୍କ ଅଫସିଆଲ ୱେବସାଇଟ sarathi.parivahan.gov.in/କୁ ଯିବାକୁ ହେବ।ସେଠାରେ ଯାଇ ଆପଣ ଆପଣଙ୍କ ରାଜ୍ୟକୁ ଚୟନ କରନ୍ତୁ।
• ଏବେ ଆପଣଙ୍କୁ କିଛି ଅପସନ୍‌ ମିଳିବ, ଯେଉଁଥିରେ ଆପଣଙ୍କୁ ଆପ୍ଲାଏ ଅନଲାଇନ ଉପରେ କ୍ଲିକ କରିବାକୁ ହେବ।
• ଏହାପରେ ଆପଣଙ୍କୁ ନ୍ୟୁ ଡ୍ରାଇଭିଂ ଲାଇସେନ୍ସର ବିକଳ୍ପ ଦେଖାଯିବ, ଯାହାକୁ ଆପଣଙ୍କୁ ଚୟନ କରିବାକୁ ହେବ।
• ଆପଣ ନ୍ୟୁ ଡ୍ରାଇଭିଂ ଲାଇସେନ୍ସ କ୍ଲିକ କରିବା ପରେ ଆପଣଙ୍କୁ Continue ଅପସନ୍‌ ଦେଖାଯିବ, ଯାହାକୁ ଆପଣଙ୍କୁ କ୍ଲିକ କରିବାକୁ ହେବ।
• ଏବେ ଆପଣ ନିଜ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ପାଖକୁ ଏକ ଓଟିପି ଆସିବ।
• ଏହାପରେ ଆପଣଙ୍କୁ Learner’s Licence Number ଏବଂ ଡେଟ ଅଫ୍‌ ବାର୍ଥ ଏଣ୍ଟର କରିବାକୁ ହେବ।

ଏସବୁ କରିବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସର ସଠିକ ବିବରଣୀ ଭରିବାକୁ ହେବ ଏବଂ ଆବଶ୍ୟକ ସମସ୍ତ କାଗଜପତ୍ରକୁ ଅପଲୋଡ କରିବାକୁ ହେବ। ଏବେ ଆପଣଙ୍କୁ ଡିଏଲ ପାଇଁ ଆପୋଏଣ୍ଟମେଣ୍ଟ ତାରିଖ ବାଛିବାକୁ ପଡିବ। ଏହାସିଂତ ଆପଣଙ୍କୁ ଡିଏଲ ପାଇଁ ଅନଲାଇନ ଫିସ ପେମେଣ୍ଟ କରିବାକୁ ହେବ। ଜଣାଇବାକୁ ଯେ ଏହି ସବୁ ପ୍ରକ୍ରିୟା ପରେ ଆପଣଙ୍କୁ ନୂଆ ଲାଇସେନ୍ସ ପାଇବାକୁ ହେଲେ ଆରଟିଓ ଅଫିସରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.