ଲାପଟପ୍‌ ପୂରା ନିଆଁ ଭଳି ହିଟ୍‌ ହୋଇଯାଉଛି କି, ତେବେ ଫଲୋ କରନ୍ତୁ ଏହି ଟିପ୍ସ ଗୋଟିଏ ଦିନରେ ଜାଣିବେ ପ୍ରଭାବ

ପ୍ରାୟ ସମୟରେ ଆପଣ ଦେଖିଥିବେ ଯେ ଯେତେବେଳେ ଆପଣ ଲାପଟପରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଥାନ୍ତି ସେତେବେଳେ ଲାପଟପ୍‌ ଗରମ ହୋଇଯାଏ। ଏମିତିରେ ଆମକୁ ଡର ଲାଗିଥାଏ ଯେ ଲାପଟପର କୌଣସି ପାର୍ଟ ଖରାପ ହୋଇଯାଇନି ତ କିମ୍ବା ଏତେ ହିଟ୍‌ ହେଉଛି ବ୍ଲାଷ୍ଟ ହୋଇଯିବନି ତ। କାହିଁକିନା ସାଧାରଣତଃ ଲାପଟପ ଅଧିକ ଗରମ ହୋଇଗଲେ ଏଥିରେ କୌଣସି ପ୍ରକାର ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ। ତେଣୁ ଆପଣଙ୍କୁ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ଉଚିତ। ଆଜି ଆମେ ଆପଣଙ୍କ ପାଇଁ ଏମିତି ସହଜ ଟିପ୍ସ ନେଇ ଆସିଛୁ ଯାହା ସାହାଯ୍ୟରେ ଲାପଟପକୁ ଗରମ ହେବା ଠାରୁ ରକ୍ଷା କରିପାରିବେ।

ବେଡ୍‌ କିମ୍ବା ସୋଫା ଉପରେ ରଖି ବ୍ୟବହାର କରନ୍ତୁନାହିଁ

ଯଦି ଆପଣ ନିଜ ସ୍ମାର୍ଟଫୋନକୁ ସୋଫା ଉପରେ ରଖି ବ୍ୟବହାର କରୁଛନ୍ତି ତାହେଲେ ଏପରି ବିଲକୁଲ ବି କରନ୍ତୁନାହିଁ। କାହିଁକିନା ଆପଣଙ୍କ ଲାପଟପରେ ଜେନେରେଟ ହେଉଥିବା ହିଟ୍‌ ବାହାରକୁ ବାହାରି ପାରେନାହିଁ ଏବଂ ଲାପଟପ୍‌ ଭିତରେ ହିଁ ଏହି ହିଟ୍‌ ରହିଯାଏ। ଯେଉଁ କାରଣରୁ ଲାପଟପରେ ସମସ୍ୟା ଦେଖାଯିବା ଆରମ୍ଭ ହୋଇଯାଏ। କାହିଁକିନା ଯେତେବେଳେ ଲାପଟପରୁ ଏହି ହିଟ୍‌ ବାହାରକୁ ବାହାରେନି ତାହେଲେ ସମସ୍ୟା ତ ହେବ ନା। ଏମିତିରେ ଆପଣ ନିଜ ଲାପଟପକୁ କୌଣସି ଫ୍ଲାଇଟ ସରଫେସ ଭଳି ବୁଡନ ଟେବୁଲରେ ରଖି ବ୍ୟବହର କରନ୍ତୁ। ଯାହାଦ୍ୱାରା ହିଟ୍‌ ଲାପଟପ ବାହାରକୁ ଚାଲିଯିବ ଏବଂ ଏହା ଭିତରେ ରହିବନାହିଁ।

RAM ବଢ଼ାନ୍ତୁ

ଆପଣଙ୍କ ଲାପଟପରେ ଯଦି RAM କମ୍‌ ହୋଇଯାଏ ତାହେଲେ ସାଧାରଣ କଥା ଯେ ପ୍ରୋସେସରକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଯେଉଁ କାରଣରୁ ଲାପଟପ ଭିତରେ ଗରମ ବଢ଼ିଯାଏ ଏବଂ ଆପଣଙ୍କୁ ବି ଏହା ଅନୁଭବ ହେବାକୁ ଲାଗିଥାଏ। ଯେତେବେଳେ ପ୍ରୋସେସର ଅଧିକ କାମ କରିଥାଏ ସେତେବେଳେ ଏଥିରେ ସମସ୍ୟା ଆସିବାକୁ ଲାଗିଥାଏ। ଏମିତିରେ ଆପଣଙ୍କର ଲାପଟପର ରାମ ଯଦି କମ୍‌ ଅଛି ତାହେଲେ ତାକୁ ତୁରନ୍ତ ବଢ଼ାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.