ନିଜ ସ୍ମାର୍ଟଫୋନରେ କେମିତି କରିବେ Instagram Reels ସେଭ ଏବଂ ସେୟାର, ଜାଣନ୍ତୁ ସହଜ ଉପାୟ

ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ରିଲସ୍ ଫିଚର ବହୁତ ଲୋକପ୍ରିୟ ହୋଇଗଲାଣି। ଟିକଟକ୍ ବ୍ଯାନ ହେବା ପରେ ଇନଷ୍ଟାଗ୍ରାମ ରିଲସ୍ ଫିଚର ଘୋଷଣା ହୋଇଥିଲା। ଏଥିରେ ଟିକଟକ୍ ଭଳି ଫିଚର ରହିଛି, ଯେଉଁଥିରେ ସର୍ଟ ଷ୍ଟାଇଲ ଭିଡିଓ କରାଯାଉଛି।

ଟିକଟକରୁ ବହୁ ସହଜରେ ଭିଡିଓ ଡାଉନଲୋଡ ଏବଂ ସେୟାର କରାଯାଇପାରୁଥିଲା। କିନ୍ତୁ ଇନଷ୍ଟାଗ୍ରାମ ରିଲ୍ସ ଫିଚରରେ ଭିଡିଓ ଡାଉନଲୋଡ କରି ସେୟାର କରିବା ସହଜ ନୁହେଁ। ତେବେ ଜାଣନ୍ତୁ କେମିତି ନିଜ ସ୍ମାର୍ଟଫୋନରେ ଇନଷ୍ଟାଗ୍ରାମ ରିଲସ୍ ଡାଉନଲୋଡ କରିବେ।

Instagram Reels କୁ ଆଣ୍ଡ୍ରଏଡ ଫୋନରେ ସେଭ୍ କରିବାର ସହଜ ଉପାୟ:

ଇନଷ୍ଟାଗ୍ରାମ ରିଲ୍ସକୁ ଆଣ୍ଡ୍ରଏଡ ଡିଭାଇସରେ ସେଭ୍ କରିବା ପାଇଁ ଆପଣଙ୍କ ଥାର୍ଡ ପାର୍ଟିର ଆବଶ୍ଯକତା ପଡିବ। ଏଥିପାଇଁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ମଜବୁତ ଥିବା Video Downloader for Instagram-Repost Instagram ଆପକୁ ଡାଉନଲୋଡ କରିବାକୁ ପଡିବ।
ଥରେ ଆପକୁ ଡାଉନଲୋଡ କରିବା ପରେ ଆପକୁ ସେଟଅପ୍ କରିନିଅନ୍ତୁ। ଆପକୁ ସେଟ୍ଅପ୍ କରିବା ପରେ ଇନଷ୍ଟାଗ୍ରାମ ଆପକୁ ଖୋଲି ସେଥିରେ ରିଲ୍ସ ଭିଡିଓକୁ ସିଲେକ୍ଟ କରନ୍ତୁ, ଯାହାକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି। ରିଲ୍ସ ଭିଡିଓକୁ ଓପନ କରନ୍ତୁ। ଓପନ ହେବା ପରେ ୩ଟି ଡଟ୍ ଆଇକନ ଉପରେ ଟ୍ଯାପ୍ କରି ଲିଙ୍କ କପି କରନ୍ତୁ।

ଏବେ ଡାଉନଲୋଡ କରିଥିବା ଆପ୍ ଖୋଲି ସେଥିରେ ଏହି URLକୁ ପେଷ୍ଟ କରନ୍ତୁ। ଆପରଙ୍କ ଗ୍ଯାଲେରୀରେ ଭିଡିଓ ସେଭ ହୋଇସାରିଥିବ। ଆପଣ ଯଦି ଚାହିଁବେ, ତେବେ ସେୟାର କରିପାରିବେ।

instagram

Instagram Reels କୁ ଆଇଫୋନ ସେଭ୍ କରିବାର ସହଜ ଉପାୟ :

ଆଇଫୋନ ପାଇଁ ଆପ୍ ଷ୍ଟୋରରୁ insaver for Instagram ଆପ୍ ଡାଉନଲୋନ କରିବାକୁ ହେବ। ଏହି ଆପ୍ ଇନଷ୍ଟଲ ହେବା ପରେ ଇନଷ୍ଟାଗ୍ରାମ ରିଲସ ଭିଡିଓକୁ ଯାଆନ୍ତୁ। ଯେପରି ପୂର୍ବରୁ କୁହାଯାଇଛି, ସେପରି କରି ଆପଣ ଡାଉନଲୋଡ କରିଥିବା ଆପ୍କୁ ଓପନ କରି ଲିଙ୍କ କ୍ଲିକ କରନ୍ତୁ। ପରେ ଅପସନକୁ ଯାଇ ସେଠାରେ ସେୟାର ଟ୍ଯାପ କରି ଭିଡିଓ ଏବଂ ଫଟୋକୁ ସେଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.