ଦେଶରେ ୨୪ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କେସ୍‌ ! ଗଲା ୬୩୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ଗତ ୨୪ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କେସ୍‌ ଆସିଛି । ସୋମବାର ୧ ଲକ୍ଷରୁ ଅଧିକ ପଜିଟିଭ୍‌ ଆସିଥିଲା । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଗୋଟିଏ ଦିନରେ ସବୁଠୁ ଅଧିକ ୯୮ ହଜାର ୭୯୫ ଆକ୍ରାନ୍ତ ହୋଇଥିଲେ ।

ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋବରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ହୋଇଛି । ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୬୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭ରେ ପହଞ୍ଚିଛି । ଏବେ ଦେଶରେ ଆକ୍ଟିଭ କେସ୍‌ ରହିଛି ୭ଲକ୍ଷ ୪୩ ହଜାର ୪୭୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.