ଇନଷ୍ଟାଗ୍ରାମରେ ଲାଇଭ ଭିଡିଓକୁ ଏପରି କରନ୍ତୁ ସିଡ୍ୟୁଲ, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ ପ୍ରୋସେସ୍‌

ଇନଷ୍ଟାଗ୍ରାମ ନିକଟରେ ଲାଇଭ ଷ୍ଟ୍ରୀମ ସିଡ୍ୟୁଲ କରିବା ଫିଚର ଲଞ୍ଚ୍‌ କରିଛି। ଯାହାପରେ ୟୁଜର୍ସ ନିଜର କୌଣସି ବି ଲାଇଭ ଇଭେଣ୍ଟକୁ ଏକ ନିର୍ଦ୍ଧିଷ୍ଟ ସମୟରେ ସିଡ୍ୟୁଲ କରିପାରିବେ। ସବୁଠୁ ଖାସ୍‌ କଥା ହେଉଛି ସିଡ୍ୟୁଲ କରିବା ପାଇଁ ୯୦ ଦିନର ସମୟ ମିଳିବ ଅର୍ଥାତ ଆପଣ ୯୦ ଦିନ ପୂର୍ବରୁ ସିଡ୍ୟୁଲ କରିପାରିବେ। ଇନଷ୍ଟାଗ୍ରାମ ଷ୍ଟୋରେଜ ଜରିଆରେ ଆପଣ ଲାଇଭ ଭିଡିଓ କରିପାରିବେ।

ଇନଷ୍ଟାଗ୍ରାମରେ ଲାଇଭ ଭିଡିଓକୁ କେମିତି କରିବେ ସିଡ୍ୟୁଲ?

  • ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୌଣସି ବି ଇନଷ୍ଟାଗ୍ରାମ ୟୁଜର ଲାଇଭ ଭିଡିଓକୁ ସିଡ୍ୟୁଲ କରିପାରିବେ। ଯେଉଁଭଳି ଭାବେ ଲାଇଭ ଭିଡିଓ କରିବା ସହଜ, ସେହିପରି ଭାବେ ଲାଇଭ ଭିଡିଓକୁ ସିଡ୍ୟୁଲ କରିବା ମଧ୍ୟ ବହୁତ ସହଜ। ଯଦି ଥରେ ଲାଇଭ ଭିଡିଓ
  • ସିଡ୍ୟୁଲ ହୋଇଯାଏ ତାହେଲେ ଏହା ପୂର୍ବରୁ ଆପଣଙ୍କ ୟୁଜର୍ସଙ୍କୁ ରିମାଣ୍ଡର ମିଳିବ।
  • ସର୍ବପ୍ରଥମେ ଇନଷ୍ଟାଗ୍ରାମ ଆପକୁ ଓପନ କରନ୍ତୁ ଏବଂ ଲେଫ୍ଟ ସ୍ୱାଇପ କରି କ୍ୟାମେରାକୁ ଓପନ କରନ୍ତୁ।
  • କ୍ୟାମେରା ଓପନ ହେବା ପରେ ତଳ ଆଡକୁ ରାଇଟ ସ୍ୱାଇପ କରନ୍ତୁ ଏବଂ ଲାଇଭ ଅପ୍ସନକୁ ଚୟନ କରନ୍ତୁ।
  • ଏାବେ ଆପଣଙ୍କୁ ସିଡ୍ୟୁଲର ବିକଳ୍ପ ଉପରେ କ୍ଲିକ କରନ୍ତୁ ଏବଂ ଲାଇଭ ଭିଡିଓର ଟାଇଟଲ ଦିଅନ୍ତୁ।
  • ଏବେ ଷ୍ଟାର୍ଟ ଟାଇମ କ୍ଲିକ କରି ଟାଇମ ଏବଂ ଡେଟ ବାଛନ୍ତୁ। ଏହାପରେ ସିଡ୍ୟୁଲ ଲାଇଭ ଭିଡିଓ ଉପରେ କ୍ଲିକ କରନ୍ତୁ।
  • ଆଜିର ଦୁନିଆରେ ସମସ୍ତେ ସୋସିଆଲ ମିଡିଆ ୟୁଜ୍‌ କରୁଛନ୍ତି। ଆଉ ନିଜର ପ୍ରତ୍ୟେକ ଦିନର ଲାଇଫ୍‌ ଷ୍ଟାଇଲକୁ ମେମୋରୀ କରିବ ପାଇଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଦିଅନ୍ତି। ଆଉ ଏବେ ତ ଲାଇକ ସେୟାର କମେଣ୍ଟ ପାଇଁ ଲୋକେ ବହୁତ ମାତ୍ରାରେ ପୋଷ୍ଟ କରୁଛନ୍ତି। ତେବେ ସେତେବେଳେ ସମସ୍ୟା ହୁଏ ଯେତେବେଳେ ଆପଣ ପୋଷ୍ଟ କରିଥିବା ଫଟୋ ଏବଂ ଭିଡିଓ ଡିଲିଟ୍‌ ହୋଇଯାଏ। ଯଦି ଆପଣ ବି ଏମିତି ସମସ୍ୟାରେ ଅଛନ୍ତି ଆଉ ଭାବୁଛନ୍ତି କେମିତି ଆପଣ ନିଜର ଡିଲିଟ୍‌ ହୋଇଯାଇଥିବା ଫଟୋ ଭିଡିଓକୁ କେମିତି ଫେରିପାଇବେ ତାହେଲେ ଆମେ ଆପଣଙ୍କୁ ଏହାର ତରିକା ଜଣାଇବୁ। ଯାହାଦ୍ୱାରା ଆପଣ ଟେନସନ୍‌ ଫ୍ରିରେ ନିଜର ଫଟୋ ଭିଡିଓକୁ ରିଷ୍ଟୋର କରିପାରିବେ।

     

    insta

    ଇନଷ୍ଟାଗ୍ରାମରେ ଡିଲିଟ୍‌ ହୋଇଥିବା ଫଟୋ ଏବଂ ଭିଡିଓକୁ ଏପରି କରନ୍ତୁ ରିଷ୍ଟୋର

    ଆଜିର ଦୁନିଆରେ ସମସ୍ତେ ସୋସିଆଲ ମିଡିଆ ୟୁଜ୍‌ କରୁଛନ୍ତି। ଆଉ ନିଜର ପ୍ରତ୍ୟେକ ଦିନର ଲାଇଫ୍‌ ଷ୍ଟାଇଲକୁ ମେମୋରୀ କରିବ ପାଇଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଦିଅନ୍ତି। ଆଉ ଏବେ ତ ଲାଇକ ସେୟାର କମେଣ୍ଟ ପାଇଁ ଲୋକେ ବହୁତ ମାତ୍ରାରେ ପୋଷ୍ଟ କରୁଛନ୍ତି। ତେବେ ସେତେବେଳେ ସମସ୍ୟା ହୁଏ ଯେତେବେଳେ ଆପଣ ପୋଷ୍ଟ କରିଥିବା ଫଟୋ ଏବଂ ଭିଡିଓ ଡିଲିଟ୍‌ ହୋଇଯାଏ। ଯଦି ଆପଣ ବି ଏମିତି ସମସ୍ୟାରେ ଅଛନ୍ତି ଆଉ ଭାବୁଛନ୍ତି କେମିତି ଆପଣ ନିଜର ଡିଲିଟ୍‌ ହୋଇଯାଇଥିବା ଫଟୋ ଭିଡିଓକୁ କେମିତି ଫେରିପାଇବେ ତାହେଲେ ଆମେ ଆପଣଙ୍କୁ ଏହାର ତରିକା ଜଣାଇବୁ। ଯାହାଦ୍ୱାରା ଆପଣ ଟେନସନ୍‌ ଫ୍ରିରେ ନିଜର ଫଟୋ ଭିଡିଓକୁ ରିଷ୍ଟୋର କରିପାରିବେ।
    1. ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଓପନ କରିବାକୁ ହେବ।
    2. ଏହାପରେ ନିଜ ପ୍ରୋଫାଇଲ ପେଜକୁ ଆସନ୍ତୁ।
    3. ଏବେ ଡାହାଣ ପାଖ ଉପରେ ଥିବା ୩ ଡଟ୍‌ ଲାଇନ ଉପରେ କ୍ଲିକ କରନ୍ତୁ।
    4. ଏହାଉପରେ କ୍ଲିକ କରିବା ପରେ ହିଁ ଆପଣଙ୍କ ସ୍କ୍ରୀନ ଉପରେ ଅନେକ ଅପ୍ସନ ଶୋ କରିବ। ଆପଣଙ୍କୁ ଏଠାରେ ସେଟିଙ୍ଗ୍‌ ଅପ୍ସନକୁ ଚୟନ କରନ୍ତୁ।
    5. ନେକ୍ସଟ ଷ୍ଟେପରେ ଆକାଉଣ୍ଟ ଅପ୍ସନ ଉପରେ କ୍ଲିକ କରି ରିସେଣ୍ଟଲୀ ଡିଲିଟେଡ୍‌ ଅପ୍ସନକୁ ଚୟନ କରନ୍ତୁ।
    6. ଏବେ ଆପଣଙ୍କ ସ୍କ୍ରୀନ ଉପରେ ସେହି ସବୁ ଡିଲିଟ୍‌ ହୋଇଥିବା ଫଟୋ ଏବଂ ଭିଡିଓ ପୁର୍ନବାର ଶୋ କରିବ।
    7. ଆପଣ ଯେଉଁ ଫଟୋ ଏବଂ ଭିଡିଓକୁ ରିଷ୍ଟୋର କରିବାକୁ ଚାହୁଁଛନ୍ତି। ତାକୁ ସିଲେକ୍ଟ କରି ସହଜରେ ଫୋନରେ ରିଷ୍ଟୋର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.