Google Maps ସାହାଯ୍ୟରେ ଖୋଜିପାରିବେ ନିଜ ପାର୍କିଂ କରିଥିବା କାର, ଜାଣନ୍ତୁ କିପରି

ଆପଣ ଯେତେବେଳେ କୌଣସି ବଡ ସପିଂ ମଲକୁ ଯାଉଛନ୍ତି, ତେବେ ସବୁବେଳେ କାର ପାର୍କିଂ କରିବାର ଅସୁବିଧାକୁ ନିଶ୍ଚିତ ଭାବେ ସାମ୍ନା କରୁଥିବେ। ତାହା ମଲ୍ ହେଉ କିମ୍ବା ସିନେମା ହଲ୍ ଅଧିକାଂଶ ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି କେଉଁଠି ରଖିଛୁ ଆମେ ଭୁଲି ଯାଇଥାଉ। କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ଏକ ସମାଧାନ ଆଣିଛି ଗୁଗଲ। ଆପଣଙ୍କ ଏହି ସମସ୍ୟାର ସମାଧାନ ଗୁଗଲ ମ୍ୟାପ କରିପାରିବ।
ଗୁଗଲ୍ ମ୍ୟାପର ଏକ ଆକର୍ଷଣୀୟ ଫିଚର୍ ସାହାଯ୍ୟରେ ଆପଣଙ୍କୁ ନିଜ ପାର୍କିଂ ସ୍ଥାନ ମନେରଖିବାରେ ସହାୟକ ହେବ। ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ଆପଣ ନିଜ କାର୍ ପାର୍କ କରିଥିବା ସ୍ଥାନ ଯାଏଁ ଯାଇପାରିବେ। ଏଥିପାଇଁ ଆପଣ କାର୍ ପାର୍କିଂ ସମୟରେ ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ନିଜର ଲୋକେସନ ପିନ୍ କରିପାରିବେ। ଏହାପରେ ଆପଣ ପିନ୍ କରିଥିବା ଲୋକେସନରେ ଟ୍ୟାପ୍ କଲେ ନୋଟିଫିକେସନ୍ ସାହାଯ୍ୟରେ ନିଜ କାର୍ ସହଜରେ ପାଇପାରିବେ।
କାର ପାର୍କିଂ ସମୟରେ କିଭଳି ଲୋକେସନ ସେଭ କରିବେ ଜାଣନ୍ତୁ:
– ସର୍ବ ପ୍ରଥମେ ଆପଣଙ୍କୁ ଗୁଗଲ୍ ମ୍ୟାପର ଲେଟେଷ୍ଟ ଭର୍ସନ୍ ଡାଉନଲୋଡ଼୍ କରିବାକୁ ହେବ।
– ଏହାପରେ ନିଜ ଫୋନରେ ଲୋକେସନକୁ ଅନ୍ କରିବେ।
– ଏହାର ଲୋକେସନ୍ ଉପରେ କ୍ଲିକ୍ କରିବେ, ଏହା ମ୍ୟାପରେ ନୀଳ ପିନ୍ ସହ ନଜର ଆସିବ।
– କ୍ଲିକ୍ କରିବା ପରେ ୩ଟି ଅପସନ୍ ନଜର ଆସିବ, ଏଥିରେ ସେଭ୍ ୟୋର୍ ପାର୍କିଂ ଅପସନ୍ ସିଲେକ୍ଟ କରିବେ
– ଏଥିରେ ପାକିଙ୍ଗ୍ ନମ୍ବର ଓ ଫଟୋ ଭଳି ଅନେକ ତଥ୍ୟ ମଧ୍ୟ ଆଡ଼୍ କରିପାରିବେ
– ଏଠାରେ ଆପଣ ସିଧାସଳଖ ଗୁଗୁଲ୍ ଆସିଷ୍ଟାଣ୍ଟକୁ ନିଜର ପାର୍କିଂ ଲୋକେସନ୍ ମନେ ରଖିବାକୁ କହିପାରିବ, ଏଥିପାଇଁ ରିମେମ୍ବର ୱେୟାର ଆଇ ହେଡ୍ ପାର୍କିଂ ଉପରେ କ୍ଲିକ୍ କରନ୍ତୁ।
କିଭଳି ନିଜ ପାର୍କିଂ ଲୋକେସନ ସର୍ଚ୍ଚ କରିବେ ଜାଣନ୍ତୁ:
– ପ୍ରଥମେ ଗୁଗଲ୍ ମ୍ୟାପ୍ ଓପନ୍ କରିବେ ଏବଂ ସେଭ୍ କରିଥିବା ପାର୍କିଂ କାର୍ଡରେ ଟ୍ୟାପ୍ କରିବେ।
– ଏହାପରେ ଡାଇରେକସନ୍ ବଟନରେ କ୍ଲିକ୍ କରିବେ।
– ଏହାପରେ ନେଭିଗେସନ୍ ଅନ୍ କରିବାକୁ ଷ୍ଟାର୍ଟ ବଟନରେ ଟ୍ୟାପ୍ କରିବେ।
– ଆପଣ ଚାହିଁଲେ ସିଧା ଗୁଗଲ ଆସିଷ୍ଟାଣ୍ଟକୁ ମଧ୍ୟ ପଚାରି ପାରିବେ।
– ଗୁଗଲ୍ ମ୍ୟାପ୍ ଆପଣଙ୍କୁ କାର୍ ପାର୍କିଂ ଲୋକେସନ୍ ଦେଖାଇଦେବ।