ଫୋନ୍‌ ନମ୍ବରରୁ ଏପରି ପତ୍ତା ଲଗାନ୍ତୁ କାହାର ବି ଲାଇଭ ଲୋକେସନ୍‌, ଜାଣନ୍ତୁ କେମିତି

ଅନେକ ଥର ଆମେ ଜାଣିବାକୁ ଚାହିଁଥାଉ ଯେ ଆମ ସାଙ୍ଗ ସାଥି ଏବଂ ବନ୍ଧୁ ପରିଜନ କେଉଁଠି ଅଛନ୍ତି। ଆଉ ବି ଯେତେବେଳେ ଆପଣ କଣ୍ଟାକ୍ଟ କରିପାରନ୍ତିନି ସେତେବେଳେ ଆହୁରି ଟେନସନ୍‌ ବଢ଼ିଯାଇଥାଏ। ଯେ ସେମାନେ ଯେଉଁଠି ବି ଅଛନ୍ତି ସୁରକ୍ଷିତ ଅଛନ୍ତି ତ? ଆଉ ଏହି ସମୟରେ ସେ କେଉଁଠି ଅଛନ୍ତି ଜାଣିବାକୁ ବହୁତ ଇଚ୍ଛା ହୁଏ। ଏସବୁ ପରିସ୍ଥିତିରେ ମନରେ ଆସେ ଲୋକେସନ୍‌ ଟ୍ରାକିଙ୍ଗର ନାମ। ଯାହା ଜରିଆରେ ସ୍ମାର୍ଟଫୋନ କିମ୍ବା ମୋବାଇଲ ନମ୍ବର ଜରିଆରେ ଲୋକଙ୍କୁ ଟ୍ରାକ୍‌ କରାଯାଇହେବ। ତେଣୁ ଆଜି ଆମେ ଆପଣଙ୍କୁ ସେହି କମନ୍‌ ତରିକା ବିଷୟରେ କହିବୁ ଯାହାର ବ୍ୟବହାର ଲୋକଙ୍କ ଲୋକେସନକୁ ଟ୍ରାକ୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ଏହି ତରିକାକୁ ସ୍ମାର୍ଟଫୋନ୍‌ କିମ୍ବା ମୋବାଇଲ ନମ୍ବର ଜରିଆରେ ଆପଣା ଯାଇଥାଏ। ତେବେ ଆସନ୍ତୁ ଜାଣିବା ଲୋକେସନ୍‌ ଟ୍ରାକିଙ୍ଗର ବେଷ୍ଟ ଏବଂ ସବୁଠାରୁ ସାଧାରଣ ତରିକା ଉପରେ ନଜର ପକାଇବା।

ଲୋକେସନ୍‌ ଟ୍ରାକିଙ୍ଗର ସବୁଠାରୁ ସାଧାରଣ ତରିକା କଣ ଜାଣନ୍ତୁ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବହୁତ ଗୁଡିଏ ତରିକା ମଧ୍ୟରୁ ଲୋକେସନ୍‌ ଟ୍ରାକିଙ୍ଗର ଯାହା ସବୁଠାରୁ ସାଧାରଣ ଏବଂ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ତରିକା, ତାହା ହେଉଛି ଟେଲିକମ୍‌ କମ୍ପାନୀ। କୌଣସି ବି ଲୋକେସନର ପତ୍ତା ଲଗାଇବା ପାଇଁ ପୋଲିସ ଏବଂ ସରକାରୀ ଏଜେନ୍ସୀ ଯେଉଁ ତରିକାକୁ ବ୍ୟବହାର କରନ୍ତି ତାହା ହେଉଛି ଏହି ତରିକା। ଏଥିରେ ଏମାନେ ସେହି ବ୍ୟକ୍ତିଙ୍କ ଟେଲିକମ୍‌ କମ୍ପାନୀରୁ ସାହାଯ୍ୟ ନିଅନ୍ତି ଏବଂ କୋର୍ଟର ଅର୍ଡରରେ ଏହି କମ୍ପାନୀ ୟୁଜରଙ୍କର ଡିଟେଲ୍ସକୁ ଟ୍ରାକ୍‌ କରି ପୋଲିସକୁ ଦିଅନ୍ତି। ଏହି ତରିକାକୁ ସାଧାରଣ ଲୋକ କରିପାରିବେନାହିଁ।

ଏବେ ଆମେ ସେହି ତରିକା ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ନିଜେ ହିଁ ବିନା ପୋଲିସ ବିନା ଟେଲିକମ୍‌ କମ୍ପାନୀର ସାହାଯ୍ୟ ଲୋଡି ଏହା ପତ୍ତା ଲଗାଇପାରିବେ ଯେ ଆପଣ ଯାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାଙ୍କର ଲୋକେସନ୍‌ କେଉଁଠି ରହିଛି। ଏଥିପାଇଁ ଆପଣ ଟ୍ରୁକଲର ଆପ୍‌ ର ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କୁ ବାସ୍‌ ଖାଲି ସେହି ନମ୍ବର ସର୍ଚ୍ଚ କରିବାକୁ ହେବ ଯାହାର ଲୋକେସନ ପତ୍ତା ଲଗାଇବାକୁ ଆପଣ ଚାହୁଁଛନ୍ତି। ଏହାପରେ ଆପଣଙ୍କୁ ପୂରା ଏଗଜାକ୍ଟ ଲୋକେସନ୍‌ ବିଷୟରେ ତ ପତ୍ତା ଲଗାଇ ପାରିବେନି କିନ୍ତୁ ରିଜନ ନିହାତି ଭାବେ ଜାଣିପାରିବେ। ଆପଣ ସେହି ବ୍ୟକ୍ତିଙ୍କ ଅପରେଟ ବି ପତ୍ତା ଲଗାଇପାରିବେ ଏବଂ ନାମ ଜାଣିନଥିବେ ଯଦି ତାଙ୍କ ନାମ ବି ଜାଣି ପାରିବେ।

ଆଉ ଏକ ତରିକା ହେଉଛି, ଯାହାଦ୍ୱାରା ଆପଣ କାହାର ବି ଲୋକେସନ୍‌ ବିଷୟରେ ପତ୍ତା ଲଗାଇପାରିବେ। ତାହା ହେଉଛି ହ୍ଵାଟ୍ସଆପ୍‌। ଏହିଭଳି ଭାବେ ଆପଣ ସାମ୍ନା ବାଲାଙ୍କ ଅନୁମତି ଅନୁଯାୟୀ ତାଙ୍କର ଲୋକେସନ୍‌ ବିଷୟରେ ପତ୍ତା ଲଗାଇ ପାରିବେ। ଲାଇଭ ଲୋକେସନ କିମ୍ବା କରେଣ୍ଟ ଲୋକେସନକୁ ଯଦି କେହି ଆପଣଙ୍କ ସହିତ ସେୟାର କରନ୍ତି, ତାହେଲେ ବି ଆପଣ ସହଜରେ ତାଙ୍କର ଲୋକେସନ୍‌ ଏବଂ ମୁଭମେଣ୍ଟକୁ ଟ୍ରାକ କରିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲୋକେସନ ଟ୍ରାକିଙ୍ଗ ପାଇଁ ଥାର୍ଡ ପାର୍ଟି ଆପର ବ୍ୟବହାର କରିବା ଅନୁଚିତ। କାହିଁକିନା ଏହି ଆପ୍ସରୁ ଆପଣଙ୍କ ଜରୁରୀ ଡାଟା ଚୋରୀ ହୋଇପାରେ ଏବଂ ଏହାକୁ ଆପଣଙ୍କ ପାଇଁ ବିଲକୁଲ ବି ସେଫଟି ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.