ବିନା ଇଣ୍ଟରନେଟ୍‌ରେ ବି ଚଲାଇପାରିବେ Gmail, ଫଲୋ କରନ୍ତୁ ଏହି ଷ୍ଟେପ୍‌

ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ପ୍ରତ୍ୟେକ ଜରୁରୀ କାମ ପାଇଁ ଆମେ ଜିମେଲ୍‌ ବ୍ୟବହାର କରୁଛୁ। ଆଗରୁ ଚିଠି ପତ୍ର ମାଧ୍ୟମରେ ଯେଉଁ ସବୁ କାମ ହେଉଥିଲା, ଏବେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଜିମେଲ୍‌ ସେହି କାମ କରିପାରୁଛି। ଫଳରେ ଭାବର ଆଦାନ ପ୍ରଦାନ ହେଉ କି କୌଣସି ଅଫିସିଆଲ ଲେଟର, ସବୁ କିଛି ସହଜରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରୁଛି। ଏଥିରେ ଗୋପନୀୟତା ମଧ୍ୟ ବଜାୟ ରଖିହେଉଛି। କେହି କାହା ମେଲ୍‌କୁ ପଢ଼ିପାରୁନାହାନ୍ତି, ଫଳରେ ପ୍ରାଇଭେସୀ ରହୁଛି।

ଏବେ ପ୍ରତ୍ୟେକ ସ୍ମାର୍ଟ ଫୋନ୍‌ ୟୁଜର ଜିମେଲ ବ୍ୟବହାର କରୁଛନ୍ତି। ଏହାକୁ ଜରୁରୀ ଡକ୍ୟୁମେଣ୍ଟ ପଠାଇବା, କୌଣସି ବଡ଼ ମେସେଜ୍‌ ପଠାଇବା କିମ୍ବା ଫାଇଲ୍‌ ପଠାଇବା ପାଇଁ ବ୍ୟବହାର କରାଯାଏ। ସାଧାରଣତଃ ଅନ୍ୟ ଆପ୍‌ ଭଳି ମୋବାଇଲରେ ଜିମେଲ ମଧ୍ୟ ଇଣ୍ଟରନେଟ୍‌ରେ ଚାଲେ। ଡେସ୍କଟପ୍‌ରେ ବି ଏହା ଚାଲେ। କିନ୍ତୁ ବିନା ଇଣ୍ଟରନେଟ୍‌ରେ ଜିମେଲ୍‌ ଚାଲିବା ସମ୍ଭବ ନୁହେଁ। ଏଣୁ କୌଣସି ନେଟ୍‌ ନଥିବା ସ୍ଥାନରେ ଥିବା ବେଳେ ଆମେ ମେଲ୍‌ ପଠାଇପାରିନଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଟ୍ରିକ୍‌ କହିବୁ, ଯାହା ଦ୍ୱାରା ବିନା ଇଣ୍ଟରନେଟ୍‌ରେ ବି ଆପଣ ଜିମେଲ୍‌ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ପୂରା ପ୍ରୋସେସ୍‌…

ବିନା ଇଣ୍ଟରନେଟ୍‌ରେ ଜିମେଲ୍‌ ବ୍ୟବହାର କରିବାକୁ ଏମିତି କରନ୍ତୁ ସେଟିଂ:

ଯଦି ଆପଣ ବିନା ଇଣ୍ଟରନେଟ୍‌ରେ ସ୍ମାର୍ଟଫୋନ୍‌ରେ କିମ୍ବା ଡେସ୍କ ଟପ୍‌ରେ ଜିମେଲ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏସବୁ ଷ୍ଟେପ୍‌ ଫଲୋ କରନ୍ତୁ। ଏହି ଟ୍ରିକ୍‌ କରିବା ପରେ ଆପଣ ନୂଆ ଇମେଲ୍‌କୁ ସହଜରେ ରିସିଜ୍‌ କରିପାରିବେ ଓ ମେଲ୍‌କୁ ପଢ଼ିପାରିବେ। ଏଥିସହ ମେଲ୍‌ ସେଣ୍ଡ୍‌ ବି କରିପାରିବେ…

  • ଏଥି ପାଇଁ ସର୍ବ ପ୍ରଥମେ ନିଜ ଡିଭାଇସ୍‌ରେ କ୍ରୋମ୍‌ ୬୧ ଡାଉନ୍‌ଲୋଡ୍‌ କରନ୍ତୁ।
  • ଏବେ ଜି-ମେଲ୍‌କୁ ଯାଆନ୍ତୁ ଓ ଉପରେ ଡାହାଣ ପଟେ ଥିବା ସେଟିଂ ଆଇକନ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହାର ଠିକ୍‌ ତଳେ ଥିବା See All Settings ଉପରେ କ୍ଲିକ୍‌ କରନ୍ତୁ।
  • ଏହା ପରେ ଆପଣଙ୍କ ସାମ୍ନାରେ ଏକ ଟ୍ୟାବ୍‌ ଖୋଲିବ।
  • ଏଥିରେ ଏକାଧିକ ଅପ୍‌ସନ୍‌ ନଜର ଆସିବ। ସେଥିରେ ତଳ ଆଡ଼ୁ ଦ୍ୱିତୀୟ ଅପ୍ସନ୍‌ Offline ଥିବ।
  • ଏବେ Enable Offline ଅପ୍‌ସନ୍‌ ଉପରେ ଟିକ୍‌ କରି ସେଭ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହାକୁ ଏନାବଲ୍‌ କରିବା ଦ୍ୱାରା ଆପଣଙ୍କ ଜିମେଲ୍‌ରେ ଅଫ୍‌ଲାଇନ୍‌ ଫିଚର୍ସ ଆକ୍ଟିଭେଟ୍‌ ହୋଇଯିବ ଓ ଆପଣ ସହଜରେ ମେଲ୍‌ ପଢ଼ିପାରିବେ, ରିସିଭ୍‌ କରିପାରିବେ ଓ ପଠାଇ ପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.