Below header

ଆପଣଙ୍କ ପାସ୍‌ଓ୍ଵାର୍ଡ ହ୍ୟାକ୍‌ର୍ସ ପାଖରେ ନାହିଁ ତ, ଚେକ୍‌ କରିପାରିବା ପାଇଁ ନିଅନ୍ତୁ ଗୁଗୁଲ୍‌ର ସହାୟତା

ସବୁଦିନ ଆପଣ କିଛି ନା କିଛି ସାଇବର ଆଟାକ୍‌ ଖବର ଶୁଣିବାକୁ ପାଉଥିବେ । ତେବେ ଏହି ସାଇବର ଆଟାକ୍‌ ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକ ସମୟରେ ଲକ୍ଷାଧିକ ଆକାଉଣ୍ଟ ଉପରେ ମଧ୍ୟ କରାଯାଇପାରିବ । ତେଣୁ ଆପଣ ପୂର୍ବରୁ ନିଜର ସୁରକ୍ଷା ସମ୍ପର୍କରେ ଚିନ୍ତା କରିବା ଉଚିତ୍‌ । ସେଥିପାଇଁ ଆପଣ ପ୍ରଥମେ ନିଜର ପାସ୍‌ଓ୍ଵାର୍ଡ ସୁରକ୍ଷିତ ଅଛି କି ନାହିଁ ଜାଣି ନେବା ଜରୁରୀ । ସୁରକ୍ଷିତ ଅଛି ତ ଭଲ କଥା, ଯଦି ଏହା ଲିକ୍‌ ହୋଇଛି ତେବେ ତୁରନ୍ତ ପାସ୍‌ଓ୍ଵାର୍ଡକୁ ବଦଳାଇ ନିଅନ୍ତୁ ।

cyber-attack

ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କ ପାସ୍‌ଓ୍ଵାର୍ଡ ଲିକ୍‌ ହୋଇଛି କି ନାହିଁ । ତେବେ ଏଥିପାଇଁ ଗୁଗୁଲ୍‌ର ସହାୟତା ନେଇପାରିବେ । ନିକଟରେ ଗୁଗୁଲ୍‌ ଏମିତି ଏକ ଆପ୍‌ ପ୍ରସ୍ତୁତ କରିଛି ଯାହା ସହାୟତାରେ ଆପଣ ଜାଣିପାରିବେ ଯେ ଆପଣଙ୍କ ପାସ୍‌ଓ୍ଵାର୍ଡ ଲିକ୍‌ ହୋଇଛି କି ନାହିଁ ।

ଚେକ୍‌ କରିବା ପାଇଁ ଆପଣ passwords.google.com ରେ ଯାଇ ଆପଣଙ୍କ ଆକାଉଣ୍ଟ ଲଗ୍‌ ଇନ୍‌ କରିପାରିବେ । ଏଠାରେ ଆପଣଙ୍କୁ ପାସ୍‌ଓ୍ଵାର୍ଡ ଚେକ୍‌ ଅପ୍‌ସନ୍‌ ଦେଖାଯିବ । ଏହା ଉପରେ କ୍ଲିକ୍‌ କରିବା ଦ୍ୱାରା ଗୁଗୁଲ୍‌ ଆପଣଙ୍କୁ କିଛି ସୂଚନା ଦେବ ।

Hacking

ଗୁଗୁଲ୍‌ ସେଣ୍ଡ୍‌ ପାସ୍‌ଓ୍ଵାର୍ଡ ଆଧାରରେ ଆପଣଙ୍କୁ ଜଣାଇଦେବ ଯେ ଆପଣଙ୍କ କିଛି ଡାଟା ଲିକେଜ୍‌ ହୋଇଛି କି ନାହିଁ । କେତୋଟି ପାସ୍‌ଓ୍ଵାର୍ଡ ଦୁଇଥର ବ୍ୟବହାର ହୋଇଛି କି ନାହିଁ ଓ କେତେଟି ପାସ୍‌ଓ୍ଵାର୍ଡ ଦୁର୍ବଳ ରହିଛି । ଗୁଗୁଲର ଏହି ଟୁଲ୍‌ରେ ଆପଣଙ୍କୁ ଚେଞ୍ଜ୍‌ ପାସ୍‌ଓ୍ଵାର୍ଡ ଅପ୍‌ସନ୍‌ ଦେଖାଯିବ । ଏହାକୁ କ୍ଲିକ୍‌ କରି ଆପଣ ଏମିତି େଓ୍ଵବସାଇଟ୍‌ ପହଞ୍ଚିଯିବେ ଯାହାର ପାସ୍‌ଓ୍ଵାର୍ଡ ଲିକ୍‌ ହୋଇଛି । ଆପଣ ଏଠାରେ ନିଜର ନୂଆ ପାସ୍‌ଓ୍ଵାର୍ଡ ବଦଳାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.