ଜାଣନ୍ତୁ ହ୍ଵାଟସଆପ୍‌ର ଏହି ୫ଟି ଟ୍ରିକ୍‌, ଯାହାପରେ ନିଜକୁ କହିପାରିବେ ଏକ୍ସପର୍ଟ

ଆଜିକାଲି ସମସ୍ତେ ହ୍ଵାଟସଆପ୍‌ ବ୍ୟବହାର କରୁଛନ୍ତି। ହ୍ଵାଟସଆପ୍‌ ସମସ୍ତ ପପୁଲାର ଆପ୍‌ ମଧ୍ୟରୁ ସ୍ୱତନ୍ତ୍ର, ଯାହାକୁ ସବୁ ଫୋନରେ ସର୍ବ ପ୍ରଥମେ ଡାଉନଲୋଡ୍‌ କରାଯାଇଥାଏ। ହ୍ଵାଟସଆପ୍‌ ଆମେ ବହୁତ ଦିନରୁ ବ୍ୟବହାର କରୁଥିଲେ ମଧ୍ୟ ଏହାର ସମସ୍ତ ଟ୍ରାକ୍‌ ବିଷୟରେ ଜାଣିନାହୁଁ। ତେବେ ଭାବନ୍ତୁତ ଆପଣ ଯଦି ହ୍ଵାଟସଆପ୍‌ ର କିଛି ସହଜ ପିଚର୍ସ ବିଷୟରେ ଜାଣିଯାନ୍ତି ତେବେ ଅନେକ ଗୁଡିଏ କାମ ସହଜ ହୋଇଯିବ। ତେବେ ଆଜି ଆମେ ଆପଣଙ୍କୁ କହିବୁ ହ୍ଵାଟସଆପ୍‌ ର ୫ଟି ସିମ୍ପଲ ଟ୍ରିକ୍ସ, ଯାହାର ବ୍ୟବହାର କରି ଆପଣ ସମସ୍ତଙ୍କ ମଧ୍ୟରେ ନିଜକୁ ହ୍ଵାଟସଆପ୍‌ ଏକ୍ସପର୍ଟ ବୋଲି କହିପାରିବେ।

-ଯଦି ଆପଣ ରକିଥିବା ଷ୍ଟାଟସ୍‌ କୁ କିଛି ଲୋକମାନଙ୍କୁ ଦେଖାଇବା ପାଇର୍ ଚାହୁଁନଥାନ୍ତି ସେଥିପାଇଁ ମଧ୍ୟ ଏକ ଫିଚର ରହିଛି। ଏଥିପାଇଁ ପ୍ରଥମେ ଆପଣ ଷ୍ଟାଟସ୍‌ କୁ ଯାଇ ଡାହାଣ ପଟରେ ଷ୍ଟାଟସ୍‌ ପ୍ରାଇଭେସି ଅପ୍ସନକୁ କ୍ଲିକ୍‌ କରିବା ପରେ ଆପଣଙ୍କୁ ତିନୋଯି ଅପ୍ସନ ଆସିବ। ସେଥିରେ ଆପଣ My contacts except କୁ ସିଲେକ୍ଟ କରନ୍ତୁ। ଯାହା ଦ୍ୱାରା ଆପଣ ନିଜର ଷ୍ଟାଟସକୁ ଲୁଚାଇ ପାରିବେ।

-ଯଦି ଆପଣ ଅନେକ ଗୁଡିଏ ଗ୍ରୁପ ସହ ଯୋଡି ହୋଇ ରହିଥାନ୍ତି ଏବଂ ବାରମ୍ବାର ଆସୁଥିବା ନୋଟିଫିକେସନରେ ବିରକ୍ତିି ହେଉଛନ୍ତି ତେବେ ଆପଣଙ୍କ ଏହି ସମସ୍ୟା ଦୂର କରିବା ପାଇଁ ମଧ୍ୟ ଫିଚର୍ସ ରହିଛି। ଏଥିପାଇଁ ସର୍ବ ପ୍ରଥମେ group info କୁ ଯିବାକୁ ପଡ଼ିବ। ଏହାପରେ mute chat ଅପ୍ସନ କ୍ଲିକ କରନ୍ତୁ। । ଏଥିରେ ଆପଣ ୮ ମାସରୁ ଆରମ୍ଭ କରି ୧ ବର୍ଷ ପଯ୍ୟର୍ନ୍ତ ପାଇଁ ଗ୍ରୁପ୍‌ ଚାଟ୍‌ କୁ ମ୍ୟୁଟ୍‌ କରିପାରିବେ।

whatsapp-ଏହି ଫିଚର ବ୍ୟବହାରକାରୀଙ୍କ ପ୍ରାଇଭେସିକୁ ଧ୍ୟାନରେ ରଖିବା ପାଇଁ ଜାରି କରାଯାଇଛି। ଏହି ପିଚରରେ ଅନେକ ବ୍ୟବହାରକାରୀଙ୍କ ସମସ୍ୟା ସମାଧାନ ହୋଇପାରିଛି। ଏହି ଫିଚର ଜରିଆରେ ଯେଉଁ ବ୍ୟକ୍ତିଙ୍କ ସହ ଆପଣ ଚାଟ୍‌ କରୁଛନ୍ତି ସେ ଜାଣିପାରିବେ ନାହିଁ ଆପଣ ତାଙ୍କ ମେସେଜ୍‌ ପଢୁଛନ୍ତି କି ନାହିଁ। ଏଥିପାଇଁ ଆପଣ ସେଟିଂକୁ ଯାଇ ଆକାଉଣ୍ଟରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ପ୍ରାଇଭେସି ଅପ୍ସନ ଆସିବ। ଏଠାରେ read receipt ର ଏକ ଅପ୍ସନ ଆସିବ, ଯାହାକୁ ଆପଣଙ୍କୁ disable କରିବାକୁ ପଡ଼ିବ। ଏହାପରେ ଆପଣ କାହା ମେସେଜ୍‌ ପଢୁଛନ୍ତି କି ନାହିଁ କାହାକୁ କିଛି ଜଣାପଡ଼ିନଥାଏ।

ଏହାସହ ପଢନ୍ତୁ: କିଣିବାକୁ ଚାଁହୁଛନ୍ତି Reliance Jio Fiber ? ତାହେଲେ ଏପରି କରନ୍ତୁ ବୁକିଂ

-ଏହାବ୍ୟତୀତ ଆପଣ କେଉଁ ସମୟରେ ଅନଲାଇନ୍‌ ଆସୁଛନ୍ତି ଯଦି ଲୁଚାିବାକୁ ଚାହାନ୍ତି ତେବେ ଏହି ପିଚର ଆପଣଙ୍କ ପାଇଁ ଲାଭକାରୀ ହେବ। ଏ ଥିପାଇଁ ପ୍ରଥମେ ସେଟିଂକୁ ଯାଇ ଆକାଉଣ୍ଟ ଅପ୍ସନରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କୁ last seen ର ଅପ୍ସନ ଆସିବ। ଏହାପରେ ଆପଣ nobody ଅପ୍ସନ ସିଲେକ୍ଟ କରନ୍ତୁ। ଏହାପରେ ଆପର କେତେବେଳେ ବି ଅନଲାଇନ୍‌ ଆସିଲେ କେହି ଜାଣିପାରିବେ ନାହିଁ।

-ସେହିପରି ଯଦି ଆପଣ କୋଉଠି ଫସି ଯାଇଥାନ୍ତି କିମ୍ବା କାହାକୁ ରାସ୍ତା ଦେଖାଇବାକୁ ଚାହୁଁଥାନ୍ତି ତେବେ ଏହି ଫିଚର ଆପଣଙ୍କ କାମରେ ଆସିବ। ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଚାଟ୍‌ ବକ୍ସର ଆଟାଜମେଣ୍ଟ ମେନ୍ୟୁକୁ ଯିବାକୁ ପଡ଼ିବ। ତାପରେ ସେୟାର ଲୋକେସନର ଅପ୍ସନ ସିଲେକ୍ଟ କରନ୍ତୁ। ଏହାକୁ ସିଲେକ୍ଟ କରିବା ପରେ ଆପଣ ଲୋକେସନ୍‌ ପଠାଇପାରିବେ। ଆପଣ ଲାଇଭ ଲୋକେସନ ୧୫ ମିନିଟ୍‌, ୧ ଘଣ୍ଟା କିମ୍ବା ୮ ଘଣ୍ଟା ପାଇଁ ସେୟାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.