ରାୟଗଡ଼ା : ଆଦିବାସୀ କଲ୍ୟାଣ ବିଭାଗ ଅଧିନ ବିଲେଶୁ ହାଇସ୍କୁଲର ୪୦ଜଣ ଅନ୍ତେବାସୀ ଛାଡିଲେ ହଷ୍ଟେଲ

ରାୟଗଡ଼ା(କେନ୍ୟୁଜ୍): ପୁଣି ହଷ୍ଟେଲ ଛାଡିଲେ ଛାତ୍ର । ରାୟଗଡ଼ା ଜିଲ୍ଲାର ଆଦିବାସୀ କଲ୍ୟାଣ ବିଭାଗ ଅଧିନରେ ଥିବା ବିଲେଶୁ ହାଇସ୍କୁଲରେ ନବମ ଶ୍ରେଣୀର ୪୦ଜଣ ଅନ୍ତେବାସୀ ହଷ୍ଟେଲ ଛାଡିଛନ୍ତି । ସ୍କୁଲରେ ପିଲାଙ୍କ ପାଇଁ ଶୌଚାଳୟର ଅଭାବ ସହ ପିଲାଙ୍କୁ ଠିକ୍‌ ଭାବେ କମ୍ପ୍ୟୁଟର ଶିକ୍ଷା ଦିଆଯାଉନାହିଁ । ଗତ ୫ମାସ ଧରି ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରାଯାଉଛି। ହେଲେ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ରାୟଗଡ଼ା ଜିଲ୍ଲା ମହାକୁମା ଠାରୁ ୨୫ କିଲୋମିଟର ଦୂରରେ ରହିଛି ଏହି ବିଦ୍ୟାଳୟ । ହଷ୍ଟେଲରେ ରହନ୍ତି ପାଖାପାଖି ୪ଶହ ପିଲା। ଘଟଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅନ୍ତେବାସୀଙ୍କୁ ବୁଝାସୁଝା କରି ହଷ୍ଟେଲରେ ଛାଡିବା ସହ ଖୁବଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.