ହ୍ଵାଟ୍ସଆପର ହିଡେନ୍‌ ଫୋଲଡର, ଯେଉଁଥିରେ ଲୁଚି ରହିଛି ଆପଣଙ୍କ ମେସେଜ, ଫଟୋ ଏବଂ ଭିଡିଓ ! ଜଲଦି କରନ୍ତୁ ଡିଲିଟ୍‌

ବହୁତ ସଂଖ୍ୟାର ଲୋକ ହ୍ଵାଟ୍ସଆପ ବ୍ୟବହାର କରୁଛନ୍ତି। ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ପ୍ଲାଟଫର୍ମ ରୂପେ ଆରମ୍ଭ ହୋଇଥିବା ଏହି ଆପରେ କଲିଙ୍ଗ, ଭିଡିଓ କଲିଙ୍ଗ୍‌ ଏବଂ ଗୃପ କଲିଙ୍ଗ ସମେତ ଅନେକ କାମରେ ବ୍ୟବହାର କରାଯାଏ। ଏହି ଆପରେ ଲୋକମାନେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଅଡିଓ, ଭିଡିଓ ଏବଂ ଅନ୍ୟ ମିଡିଆକୁ ସେୟାର କରନ୍ତି। ଏହାର ସିମ୍ପଲ ୟୁଜର ଇଣ୍ଟରଫେସ କାରଣରୁ ଆମେ ବହୁତ ସାରା ଫଟୋ, ମେସେଜ, ଅଡିଓ ଏବଂ ଭିଡିଓ ସେଣ୍ଡ ଏବଂ ରିସିଭ୍‌ କରନ୍ତି।

ଏହି ମିଡିଆ ଫାଇଲ୍ସ କାରଣରୁ ଆମ ସ୍ମାର୍ଟଫୋନରେ ବହୁତ ଗୁଡିଏ ସ୍ପେସ ବ୍ୟବହାର ହୋଇଥାଏ। ଅନେକ ଥର ତ ସ୍ପେସ୍‌ ଫୁଲ୍‌ ହେବା କାରଣରୁ ସ୍ମାର୍ଟଫୋନ୍‌ ସ୍ଲୋ ହୋଇଯାଏ। ଅନେକ ମାମଲାରେ ତ ଆମେ କିଛି ଫାଇଲ୍ସକୁ ଡାଉନଲୋଡ ହିଁ କରିପାରନ୍ତିନାହିଁ। ଏମିତିରେ ବାସ୍‌ ଗୋଟିଏ ତରିକା ରହିଛି, ତାହା ହେଉଛ ସ୍ପେସ୍‌ ଫ୍ରି କରିବା।

ଏଥିପାଇଁ ଆମେ ଅନେକ ମିଡିଆ ଫାଇଲ୍ସକୁ ଡିଲିଟ କରନ୍ତି। ଯଦିଓ ଅନେକ ଥର ଏହିସବୁ କରିବା ପରେ ମଧ୍ୟ ଆମ ଫୋନରେ ସ୍ପେସ୍‌ ରହିନଥାଏ। ଏହାର କାରଣ ହେଉଛି ଏକ ହିଡେନ୍‌ ଫୋଲଡର। ଏହି ଫୋଲଡରରେ ହ୍ଵାଟ୍ସଆପର ବହୁତ ଡାଟା ସେଭ୍‌ ହୋଇରହିଥାଏ।

ଏହି ଡାଟାକୁ ଡିଲିଟ କରି ଆପଣ ସହଜରେ ଆପଣଙ୍କ ଫୋନର ଷ୍ଟୋରେଜକୁ ବଢ଼ାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ଫୋଲଡର କେଉଁଠି ଅଛି ଆଉ କେମିତି ଆପଣ ଏହି ଡାଟାକୁ ଡିଲିଟ୍‌ କରିପାରିବେ।

WHATSAPକେଉଁଠି ଥାଏ ହ୍ଵାଟ୍ସଆପର ହିଡେନ୍‌ ଫୋଲଡର

ହ୍ଵାଟ୍ସଆପରେ ଆସୁଥିବା ବହୁତ ଡାଟା ଆପଣଙ୍କ ସ୍ମାର୍ଟଫୋନ୍‌ ଗ୍ୟାଲେରୀରେ ଷ୍ଟୋର ହୋଇଥାଏ। ଯଦିଓ କିଛି ଡାଟା ଏମିତି ବି ରହିଛି, ସାମାନ୍ୟ ଫୋଲଡରରେ ନ ଯାଇ ଏକ ହିଡେନ ଫୋଲଡରରେ ଯାଇଥାଏ। ଏହି ଫୋଲଡର ସହଜରେ ଉପଲବ୍ଧ ହୋଇନଥାଏ ବରଂ ଏହାକୁ ଆକ୍ସେସ କରିବା ପାଇଁ କିଛି ଷ୍ଟେପ୍ସକୁ ଫଲୋ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ସର୍ବପ୍ରଥମେ ଆପଣଙ୍କୁ ନିଜ ସ୍ମାର୍ଟଫୋନର File Browser କୁ ଯିବାକୁ ହେବ। ଏଠାରେ ଆପଣଙ୍କୁ Internal Storage ଅପ୍ସନ ମିଳିବ। ଏହି ଅପ୍ସନ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣଙ୍କୁ Android> Com.WhatsApp>WhatsApp> Media କୁ ଯିବାକୁ ହେବ। ଯଦିଓ ଅଲଗା ଅଲଗା ଫୋନରେ ଏହି ଫୋଲଡର୍ସର ନାମ କିଛି ଅଲଗା ରହିପାରେ।

ଏଠାରେ ଆପଣଙ୍କୁ ଅନେକ ଗୁଡିଏ ଅପ୍ସନ ମିଳିବ। ଏଥିରେ ଆପଣ ଷ୍ଟିକର, ଭଏସ ନୋଟ୍ସ, ଜିଆଇଏଫସ, ଅଡିଓ, ଡକ୍ୟୁମେଣ୍ଟ, ଭିଡିଓ ଏବଂ ଇମେଜ ଅପ୍ସନକୁ ଦେଖିପାରିବେ। ସବୁ ଫୋଲଡରରେ ଆପଣଙ୍କୁ କିଛି ସବ୍‌-ଫୋଲଡର୍ସ ମିଳିବ। ପ୍ରଥମ ଫୋଲଡରରେ ଆପଣଙ୍କୁ ବିଭିନ୍ନ ଆକାଉଣ୍ଟସ ଭିତରେ ଥିବା ଚାଟିଙ୍ଗ୍‌ ମିଳିବ। ଏଠାରୁ ଆପଣ ନିଜ ସ୍ମାର୍ଟଫୋନ୍‌ ଷ୍ଟୋରେଜ ସ୍ପେସକୁ ମଧ୍ୟ ଫ୍ରି କରିପାରିବେ। ଏଥିରେ ଆପଣଙ୍କୁ ଚାଟ୍ସ ହିଷ୍ଟ୍ରି ମଧ୍ୟ ଦେଖାଯିବ।

ଏହିପରି ଭାବେ ଆପଣ ହ୍ଵାଟ୍ସଆପରେ ହିଡେନ୍‌ ଭାବେ ଥିବା ଫଟୋ ଭିଡିଓ ଏବଂ ଅଡିଓ ଫାଇଲକୁ ଖୋଜି ଡିଲିଟ କରିପାରିବେ। ଏହାବ୍ୟତୀତ ଆପଣ ଏଥିରେ ସେହି ସବୁ ଫଟୋ ଭିଡିଓ ଏବଂ ଅନ୍ୟାନ୍ୟ ମିଡିଆ ଫାଇଲ୍ସକୁ ପାଇପାରିବେ ଯାହାକୁ ଆପଣ ଖୋଜୁଥିଲେ କିନ୍ତୁ ପାଉନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.